ETV Bharat / sports

ସ୍ବପ୍ନ ଥିଲା କିମ୍ବଦନ୍ତୀ ମିଲଖା ସିଂହଙ୍କ ଇଚ୍ଛା ପୂରଣ କରିବା: ନୀରଜ ଚୋପ୍ରା - Neeraj Chopra on Milkha Singh

କିମ୍ବଦନ୍ତୀ ଆଥଲେଟ୍‌ ମିଲଖା ସିଂହଙ୍କ ଇଚ୍ଛା ପୂରଣ କରିବା ଦୀର୍ଘ ଦିନର ସ୍ବପ୍ନ ଥିଲା ବୋଲି କହିଛନ୍ତି, ଟୋକିଓ ଅଲମ୍ପିକ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା । ଅଧିକ ପଢନ୍ତୁ...

My dream was to fulfill Milkha Singh's wish: Neeraj Chopra
ସ୍ବପ୍ନ ଥିଲା କିମ୍ବଦନ୍ତୀ ମିଲଖା ସିଂହଙ୍କ ଇଚ୍ଛା ପୂରଣ କରିବା: ନୀରଜ ଚୋପ୍ରା
author img

By

Published : Aug 14, 2021, 7:13 AM IST

ନୂଆଦିଲ୍ଲୀ: କିମ୍ବଦନ୍ତୀ ଆଥଲେଟ୍‌ ମିଲଖା ସିଂହଙ୍କ ଇଚ୍ଛା ପୂରଣ କରିବା ଦୀର୍ଘ ଦିନର ସ୍ବପ୍ନ ଥିଲା ବୋଲି କହିଛନ୍ତି, ଟୋକିଓ ଅଲମ୍ପିକ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା । ଅଲମ୍ପିକରେ ଟ୍ରାକ୍‌ ଓ ଫିଲ୍ଡ ଇଭେଣ୍ଟରେ ଭାରତ ପାଇଁ ପଦକ ଜିତିବା କିମ୍ବଦନ୍ତୀ ଧାବକ ମିଲଖାଙ୍କ ଇଚ୍ଛା ଥିଲା ।

ପୂର୍ବତନ କେନ୍ଦ୍ର କ୍ରୀଡାମନ୍ତ୍ରୀ ତଥା ବର୍ତ୍ତମାନର ଆଇନ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁଙ୍କ ଏକ ଟ୍ବିଟର ଉତ୍ତରେ ନୀରଜ ଲେଖିଛନ୍ତି, "ଧନ୍ୟବାଦ ସାର୍‌, ମୋର ମଧ୍ୟ ସ୍ବପ୍ନ ଥିଲା ମିଲଖା ସିଂହ ଜୀଙ୍କ ଇଚ୍ଛା ପୂରଣ କରିବାକୁ, ପଦକ ସହିତ ମୋତେ ଦେଖି ଖୁସି ହେଉଥିବେ ବୋଲି ଆଶା ।"

ନୀରଜ ଟୋକିଓରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିବାର କିଛି ମୂହୂର୍ତ୍ତ ମଧ୍ୟରେ ରିଜିଜୁ ଟ୍ବିଟ ଯୋଗେଁ ଖୁସି ବ୍ୟକ୍ତ କରିବା ସହ ଅଭିନନ୍ଦନ ଜଣାଇଥିଲେ । ଆଥଲେଟିକ୍‌ସରେ ଏହା ଭାରତର ପ୍ରଥମ ଅଲମ୍ପିକ୍‌ ପଦକ ଥିଲା । ୨୩ ବର୍ଷୀୟ ନୀରଜ ଚୋପ୍ରା ୮୭.୫୮ ମିଟର ଜାଭେଲିନ ଫିଙ୍ଗି ଅଲମ୍ପିକ ଇତିହାସରେ ଭାରତର ପ୍ରଥମ ଆଥଲେଟିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.