ETV Bharat / sports

Hyderabad Formula E-Race: ରାତି ପାହିଲେ ଫର୍ମୁଲା ଇ-ରେସ ଦେଖିବ ହାଇଦ୍ରାବାଦ

author img

By

Published : Feb 10, 2023, 10:54 PM IST

କାଲିଠୁ ହାଇଦ୍ରାବାଦରେ ଆରମ୍ଭ ହେବାକୁ ଯାଉଛି ଇ-ରେସ । ଏଥିପାଇଁ ଆଜି ଫର୍ମୁଲା ଇ-ରେସିଂ ପାଇଁ ପ୍ରାକ୍ଟିସ ରେସ କରାଯାଇଥିଲା । ଅଧିକ ପଢନ୍ତୁ

Hyderabad Formula E Race
Hyderabad Formula E Race

ହାଇଦ୍ରାବାଦ: ରାତି ପାହିଲେ ହାଇଦ୍ରାବାଦରେ ଆରମ୍ଭ ହେବାକୁ ଯାଉଛି ଇ-ରେସ । ଏଥିପାଇଁ ଆଜି (ଶୁକ୍ରବାର) ଫର୍ମୁଲା ଇ-ରେସିଂ ପାଇଁ ପ୍ରାକ୍ଟିସ ରେସ କରାଯାଇଥିଲା । ହୁସେନ ସାଗର କୂଳରେ ଆୟୋଜିତ ଏହି ଫର୍ମୁଲା ଇ-ରେସିଙ୍ଗ ପାଇଁ ୨.୮ କିଲୋମିଟରର ରୋଡ ପ୍ରସ୍ତୁତ କରାଯାଇଛି । ଏହି ପ୍ରତିଯୋଗିତା ଲୁମ୍ବିନୀ ପାର୍କରୁ ଆରମ୍ଭ ହେବ । ଏହାପରେ ସଚିବାଳୟ ଅତିକ୍ରମ କରିବା ସହିତ ମିଣ୍ଟ କମ୍ପାଉଣ୍ଡର ଏବଂ ଆଇମେକ୍ସ ଦେଇ ଏନଟିଆର ଗାର୍ଡେନ ପର୍ଯ୍ୟନ୍ତ ଯିବ । ଏହି ପ୍ରତିଯୋଗିତାରେ ୧୧ ପ୍ରମୁଖ ଅଟୋମୋବାଇଲ କମ୍ପାନୀର ଇଲେକଟ୍ରିକ କାର ଅଂଶ ଗ୍ରହଣ କରିବ । ୨୨ ଜଣ ରେସରେ ଏଥିରେ ମୁକାବିଲା କରିବେ । ଏହାର ସୁରକ୍ଷା ବ୍ୟବସ୍ଥା ନେଇ ରୋଡର ଦୁଇ ପାର୍ଶ୍ବରେ ବଡ ବଡ ବ୍ୟାରିକେଡ କରାଯାଇଛି ।

ତେବେ ଏହି ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ପ୍ରାକ୍ଟିସ କରାଯାଇଥିଲା । ପ୍ରଥମ ପ୍ରାକ୍ଟିସ ରେସ ଆଜି ଅପରାହ୍ନ ୪.୩୦ ରେ ଆରମ୍ଭ ହୋଇଥିଲା । ତେବେ ଆସନ୍ତାକାଲି ସକାଳ ୮.୪୦ରେ ଦ୍ବିତୀୟ ପ୍ରି-ପ୍ରାକ୍ଟିସ ରେସ, ୧୦. ୪୦ରେ କ୍ବାଲିଫାଇଙ୍ଗ ରେସ ଏବଂ ଦ୍ବିପ୍ରହର ୩ ଟା ବେଳେ ମୁଖ୍ୟ ରେସ ହେବ । ଏଥିରେ ଅଂଶ ଗ୍ରହଣ କରିବାକୁ ଯାଉଥିବା ବିଭିନ୍ନ ଦେଶର ଡ୍ରାଇଭର ପୂର୍ବରୁ ଏହାର ଟ୍ରାକ୍‌କୁ ନିରୀକ୍ଷଣ କରିସାରିଛନ୍ତି । ତେବେ ଏହାର ଆୟୋଜକ ଟ୍ରାକ୍‌କୁ ଦର୍ଶକଙ୍କୁ ନେଇ ବିଭିନ୍ନ ସତର୍କତା ଅବଲମ୍ବନ କରି ପ୍ରସ୍ତୁତ କରିଛନ୍ତି । ପାଖାପାଖି ୨୧ ହଜାର ଦର୍ଶକଙ୍କୁ ଦୃଷ୍ଟିରେ ରଖି ଏହି ପ୍ରତିଯୋଗିତା ଦେଖିବା ପାଇଁ ଆୟୋଜନ କରାଯାଇଛି । ଏନେଇ ହାଇଦ୍ରାବାଦ ପୋଲିସ ପକ୍ଷରୁ NTR ମାର୍ଗ, ସଚିବାଳୟ, ମିଣ୍ଟ କମ୍ପାଉଣ୍ଡ ଏବଂ ତେଲୁଗୁ ଥଲ୍ଲି ପ୍ଲାଇ ଓଭରର ଆଖପାଖ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି । ଏହା ସହିତ ସିକନ୍ଦ୍ରାବାଦ-ଟେଙ୍କବନ୍ଦ ରୋଡକୁ ବନ୍ଦ ରଖାଯାଇଛି ।

ସେପଟେ ରେସ ଦେଖିବାକୁ ଆସୁଥିବା ୧୭ ହଜାର ଦର୍ଶକଙ୍କ ପାଇଁ ପାର୍କିଂର ମଧ୍ୟ ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରତିଯୋଗିତା ଦେଖିବା ପାଇଁ ଦେଶ ବିଦେଶରୁ ଆସୁଥିବା ଦର୍ଶକଙ୍କ ପାଇଁ ହୁସେନ ସାଗରରେ ଲେଜର ସୋର ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ୭ ଟାରୁ ୯ ମଧ୍ୟରେ ହେଉଥିବା ଲେଜର ସୋରେ ହାଇଦ୍ରାବାଦର ସାଂସ୍କୃତିକ ଏବଂ ପାରମ୍ପରାକୁ ପ୍ରଦର୍ଶିତ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.