ନୂଆଦିଲ୍ଲୀ: 6 ଥର ୱାର୍ଲ୍ଡ ଚାମ୍ପିୟନ ମେରି କମ ମଙ୍ଗଳବାର ବକ୍ସର ମାନଙ୍କୁ ଆହତ ପରିଚାଳନା ନେଇ ଅନଲାଇନ ଟିପ୍ସ ଦେଇଥିଲେ । ବକ୍ସିଙ୍ଗ ଫେଡେରେସନ ଅଫ ଇଣ୍ଡିଆର ଏକ କାର୍ଯ୍ୟକ୍ରମରେ ମେରି ଏହି ଅନଲାଇନ ସେସନ କରିଥିଲେ ।
ଭାରତୀୟ ଟିମର ଡାକ୍ତର, ଫିଜିଓଥେରାପିଷ୍ଟ ମଧ୍ୟ ଏହି ସେସନରେ ମେରିଙ୍କ ସହ ଯୋଡି ହୋଇଥିଲେ । ଏଥିରେ ପ୍ରାୟ 300 ବକ୍ସର ଯୋଗ ଦେଇଥିଲେ । ଏନେଇ ବିଏଫଆଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି ।
“ଡାକ୍ତର ଏବଂ ଫିଜିଓଙ୍କ ସହିତ ଯୋଗାଯୋଗ କରିବା ପରେ ମୁଁ ମୋ ଶରୀର ବିଷୟରେ ସଚେତନ ହେବାର ମହତ୍ତ୍ବ ବୁଝିପାରିଲି । ବ୍ୟାୟାମ ଦ୍ବାରା ଆଘାତ ଏବଂ ଅସ୍ତ୍ରୋପଚାରକୁ ରୋକାଯାଇପାରିବ ନାହିଁ ବୋଲି, ମୁଁ ପରେ ବୁଝିଥିଲି,’’ ବୋଲି ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା କହିଛନ୍ତି
ଡାକ୍ତର ଏବଂ ଫିଜିଓଥେରାପିଷ୍ଟମାନେ କେତେକ ସାଧାରଣ ବିଶ୍ବାସ ଉପରେ ବିସ୍ତୃତ ଭାବରେ କହିଥିଲେ ଯେପରିକି “ମୁଁ ପୂର୍ବରୁ ଫ୍ଲେକ୍ସିବଲ, ତେଣୁ ମତେ ଷ୍ଟ୍ରେଚ କରିବାର ଆବଶ୍ୟକତା ନାହିଁ । “ଓଜନ ସହିତ ପ୍ରଶିକ୍ଷଣ ମୋର ଆଘାତକୁ ବଢ଼ାଇବ” ଏବଂ “ଟ୍ୟାପ୍ କରିବା ମୋତେ ଆଘାତରୁ ରକ୍ଷା କରିବ” ।
ମେରି ନିକଟରେ ପିଠିରେ ଆଘାତର ପାଇଁ ସେ କିପରି ହଇରାଣ ହୋଇଥିଲେ ସେ କଥା ସେୟାର କରିଥିଲେ । ଯାହାର ନିରାକରଣ ପାଇଁ ତାଙ୍କୁ ବ୍ୟାପକ ଫିଜିଓ ସେସନ କରିବାକୁ ପଡିଥିଲା ।
ବ୍ୟାୟାମ ଓ ଫିଜିଓଙ୍କ ପରାମର୍ଶ ବେଶ୍ ଜରୁରୀ ବୋଲି ଅଂଶଗ୍ରହଣକାରୀଙ୍କୁ କହିଥିଲେ ମେରି ।