ETV Bharat / sports

ଗଣମାଧ୍ୟମ ବିରୁଦ୍ଧରେ ସୁଶୀଲ କୁମାରଙ୍କ ଆବେଦନର ଶୁଣାଣି କରିବେନି କୋର୍ଟ - କୁସ୍ତିଯୋଦ୍ଧା ସୁଶୀଲ କୁମାର

ଗଣମାଧ୍ୟମ ବିରୁଦ୍ଧରେ ସୁଶୀଲ କୁମାରଙ୍କ ଆବେଦନର ଶୁଣାଣି କରିବାକୁ ମନାକଲେ ଦିଲ୍ଲୀ ହାଇକୋର୍ଟ । ଅଧିକ ପଢନ୍ତୁ...

Let Sushil Kumar come: Delhi HC refuses to hear plea against media
ଗଣମାଧ୍ୟମ ବିରୁଦ୍ଧରେ ସୁଶୀଲ କୁମାରଙ୍କ ଆବେଦନର ଶୁଣାଣି କରିବେନି କୋର୍ଟ
author img

By

Published : May 28, 2021, 7:47 PM IST

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ଅଡୁଆ ଧୀରେଧୀରେ ବଢିବାରେ ଲାଗିଛି । ଦିଲ୍ଲୀ ହାଇକୋର୍ଟରୁ ଶୁକ୍ରବାର ସୁଶୀଲଙ୍କୁ ଆଉ ଏକ ଝଟ୍‌କା । ଗଣମାଧ୍ୟମ ବିରୁଦ୍ଧରେ ସୁଶୀଲ କୁମାରଙ୍କ ଆବେଦନର ଶୁଣାଣି କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ । ଜଣେ 23 ବର୍ଷୀୟ ଯୁବ କୁସ୍ତିଯୋଦ୍ଧାଙ୍କ ହତ୍ୟା ମାମଲାରେ ଛନ୍ଦି ହୋଇ ପୋଲିସ ହେପାଜତରେ ରହିଛନ୍ତି ସୁଶୀଲ ।

ମୁଖ୍ୟ ବିଚାରପତି ଡିଏନ ପଟେଲ ଓ ବିଚାରପତି ଜ୍ୟୋତି ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଗଣମାଧ୍ୟମରେ ଏହି ସମ୍ବନ୍ଧୀୟ ଖବର ପ୍ରସାରଣ ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନର ଶୁଣାଣି କୋର୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଜଣେ ଆଇନ ଛାତ୍ର ସୁଶୀଲଙ୍କ ପକ୍ଷରୁ ଏହି ଆବେଦନ କରିଥିଲେ । ତେବେ ଏହି ମାମଲାର ଶୁଣାଣି ପାଇଁ ଇଚ୍ଛାପ୍ରକାଶ କରିନାହାନ୍ତି ।

ଛତ୍ରଶାଲ ଷ୍ଟାଡିୟମରେ ହୋଇଥିବା କୁସ୍ତିଯୋଦ୍ଧା ସାଗର ଧନକରଙ୍କ ମୃତ୍ୟୁ ମାମଲାରେ ସଂପୃକ୍ତି ନେଇ ଗଣମାଧ୍ୟମରେ ସୁଶୀଲଙ୍କ କ୍ୟାରିୟର, ପ୍ରତିଷ୍ଠା ଓ ଛବିକୁ ଖରାପ କରିବାକୁ ପ୍ରୟାସ କରାଯାଉଥିବା ଆବେଦନରେ ଦର୍ଶାଯାଇଥିଲା ।

ମେ 23ରେ ଦିଲ୍ଲୀ କୋର୍ଟ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ 6 ଦିନିଆ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.