ETV Bharat / sports

ହସ୍ପିଟାଲରୁ ଡିସଚାର୍ଜ ହେଲେ କିମ୍ବଦନ୍ତୀ ଭାରତୀୟ ଧାବକ ମିଲଖା ସିଂହ - Milkha Singh stable condition

କିମ୍ବଦନ୍ତୀ ଭାରତୀୟ ଧାବକ ମିଲଖା ସିଂହ ରବିବାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଅଧିକ ପଢନ୍ତୁ...

Milkha Singh discharged from hospital in stable condition
ହସ୍ପିଟାଲରୁ ଡିସଚାର୍ଜ ହେଲେ କିମ୍ବଦନ୍ତୀ ଭାରତୀୟ ଧାବକ ମିଲଖା ସିଂହ
author img

By

Published : May 30, 2021, 9:46 PM IST

ଚଣ୍ଡିଗଡ: କିମ୍ବଦନ୍ତୀ ଭାରତୀୟ ଧାବକ ମିଲଖା ସିଂହ ରବିବାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । କିଛି ଦିନ ତଳେ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ଓ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ।

91 ବର୍ଷୀୟ ମିଲଖାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ପରିବାରର ଅନୁରୋଧ କ୍ରମେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ମୋହାଲିର ଫୋର୍ଟିସ ହସ୍ପିଟାଲ ପକ୍ଷରୁ ଏନେଇ ସୂଚନା ମିଳିଛି । ତେବେ 82 ବର୍ଷିୟା ମିଲଖାଙ୍କ ପତ୍ନୀ ନିର୍ମଲ କୌର ଶନିବାର ଅକ୍ସିଜେନ ଆବଶ୍ୟକତା ପଡିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ଗତ ସୋମବାର ମିଲଖା ସିଂହ ଓ ବୁଧବାର ତାଙ୍କ ପତ୍ନୀ କୋରୋନା ପଜିଟିଭ ଚିହ୍ନଟ ହେବାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

କିମ୍ବଦନ୍ତୀ ଆଥଲେଟ ମିଲଖା 4ଥର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଓ 1958 ରାଜ୍ୟ ଗୋଷ୍ଠୀ କ୍ରୀଡା ଚମ୍ପିଆନ ମଧ୍ୟ ରହିଛନ୍ତି । ତେବେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ 1960 ରୋମ ଅଲମ୍ପିକ୍ସରେ ଦେଖିବାକୁ ମିଳିଥିଲା । 400 ମିଟର ଦୌଡ ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହିଥିଲେ ମିଲଖା ।

1956 ଓ 1964 ଅଲମ୍ପିକ୍ସରେ ସେ ଭାରତକୁ ପ୍ରତିନିଧିତ୍ବ କରିଛନ୍ତି । ବର୍ଷ 1959ରେ ତାଙ୍କୁ ଭାରତ ସରକାର ପ୍ରଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.