ETV Bharat / sports

ମୁମ୍ବାଇରେ ହେବ IOC ୨୦୨୩ ଅଧିବେଶନ, ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ

author img

By

Published : Feb 20, 2022, 9:41 AM IST

ଆନ୍ତର୍ଜୀତିକ ଅଲିମ୍ପିକ କମିଟି (ଆଇଓସି)ର ଆଗାମୀ ଅଧିବେଶନ ମୁମ୍ବାଇର ଜିଓ ୱାର୍ଲଡ ସମ୍ମିଳନୀ କେନ୍ଦ୍ରରେ ହେବ । 1983 ଦୀର୍ଘ ୪୦ ପରେ ପ୍ରଥମ ଥର ପାଇଁ ଆଇଓସି ଅଧିବେଶନ ଭାରତରେ ଆୟୋଜିତ ହେବାକୁ ଯାଉଛି । ଏନେଇ ଘୋଷଣା କରିଛନ୍ତି ଆଇଓସି ସଦସ୍ୟା ନୀତା ଅମ୍ବାନୀ । ଅଧିକ ପଢନ୍ତୁ

ମୁମ୍ବାଇରେ ହେବ  IOC ୨୦୨୩ ଅଧିବେଶନ
ମୁମ୍ବାଇରେ ହେବ IOC ୨୦୨୩ ଅଧିବେଶନ

ମୁମ୍ବାଇ: ଆନ୍ତର୍ଜୀତିକ ଅଲିମ୍ପିକ କମିଟି (ଆଇଓସି)ର ଆଗାମୀ ଅଧିବେଶନ ମୁମ୍ବାଇର ଜିଓ ୱାର୍ଲଡ ସମ୍ମିଳନୀ କେନ୍ଦ୍ରରେ ହେବ । 1983 ଦୀର୍ଘ ୪୦ ପରେ ପ୍ରଥମ ଥର ପାଇଁ ଆଇଓସି ଅଧିବେଶନ ଭାରତରେ ଆୟୋଜିତ ହେବାକୁ ଯାଉଛି । ଏନେଇ ଘୋଷଣା କରିଛନ୍ତି ଆଇଓସି ସଦସ୍ୟା ନୀତା ଅମ୍ବାନୀ । ଆଇଓସିର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • It is gladdening to note that India has been chosen to host the 2023 International Olympic Committee Session. I am confident this will be a memorable IOC session and will lead to positive outcomes for world sports: PM @narendramodi #StrongerTogether

    — PMO India (@PMOIndia) February 19, 2022 " class="align-text-top noRightClick twitterSection" data=" ">

ଏହି ଘୋଷଣା କରି ନୀତା ଅମ୍ବାନୀ କହିଛନ୍ତି, ମୁମ୍ବାଇରେ ଅଧିବେଶନ ଆୟୋଜନ ସପକ୍ଷରେ ୯୯ ପ୍ରତିଶତ ସଦସ୍ୟ ଭୋଟ ପ୍ରଦାନ କରିଛନ୍ତି । ଯାହା ଭାରତ ପାଇଁ ଏକ ଓ ଐତିହାସିକ ମୁହୂର୍ତ୍ତ । ଏହା ଦ୍ବାରା ଆଗାମୀ ଭବିଷ୍ୟତରେ ଭାରତର ଅଲିମ୍ପିକ୍ସ ଆୟୋଜନରେ ଆଶା ଅଧିକ ଦୃଢ ହେବ । ୧୯୮୩ରେ ନୂଆଦିଲ୍ଲୀରେ ଆଇଓସି ଅଧିବେଶନ ଆୟୋଜିତ ହୋଇଥିଲା । ଦୀର୍ଘ ଚାରି ଦଶନ୍ଧି ପରେ ୨୦୨୩ରେ ଏହା ମୁମ୍ବାଇରେ ଆୟୋଜିତ ହେବାକୁ ସ୍ଥିର ହୋଇଛି ।

ଆଇଓସିର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଏହା ବିଶ୍ବ କ୍ରୀଡା ପାଇଁ ଏକ ସୁଖଦ ଖବର । ଏହା ଏକ ସ୍ମରଣୀୟ ଅଧିବେଶନ ହେବ । ଏହା କ୍ରୀଡା ପାଇଁ ସକରାତ୍ମକ ଫଳାଫଳ ଆଣିବ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଆଇଓସି ଅଧିବେଶନ ହେଉଛି ଏକ ବାର୍ଷିକ ବୈଠକ । ଏଥିରେ ୧୦୧ଜଣ ଭୋଟିଂ ସଦସ୍ୟ ଏବଂ ୪୫ ଜଣ ମନୋନୀତ ସଦସ୍ୟ ଯୋଗ ଦେଇଥାନ୍ତି । ବୈଠକରେ ଆଗାମୀ ଦିନରେ ଅଲିମ୍ପିକ୍ସ କ୍ରୀଡାର ଆୟୋଜନ ଓ ଅନ୍ୟାନ୍ୟ ପ୍ରସଙ୍ଗ ଦିଗରେ ଆଲୋଚନା ହୋଇଥାଏ । ଏଥିରେ ଭାରତର ଯୁବ ଅଲିମ୍ପିକ୍ସ କ୍ରୀଡା ଆୟୋଜନ ସମ୍ପର୍କରେ ଦାବି ଉପସ୍ଥାପନ ହେବା ନେଇ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.