ETV Bharat / sports

ଅଲମ୍ପିକ୍ସରେ ଭାରତୀୟ ଆଥଲେଟ୍‌ଙ୍କ ଜର୍ସିରେ ରହିବନି ଚାଇନିଜ ସ୍ପୋନସର୍‌ - ଭାରତୀୟ ଅଲମ୍ପିକ ଆସୋସିଏସନ

ଅଲମ୍ପିକ ଅଂଶଗ୍ରହଣକାରୀ ଆଥଲେଟଙ୍କ ଜର୍ସିରୁ ଚାଇନିଜ ପ୍ରାୟୋଜକ ହଟାଇବାକୁ ଭାରତୀୟ ଅଲମ୍ପିକ ଆସୋସିଏସନକୁ କେନ୍ଦ୍ର କ୍ରୀଡାମନ୍ତ୍ରଣାଳୟର ପରାମର୍ଶ । ଅଧିକ ପଢନ୍ତୁ...

MYAS advises IOA to not include Chinese sponsor on Indian Olympic kit
ଅଲମ୍ପିକ୍ସରେ ଭାରତୀୟ ଆଥଲେଟ୍‌ଙ୍କ ଜର୍ସିରେ ରହିବନି ଚାଇନିଜ ସ୍ପନସର୍‌
author img

By

Published : Jun 8, 2021, 6:41 PM IST

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ଆସୋସିଏସନ ପକ୍ଷରୁ ଗତ ସପ୍ତାହରେ ଅଲମ୍ପିକ ଅଂଶଗ୍ରହଣକାରୀ ଆଥଲେଟଙ୍କ ଜର୍ସି ଉନ୍ମୋଚିତ କରାଯାଇଛି । ତେବେ ଜର୍ସିରେ ଏକ ଚାଇନିଜ ପ୍ରାୟୋଜକ ରହିଥିବା ଜଣାପଡିବା ପରେ ଏହାକୁ ଏନେଇ ଅନେକ ପ୍ରଶ୍ନ ଉଠାଇଥିଲେ । ଲେକାଙ୍କ ଭାବାବେଗକୁ ସମ୍ମାନ ଜଣାଇ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଖେଳାଳିଙ୍କ ଜର୍ସିରୁ ଚାଇନିଜ ସ୍ପୋନସର ହଟାଇବାକୁ IOAକୁ ପରାମର୍ଶ ଦେଇଛି ।

ଚାଇନିଜ ସ୍ପନସରଟି ଦୀର୍ଘଦିନ ଧରି ଭାରତୀୟ ଅଲମ୍ପିକ ଆସୋସିଏସନ ସହ ଅନୁବନ୍ଧିତ ରହିଥିଲା । ମାତ୍ର ଏବେ ଅଲଗା ହେବାକୁ ହେବ । ଫଳରେ ନୂଆ ସ୍ପନସର ସନ୍ଧାନରେ ରହିଛି IOA ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଆଥଲେଟଙ୍କ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ କରିଥିଲେ । ପରେ ଖେଳାଳିଙ୍କ ଜର୍ସି ଉନ୍ମୋଚନ ହୋଇଥିଲା । କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ ଏନେଇ ସୂଚନା ଦେଇଥିଲେ । ସମସ୍ତ ଭାରତୀୟ ଆଥଲେଟଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଉତ୍ସାହିତ କରିବାକୁ ଅପିଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.