ETV Bharat / sports

ପଦ୍ମଶ୍ରୀ ମିଲଖା ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର, ମିଛ ଗୁଜବ ନ କରିବାକୁ କ୍ରୀଡାମନ୍ତ୍ରୀଙ୍କ ଅପିଲ

କିମ୍ବଦନ୍ତୀ ଭାରତୀୟ ଧାବକ ପଦ୍ମଶ୍ରୀ ମିଲଖା ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ମିଛ ଗୁଜବ ପ୍ରଚାର ନକରିବାକୁ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ଅପିଲ । ଅଧିକ ପଢନ୍ତୁ...

author img

By

Published : Jun 5, 2021, 4:56 PM IST

Milkha Singh is stable, don't create rumours about him: Kiren Rijiju
ପଦ୍ମଶ୍ରୀ ମିଲଖା ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ମିଛ ଗୁଜବ ନକରିବାକୁ କ୍ରୀଡାମନ୍ତ୍ରୀଙ୍କ ଅପିଲ୍‌

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଶନିବାର କିମ୍ବଦନ୍ତୀ ଭାରତୀୟ ଧାବକ ପଦ୍ମଶ୍ରୀ ମିଲଖା ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ସ୍ପଷ୍ଟ କରିଛନ୍ତି । ମିଲଖାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସେ ସୁସ୍ଥ ହେଉଛନ୍ତି ବୋଲି ରିଜିଜୁ କହିଛନ୍ତି । ଏଥିସହ ସେ ଭାରତର ଗୌରବ ତାଙ୍କ ନାମରେ ମିଛ ଗୁଜବ ପ୍ରଚାର ନକରି ଆଶୁ ଆରୋଗ୍ୟ କାମନା କରିବାକୁ ଅନୁରୋଧ କରିଛନ୍ତି ରିଜିଜୁ ।

  • Please don't run false news and create rumors about the legendary athlete and pride of India Milkha Singh Ji. He is stable and let's pray for his fast recovery🙏

    — Kiren Rijiju (@KirenRijiju) June 5, 2021 " class="align-text-top noRightClick twitterSection" data=" ">

ଶନିବାର ମିଲଖା ସିଂହ ଚିକିତ୍ସିତ ହେଉଥିବା ହସ୍ପିଟାଲ ପକ୍ଷରୁ ଔପଚାରିକ ସୂଚନା ଆସିଛି ଯାହାକି ଆଶ୍ବସ୍ଥିକର ରହିଛି । ମିଲଖାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟୁଥିବା ଚିକିତ୍ସା କରୁଥିବା ଡାକ୍ତରୀଟିମ ଜଣାଇଛନ୍ତି । ମିଲଖା ସିଂହ ଚିକିତ୍ସିତ ହେଉଥିବା ଚଣ୍ଡିଗଡର PGIMER ହସ୍ପିଟାଲର ମୁଖପାତ୍ର ଅଶୋକ କୁମାର ସ୍ପଷ୍ଟ କରିଛନ୍ତି । ଗତକାଲି ଠାରୁ ଆଜି ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ରହିଥିବା ମଧ୍ୟ ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ପୂର୍ବତନ ଭାରତୀୟ ଧାବକ ଦୁଇ ସପ୍ତାହ ତଳେ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିଲେ ଓ ପରେ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଥିଲେ । ମାତ୍ର ଶରୀରରେ ଅକ୍ସିଜେନ ମାତ୍ରା କମ୍‌ ହେବାପରେ ତାଙ୍କୁ ଗୁରୁବାର ପୁନଃ ଚଣ୍ଡିଗଡର PGIMER ହସ୍ପିଟାଲର ଆଇସିୟୁରେ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.