ETV Bharat / sports

ଅଲମ୍ପିକ୍ସରେ ଶ୍ରେଷ୍ଠ ହେବା ପାଇଁ ସନ୍ତରଣ ଉପରେ ଦିଆଯାଉ ଧ୍ୟାନ: ରିଜିଜୁ

author img

By

Published : May 1, 2020, 12:41 AM IST

ଅଲମ୍ପିକ୍ସରେ ପଦକ ଜିତିବାକୁ ହେଲେ ସନ୍ତରଣ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କରିଣ ରିଜିଜୁ । ଅଧିକ ପଢ଼ନ୍ତୁ...

Kiren Rijiju, need to focus on swimming, excel in Olympics, ସନ୍ତରଣ ଉପରେ ଦିଆଯାଉ ଧ୍ୟାନ, କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ
ଅଲମ୍ପିକ୍ସରେ ଶ୍ରେଷ୍ଠ ହେବା ପାଇଁ ସନ୍ତରଣ ଉପରେ ଦିଆଯାଉ ଧ୍ୟାନ: ରିଜିଜୁ

ନୂଆଦିଲ୍ଲୀ: ଅଲମ୍ପିକ୍ସରେ ଶ୍ରେଷ୍ଠ ହେବାକୁ ହେଲେ ଭାରତକୁ ଆକ୍ବାଟିକ ସ୍ପୋର୍ଟ୍ସ, ଖାସ କରି ସନ୍ତରଣ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ।

ଅଲିମ୍ପିକ୍ସରେ ଯେକୌଣସି ଦେଶ ପାଇଁ ସନ୍ତରଣରେ ସଫଳତା ପାଇବା ଗୁରୁତ୍ବପୂର୍ଣ୍ଣ ବୋଲି ଜୋର ଦେଇ ରିଜିଜୁ କହିଛନ୍ତି । କାରଣ ଏହି ଖେଳରେ ହିଁ ଅଧିକ ପଦକ ଜିତିବା ସମ୍ଭବ ହୋଇଥାଏ । 2028 ପାଇଁ ବର୍ତ୍ତମାନ ଠାରୁ ଭାରତକୁ ଜଳ ଭିତ୍ତିକ କ୍ରୀଡ଼ାରେ ପ୍ରତିଦ୍ବନ୍ଦିତା କରିବା ପାଇଁ ପ୍ରସ୍ତୁତି କରିବାକୁ ହେବ ବୋଲି ରିଜିଜୁ କହିଛନ୍ତି ।

‘‘ଖେଳର ଇତିହାସ ଦେଖିଲେ ଜଣାପଡ଼େ ଯେ ଶ୍ରେଷ୍ଠ ଦେଶ ଗୁଡିକ ସନ୍ତରଣରେ ହିଁ ଅନେକ ସଂଖ୍ୟାରେ ପଦକ ହାସଲ କରିଛନ୍ତି । ଗତ 5ଟି ଅଲମ୍ପିକରେ ଆମେରିକା 31 ପ୍ରତିଶତ ପଦକ କେବଳ ସନ୍ତରଣରେ ପାଇଛି,’’ ବୋଲି ରିଜିଜୁ କହିଛନ୍ତି ।

‘‘ଆକ୍ବାଟିକ୍ସରେ ଅନେକ ଗୁଡିଏ ଇଭେଣ୍ଟ ଯୋଗୁଁ ଯେକୌଣସି ଦେଶ ପାଇଁ ଏହା ବଡ଼ ସୁଯୋଗ ହୋଇ ପାରିବ । ସନ୍ତରଣରେ ଆଜି ଆମେ ଅଲିମ୍ପିକ ସ୍ତରରେ ବହୁତ ପଛରେ ଅଛୁ କିନ୍ତୁ ଏହି କ୍ରୀଡାରେ ସଠିକ ଯୋଜନା, ସମ୍ବଳ ଓ ଏକାଗ୍ରତାର ସହ କାର୍ଯ୍ୟ କଲେ ଏଥିରେ ସଫଳତା ପାଇବାର ସମ୍ଭାବନା ଅଛି ।’’

କେନ୍ଦ୍ର କ୍ରୀଡାମନ୍ତ୍ରୀ ସାରା ଦେଶର ସନ୍ତରଣ କୋଚଙ୍କୁ ସମ୍ବୋଧନ କରି ଏହା କହିଛନ୍ତି । ସ୍ପୋର୍ଟ୍ସ ଅଥୋରିଟି ଅଫ ଇଣ୍ଡିଆ ଓ ସ୍ବିମିଙ୍ଗ ଫେଡେରେସନ ଅଫ ଇଣ୍ଡିଆର ମିଳିତ ଉଦ୍ୟମରେ ଆୟୋଜିତ ଏକ ଅନଲାଇନ କର୍ମଶାଳାରେ ଯୋଗ ଦେଇଥିଲେ ରିଜିଜୁ ।

‘‘ଭାରତ ପଛରେ କାହିଁକି ରହିଛି ତାହାର ମୁଁ କୌଣସି କାରଣ ଦେଖି ପାରୁନାହିଁ । 2021 ଅଲିମ୍ପିକ୍ସରେ ସନ୍ତରଣରେ ପଦକ ଜିତିବାକୁ ଆମେ ସମର୍ଥ ହୋଇ ପାରିବା ନାହିଁ, କିନ୍ତୁ ଆମେ 2028 ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରିପାରିବା,’’ ବୋଲି ରିଜିଜୁ କହିଛନ୍ତି ।

ଏହାକୁ ସଫଳ କରିବା ପାଇଁ ଏସଏଫଆଇକୁ ଯୋଜନା ପ୍ରସ୍ତୁତ କରିବାକୁ କହିଛନ୍ତି ମନ୍ତ୍ରୀ ।

‘‘ଜେଏସଡବ୍ଲ୍ୟୁ ଓ ପୁଣେ ସ୍ଥିତ ଆର୍ମି ଇନଷ୍ଟିଟ୍ୟୁଟରେ ଏନେଇ ବିଶ୍ବ ସ୍ଥରୀୟ ବ୍ୟବସ୍ଥା ରହିଛି । କିନ୍ତୁ ଏପରି ବ୍ୟବସ୍ଥା ଥିବା ଅନ୍ୟାନ୍ୟ ଘରୋଇ ଏକାଡେମୀ ମଧ୍ୟ ଆଗେଇ ଆସିବା ଉଚିତ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.