ETV Bharat / sports

Tokyo Paralympics, ପୁରୁଷ ହାଇଜମ୍ପରେ ରୌପ୍ୟ ଜିତିଲେ ପ୍ରବୀଣ

author img

By

Published : Sep 3, 2021, 9:42 AM IST

Updated : Sep 3, 2021, 10:41 AM IST

ଭାରତ ନାମରେ ଆଉ ଗୋଟିଏ ପଦକ ହୋଇଛି । ଟି-୪୪ ବର୍ଗ ପୁରୁଷ ହାଇଜମ୍ପରେ ଏସୀୟ ରେକର୍ଡ ସହିତ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ପ୍ରବୀଣ କୁମାର । ଅଧିକ ପଢନ୍ତୁ...

ପୁରୁଷ ହାଇଜମ୍ପ ରୌପ୍ୟ ଜିତିଲେ ପ୍ରବୀଣ
ପୁରୁଷ ହାଇଜମ୍ପ ରୌପ୍ୟ ଜିତିଲେ ପ୍ରବୀଣ

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତର ଜଲୱା । ଭାରତ ନାମରେ ଆଉ ଗୋଟିଏ ପଦକ ହୋଇଛି । ଟି-୪୪ ବର୍ଗ ପୁରୁଷ ହାଇଜମ୍ପରେ ଏସୀୟ ରେକର୍ଡ ସହିତ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ପ୍ରବୀଣ କୁମାର ।

ଆଜି(ଶୁକ୍ରବାର) ଟୋକିଓ ପାରାଲିମ୍ପିକ୍ସ ପୁରୁଷ ଉଚ୍ଚଡିଆଁ ଟି-୬୪ ଖେଳାଯାଇଥିଲା । ପ୍ରବୀଣ ପ୍ରର୍ଯ୍ୟାୟ କ୍ରମେ ୧.୮୮ମିଟର, ୧.୯୩ମିଟର ଏବଂ ୨.୦୧ମିଟର ଏସୀୟ ରେକର୍ଡ ହାସଲ କରିବା ପୂର୍ବରୁ ଫାଇନାଲରେ ୨.୦୭ମିଟର ରେକର୍ଡ ସୃଷ୍ଟି କରିଛନ୍ତି ।

ଗ୍ରେଟ ବ୍ରିଟେନର ଜୋନାଥନ୍ ବ୍ରମ୍-ଏଡୱାର୍ଡସ ତାଙ୍କୁ ଟପିବା ପରେ ପ୍ରଥମ ପ୍ରୟାସରେ ପ୍ରବୀଣ ୧.୮୮ମିଟର ଡେଇଁଥିଲେ । ଏହା ପରେ ଭାରତୀୟ ଆଥଲେଟ୍ ତୃତୀୟ ସ୍ଥାନ ଅଧିକାର କରିବାକୁ ପରବର୍ତ୍ତୀ ପ୍ରୟାସରେ 1.93 ମିଟର ମାର୍କ ପର୍ଯ୍ୟନ୍ତ ଜମ୍ପ କରିଥିଲେ । ପରବର୍ତ୍ତୀ ପ୍ରୟାସରେ ପ୍ରବୀଣ ୨.୦୧ମିଟର ଲମ୍ପ ମାରିଥିଲେ । ଏହାପରେ କ୍ରମାଗତ ଭାବରେ ସେ ୨.୦୪ ମାର୍କ ଅତିକ୍ରମ କରିଥିଲେ । ଏହା ସହି ଏସୀୟ ରେକର୍ଡ ସୃଷ୍ଟି କରିଛନ୍ତି ।

ଏହା ପୂର୍ବରୁ ଟି-42 ବର୍ଗ ପୁରୁଷ ହାଇଜମ୍ପ ଫାଇନାଲରେ ମାରିଆପାନ୍ ଥାଙ୍ଗାଭେଲୁ ଏବଂ ଶରଦ କୁମାର ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ହାସଲ କରିଥିଲେ । ୨୦୧୬ ରିଓରେ ସ୍ବର୍ଣ୍ଣ ଜିତିଥିଲେ । ଅନ୍ୟପକ୍ଷରେ ଶରଦ କୁମାର 1.83 ମିଟର ଶ୍ରେଷ୍ଠ ମାର୍କ ଅତିକ୍ରମ କରିବା ପରେ ବ୍ରୋଞ୍ଜ ହାସଲ କରିଛନ୍ତି ।

ପ୍ରବୀଣଙ୍କ ସଫଳତା ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ପ୍ରବୀଣଙ୍କ ଏହି ପଦକ ତାଙ୍କ କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବ ପାଇଁ ମିଳିଛି । ଭବିଷ୍ୟତ ସଫଳତା ପାଇଁ ଅନେକ ଶୁଭେଚ୍ଛା ବୋଲି ଟ୍ବିଟ କରି କହିଛନ୍ତି ମୋଦି । ତେବେ ଆଜିର ପଦକୁ ମିଶାଇ ଭାରତର ପଦକ ସଂଖ୍ୟା ୧୧କୁ ବୃଦ୍ଧି ହୋଇଛି ।

@ANI

Last Updated : Sep 3, 2021, 10:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.