ETV Bharat / sports

ପୁଣେ କ୍ୟାମ୍ପରେ ପହଞ୍ଚିଲେ ମେରି କମ, ଆସିବେନି ଛୋଟେଲାଲ ଯାଦବ

author img

By

Published : May 6, 2021, 10:57 PM IST

ଅଲମ୍ପିକ୍ସ ପାଇଁ ଜାତୀୟ ମହିଳା ବକ୍ସିଂ କ୍ୟାମ୍ପରେ ପହଞ୍ଚିଛନ୍ତି ବକ୍ସର ମେରି କମ । ତେବେ ତାଙ୍କ ସହ ଏହି ଅଭ୍ୟାସ କ୍ୟାମ୍ପରେ ରହିବେନି ତାଙ୍କ କୋଚ ଛୋଟେ ଲାଲ ଯାଦବ । ଅଧିକ ପଢ଼ନ୍ତୁ...

ପୁଣେ କ୍ୟାମ୍ପରେ ପହଞ୍ଚିଲେ ମାରି କମ, ଆସିବେନି ଛୋଟେଲାଲ ଯାଦବ

ନୂଆଦିଲ୍ଲୀ: ଅଲମ୍ପିକ୍ସ ପାଇଁ ଜାତୀୟ ମହିଳା ବକ୍ସିଂ କ୍ୟାମ୍ପରେ ପହଞ୍ଚିଛନ୍ତି ବକ୍ସର ମେରି କମ । ତେବେ ତାଙ୍କ ସହ ଏହି ଅଭ୍ୟାସ କ୍ୟାମ୍ପରେ ରହିବେନି ତାଙ୍କ କୋଚ ଛୋଟେ ଲାଲ ଯାଦବ । ଛୋଟେଲାଲ ଯାଦବ କୋରୋନା ସଂକ୍ରମିତ ହୋଇଛନ୍ତି । ଫଳରେ 6 ଥର ବିଶ୍ବ ଚମ୍ପିଆନ ମେରି କମଙ୍କ ସହ ସେ ପୁଣେସ୍ଥିତ ଅଭ୍ୟାସ ଶିବିରରେ ଯୋଗ ଦେଇପାରିବେ ନାହିଁ । କ୍ୟାମ୍ପ ଆରମ୍ଭ ହେବା ପୂର୍ବରୁ ସଭିଁଙ୍କ କୋରୋନା ଯାଞ୍ଚ ହୋଇଥିଲା । ଛୋଟେ ଲାଲଙ୍କ କୋରୋନା ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା ।

ବର୍ତ୍ତମାନ ଛୋଟେଲାଲ ଯାଦବ 15 ଦିନ ଦିଲ୍ଲୀସ୍ଥିତ ଜବାହରଲାଲ ନେହୁରୁ ଷ୍ଟାଡିୟମରେ 15 ଦିନ କ୍ବାରେଣ୍ଟିନରେ ରହିଛନ୍ତି । ଏହାକୁ ନେଇ ସେ କହିଛନ୍ତି ଯେ,"ବର୍ତ୍ତମାନ ଏକ ସଙ୍କଟର ସମୟ । ଗତ ସପ୍ତାହରେ ମୋ କୋରୋନା ରିପୋର୍ଟ ନେଗେଟିଭ ଆସିଥିଲା । ଏହାପରଠୁ ମୁଁ କାହା ସହ ସଂସ୍ପର୍ଶରେ ଆସି ନଥିଲି । କିନ୍ତୁ ବୁଧବାର ମୋ କୋରୋନା ଯାଞ୍ଚ ରିପୋର୍ଟ ପଜିଟିଭ ଆସିଛି । ଫଳରେ ମୁଁ ପୁଣେରେ ହେବାକୁ ଥିବା ଅଭ୍ୟାସ କ୍ୟାମ୍ପରେ ଯୋଗ ଦେଇ ପାରିବି ନାହିଁ । ବର୍ତ୍ତମାନ ମୋ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଭାରତୀୟ କ୍ରୀଡ଼ା ପ୍ରାଧିକରଣ ସଂସ୍ଥାନ ଦ୍ବାରା ଜାରି ସମସ୍ତ ନିୟମ ମାନି ମୁଁ ଆଇସୋଲେସନରେ ରହିଛି ।"

ପୁଣେ କ୍ରୀଡ଼ା ପ୍ରତିଷ୍ଠାନରେ ଅଭ୍ୟାସ ପାଇଁ ପହଞ୍ଚିଛନ୍ତି ମାରି କମ । ସେଠାରେ ସେ 7 ଦିନ କ୍ବାରେଣ୍ଟିନରେ ରହିବେ । ଏହାପରେ ଆରମ୍ଭ ହେବ ଅଭ୍ୟାସ କ୍ୟାମ୍ପ । କ୍ବାରେଣ୍ଟିନରେ ରହିବା ସମୟରେ ଫିଟନେସ ଉପରେ କିଭଳି ଧ୍ୟାନ ଦିଆ ଯାଇପାରିବ ସେନେଇ ଟିପ୍ସ ଦେଇଛନ୍ତି ଛୋଟେଲାଲ ଯାଦବ । ଏହି କ୍ୟାମ୍ପରେ ମୋଟ 10ଜଣ ମହିଳା ବକ୍ସରଙ୍କୁ ସ୍ଥାନ ଦିଆଯାଇଛି । ଏହି କ୍ୟାମ୍ପରେ ମେ 21 ତାରିଖରେ ଦୁବାଇରେ ହେବାକୁ ଥିବା ଏସିଆନ ବକ୍ସିଂ ଚମ୍ପିଆନସିପ ପାଇଁ ମଧ୍ୟ ପ୍ରସ୍ତୁତି କରିବେ ମହିଳା ବକ୍ସର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.