ETV Bharat / sports

Malaysia Masters 2023: ପ୍ରଣୟଙ୍କୁ ପ୍ରଥମ ମାଲେସିଆ ମାଷ୍ଟର୍ସ ଟାଇଟଲ

author img

By

Published : May 29, 2023, 7:34 AM IST

ମାଲେସିଆ ମାଷ୍ଟର୍ସରେ ଭାରତୀୟ ସଟଲରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ତାରକା ବ୍ୟାଡମିଣ୍ଟନ ଖେଳାଳି ଏଚଏସ ପ୍ରଣୟ ଚମ୍ପିଆନ ହୋଇଛନ୍ତି । ଅଧିକ ପଢନ୍ତୁ

prannoy win malaysia masters title
malaysia masters 2023

ନୂଆଦିଲ୍ଲୀ: କ୍ବାଲାଲମ୍ପପୁର ଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସରେ ଭାରତୀୟ ସଟଲରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଭାରତୀୟ ଅଭିଜ୍ଞ ତାରକା ବ୍ୟାଡମିଣ୍ଟନ ଖେଳାଳି ଏଚଏସ ପ୍ରଣୟ ଚମ୍ପିଆନ ହୋଇଛନ୍ତି । ପୁରୁଷ ଏକକ ଫାଇନାଲ ମୁକାବିଲାରେ ସେ ଚୀନର ୱେଙ୍ଗ ହଙ୍ଗୟାଙ୍ଗଙ୍କୁ ପରାସ୍ତ କରି ବାଜି ମାରି ନେଇଛନ୍ତି । ଏହା ତାଙ୍କ କ୍ୟାରିଅରର ପ୍ରଥମ ବିଡବ୍ଲ୍ୟୁଏଫ ବିଶ୍ବ ଟୁର ଟ୍ରଫି ।

ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ 94 ମିନିଟ ଧରି ଚାଲିଥିଲା । ସିଙ୍ଗଲ୍ସ ଫାଇନାଲରେ ସେ ଚୀନର ୱେଙ୍ଗ ହଙ୍ଗୟାଙ୍ଗଙ୍କୁ 21-19, 13-21,21-18 ସେଟ ଗେମରେ ପରାସ୍ତ କରି ବିଜୟ ହାସଲ କରିଥିଲେ । ବିଡବ୍ଲ୍ୟୁଏଫ ମାନ୍ୟତା ତାଲିକାରେ ନବନ ସ୍ଥାନରେ ରହିଥିହା ପ୍ରଣୟ ଟାଇଟାଲ ମୁକାବିଲାରେ ଦମଦାର ପ୍ରଦର୍ଶନ କରିଥିଲେ । ପ୍ରଥମ ଗେମରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ସ୍ଥିତି 16-16ରେ ରହିଥିଲା । ଏହାପରେ ପ୍ରଣୟ ଜବରଦସ୍ତ କମବ୍ୟାକ କରିଥିଲେ । ଚତୁରତାର ସହ ଖେଳ ପ୍ରଦର୍ଶନ କରି ଆଗୁଆ ରହିଥିଲେ । ପ୍ରଥମ ଗେମ କବଜା କରିଥିଲେ ।

pic.twitter.com/XO3X9gflLI

— SAI Media (@Media_SAI) May 28, 2023 ">

ୟାଙ୍ଗ ଦ୍ବିତୀୟ ଗେମରେ ପ୍ରତ୍ୟାବର୍ତ୍ତନ କରି ବିଜୟ ହାସଲ କରିଥିଲେ । ପ୍ରତି ପଏଣ୍ଟରେ କାଡ ଫାଇଟ ହୋଇଥିଲା । ଶେଷ ଆଡକୁ ୟାଙ୍ଗଙ୍କ ତ୍ରୁଟିର ଫାଇଦା ନେଇଥିଲ ପ୍ରଣୟ । ଫଳରେ ଟାଇଟଲ ହାତେଇବାକୁ ସଫଳ ହୋଇଥିଲେ । ପ୍ରଣୟ ପ୍ରଥମ ଭାରତୀୟ ଖେଳାଳି ଭାବେ ମାଲେସିଆ ମାଷ୍ଟର୍ସ ଟାଇଟଲ ଜିତିଛନ୍ତି । ଦୀର୍ଘ 6 ବର୍ଷ ପରେ ସେ ବ୍ୟକ୍ତିଗତ ସଫଳତା ପାଇଛନ୍ତି । 2017ରେ ସେ ୟୁଏସ ଓପନ ଗ୍ରାଁପ୍ରି ଚମ୍ପିଆନ ହୋଇଥିଲେ । ଏହା ସହ 2022ରେ ସ୍ବିପ ଓପନ ରନର୍ସ ଅପ୍ ହୋଇଥିଲେ ।

ଏହା ବି ପଢନ୍ତୁ...WTC Final: ଷ୍ଟାଣ୍ଡବାଇରେ ଗାଏକୱାଡଙ୍କ ସ୍ଥାନ ନେବେ ଜୟସ୍ବାଲ, ପ୍ରସ୍ତୁତ ହେବାକୁ ସୂଚନା ଦେଲା ବିସିସିଆଇ

ଏହା ବି ପଢନ୍ତୁ....IPL 2023: ଆଇପିଏଲରୁ ଅବସର ଘୋଷଣା କଲେ ଅମ୍ବାତି ରାୟୁଡୁ, କହିଲେ ଆଉ ଫେରିବିନି

ଚମ୍ପଆନ୍ ପରେ ପ୍ରତିକ୍ରିୟାରେ ପ୍ରଣୟ କହିଛନ୍ତି, '' 6 ବର୍ଷ ପରେ ଟାଇଟଲ ଜିତିବି କେବେ ଆଶା କରିନଥିଲି । କଠିନ ପରିଶ୍ରମ କରିଥିଲି ଯାହା ପାଇଁ ଆଜି ସଫଳତା ମିଳିଛି । ମୋ କୋଚ ଓ ସପୋର୍ଟ ଷ୍ଟାଫଙ୍କୁ ଅନେକ ଧନ୍ୟବାଦ ।''

ପ୍ରକାଶଥାଉ କି, ପୁରୁଷ ବର୍ଗ ସେମିରେ ଇଣ୍ଡୋନେସିଆର ଖ୍ରୀଷ୍ଟିଆନ ଆଦିନାଟାଙ୍କୁ ପରାସ୍ତ କରି ମେଲେସିଆ ମାଷ୍ଟର୍ସରେ ପ୍ରଥମଥର ଲାଗି ଫାଇନାଲରେ ପ୍ରବେଶ କରିଥିଲେ । ପ୍ରଣୟ ଇଂଲଣ୍ଡ ଚମ୍ପିଆନ ଚୀନର ଲି ସି ଫେଙ୍ଗଙ୍କୁ 13-21,21-16, 21-11 ସେଟରେ ପରାସ୍ତ କରି କ୍ବାର୍ଟର ଫାଇନାରେ ପ୍ରବେଶ କରିଥିଲେ । କ୍ବାର୍ଟରରେ ଜାପାନର କେଣ୍ଟା ନିସିମୋଟୋଙ୍କୁ ହରାଇ ସେମିରେ ପ୍ରବେଶ କରିଥିଲେ । ସେ 16-21, 21-14, 21-13ରେ ବିଶ୍ବର ଷଷ୍ଠ ନମ୍ବର ଖେଳାଳି ଚାଇନିଜ ତାଇପେର ଚୌ ତିଏନ ଚେନଙ୍କୁ ପରାସ୍ତ କରି ପ୍ରି କ୍ବାର୍ଟରରେ ପ୍ରବେଶ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.