ETV Bharat / sports

ପୁରସ୍କାର ପାଇଁ ସୁପାରିଶ ନିଜେ କରିନାହିଁ, ସମାଲୋଚକଙ୍କୁ ମନିକା ବାତ୍ରାଙ୍କ ଜବାବ

author img

By

Published : Aug 29, 2020, 11:33 PM IST

ଅଗଷ୍ଟ 29 ଶନିବାର ଭାରତୀୟ ଟେବୁଲ ଟେନିସ ପାଇଁ ସ୍ମରଣୀୟ ଦିନ ହୋଇଛି । ଟେବୁଲ ଟେନିସ ଷ୍ଟାର ମନିକା ବାତ୍ରା ଦେଶର ସର୍ବୋଚ୍ଚ କ୍ରୀଡା ପୁରସ୍କାର ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

Manika Batra gives befitting reply to critics says, I don't recommend awards
ପୁରସ୍କାର ପାଇଁ ସୁପାରିଶ ନିଜେ କରିନାହିଁ, ସମାଲୋଚକଙ୍କୁ ମନିକା ବାତ୍ରାଙ୍କ ଜବାବ

ହାଇଦ୍ରାବାଦ: ଅଗଷ୍ଟ 29 ଶନିବାର ଭାରତୀୟ ଟେବୁଲ ଟେନିସ ପାଇଁ ସ୍ମରଣୀୟ ଦିନ ହୋଇଛି । ଟେବୁଲ ଟେନିସ ଷ୍ଟାର ମନିକା ବାତ୍ରା ଦେଶର ସର୍ବୋଚ୍ଚ କ୍ରୀଡା ପୁରସ୍କାର ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଭଚ୍ୟୁଆଲ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଏହି ସମ୍ମାନିତ କରିଛନ୍ତି ।

ତେବେ ବାତ୍ରାଙ୍କୁ ଏହି ଆୱାର୍ଡ ମିଳିବା ନେଇ ସମାଲୋଚନା ଆମ୍ଭ ହୋଇଛି । ଜାତୀୟ କ୍ରୀଡା ପୁରସ୍କାର ଚୟନ କମିଟିର ମନୋନୟନ ପ୍ରକ୍ରିୟା ଉପରେ ଅନେକ ପ୍ରଶ୍ନବାଚୀ ଉଠାଇଛନ୍ତି । 2018 ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସିଆନ ଗେମ୍ସରେ ଦମଦାର ପ୍ରଦର୍ଶନ କରିଥିଲେ ମନିକା । ପରେ ସେ ଅର୍ଜୁନ ଆୱାର୍ଡରେ ସମ୍ମାନିତ ହୋଇଥିଲେ । ତେବେ ବର୍ଷ 2019ରୁ 2020 ମଧ୍ଯରେ ମନିକାଙ୍କର ଆଖିଦୃଶିଆ ପ୍ରଦର୍ଶନ ନଥିବା ସମାଲୋଚନାର କାରଣ ହୋଇଛି । ଏମିତିକି ଟେବୁଲ ଟେନିସ ମାନ୍ୟତାରେ ତଳକୁ ଖସିଥିବା ସତ୍ତ୍ବେ କିପରି ରାଜୀବ ଗାନ୍ଧି ଖେଳ ରତ୍ନ ପାଇଁ ଚୟନ କରାଗଲା ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ତେବେ ସମାଲୋଚକଙ୍କୁ କଡା ଜବାବ ଦେଇଛନ୍ତି ଦେଶର ଯୁବ ଟେବୁଲ ଟେନିସ ଷ୍ଟାର । 2018 ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୁଇଟି ସ୍ବର୍ଣ୍ଣ ପଜକ ବିଜେତା ମନିକା, ପଛରେ ସମାଲୋଚନା କରୁଥିବା ଲୋକଙ୍କ କଥାକୁ ଧ୍ୟାନ ଦେଇନାହାନ୍ତି ବୋଲି କହିଛନ୍ତି ।

ସେ କହିଛନ୍ତି, ଦେଶର ପ୍ରତ୍ୟେକ ଆଥଲେଟଙ୍କ ଗୋଟିଏ ସ୍ବପ୍ନ ଥାଏ, ବାରତ ପାଇଁ ବିଜୟୀ ପ୍ରଦର୍ଶନ କରିବା । ପ୍ରଦର୍ଶନ ଆଧାରରେ ଦେଶ ଗର୍ବିତ ହୋଇଥାଏ । ଏହା ହି ତାଙ୍କର ଏକମାତ୍ର ମନ୍ତ୍ର ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖଛନ୍ତି ଖେଳରତ୍ନ ପୁରସ୍କାର ବିଜେତା ମନିକା ବାତ୍ରା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.