ETV Bharat / sports

ମେରିଙ୍କୁ ପଦ୍ମ ବିଭୁଷଣ, ସିନ୍ଧୁଙ୍କୁ ପଦ୍ମ ଭୁଷଣ - ମେରିଙ୍କୁ ପଦ୍ମ ବିଭୁଷଣ

ଘୋଷଣା ହେଲା 2020 ବର୍ଷ ପାଇଁ ପଦ୍ମ ପୁରସ୍କାର । ମେରି କମ ଓ ପିଭି ସିନ୍ଧୁ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାଧାରଣତନ୍ତ୍ର ଦିବସରେ ସମ୍ମାନୀତ କରାଯିବ । ଅଧିକ ପଢ଼ନ୍ତୁ...

padma awards to marry kom and pv sindhu, padma vibhushan to marry kom, padma bhushan to sindhu,  padma awards 2020, ମେରିଙ୍କୁ ପଦ୍ମ ବିଭୁଷଣ, ସିନ୍ଧୁଙ୍କୁ ପଦ୍ମ ଭୁଷଣ
ମେରିଙ୍କୁ ପଦ୍ମ ବିଭୁଷଣ, ସିନ୍ଧୁଙ୍କୁ ପଦ୍ମ ଭୁଷଣ
author img

By

Published : Jan 25, 2020, 11:32 PM IST

Updated : Jan 26, 2020, 2:28 AM IST

ନୂଆଦିଲ୍ଲୀ: କ୍ରିଡା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବକ୍ସିଙ୍ଗ କ୍ବିନ ଏମ ସି ମେରିକମ ଓ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ । ମେରି କମଙ୍କୁ ପଦ୍ମ ବିଭୁଷଣରେ ସମ୍ମାନିତ କରାଯାଉଥିବା ବେଳେ ସିନ୍ଧୁଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ ।

ପାଞ୍ଚ ଥର ବିଶ୍ବ ବିଜେତା ହୋଇଥିବା ମେରି କମଙ୍କୁ ସର୍ବୋଚ୍ଚ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଉଛି । 1983ରେ ମାର୍ଚ୍ଚ 1 ତାରିଖରେ ମଣିପୁରର ଚୁରାଞ୍ଚାଦପୁର ଠାରେ ଜନ୍ମ ହୋଇଥିବା ମେରି କମ ଜୀବନର ତମାମ ବାଧା ବିଘ୍ନକୁ ଏଡାଇ ବକ୍ସିଂ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି ।

ସେପଟେ ଗତ ବର୍ଷ ବିଶ୍ବ ବିଜୟୀ ହୋଇ ସାରା ଦେଶ ପାଇଁ ଗର୍ବ ଆଣିଥିବା ପିଭି ସିନ୍ଧୁଙ୍କୁ ପଦ୍ମ ଭୁଷଣ ସମ୍ମାନ ଦିଆଯିବ । ତେବେ ମେରି କମ ଓ ସିନ୍ଧୁଙ୍କ ସହ ଅନ୍ୟ ପାଞ୍ଚ ଜଣଙ୍କୁ ମଧ୍ୟ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

.

Intro:Body:Conclusion:
Last Updated : Jan 26, 2020, 2:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.