ନୂଆଦିଲ୍ଲୀ: ଦେଶରେ କ୍ରୀଡା ଇଭେଣ୍ଟ ଆରମ୍ଭ ନେଇ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କ୍ରୀଡାମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଅନଲାଇନ ଭିଡିଓ କନ୍ଫରେନ୍ସିଂ ବୈଠକ ଦୁଇଦିନ ଧରି ଚାଲିବ ।
ପ୍ରଥମ ପର୍ଯ୍ୟାୟରେ ରିଜିଜୁ, 17ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଦେଶ ତମାମ ସମସ୍ତ କ୍ରୀଡା ଇଭେଣ୍ଟ ସ୍ଥଗିତ ରହିଛି ।
ଜୁଲାଇ 14 ଓ 15ରେ ଏହି ଭିଡିଓ କନ୍ଫରେନ୍ସିଂ ବୈଠକରେ, ଦେଶରେ ତୃଣମୂଳ ସ୍ତରରେ କ୍ରୀଡାର ଉନ୍ନତି ଓ ନେହେରୁ ଯୁବ କେନ୍ଦ୍ର ସଂଗଠନ(NKYS) ଓ ନ୍ୟାସନାଲ ସର୍ଭିସ ସ୍କିମ(NSS) କାର୍ଯ୍ୟନେଇ ସମୀକ୍ଷା ହେବ ।
ଏଥିସହିତ ଦେଶରେ କ୍ରୀଡାବିତଙ୍କ ଅଭ୍ୟାସ ଓ କ୍ରୀଡା ଇଭେଣ୍ଟ ଆୟୋଜନର ରୋଡମ୍ୟାପ ପ୍ରସ୍ତୁତି, ଏହି ଅନଲାଇନ ବୈଠକର ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗ ରହିଛି ।