ETV Bharat / sports

ଜିରାକପୁରରେ SAI ଆଞ୍ଚଳିକ କେନ୍ଦ୍ରର ଉଦ୍ଘାଟନ କଲେ କିରଣ ରିଜିଜୁ

author img

By

Published : Nov 2, 2020, 8:25 PM IST

କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୋମବାର, ପଞ୍ଜାବର ଜିରାକପୁରରେ ଏକ ନୂତନ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ଆଞ୍ଚଳିକ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି । ଅଧିକ ପଢନ୍ତୁ...

Kiren Rijiju inaugurates SAI Regional Centre in Zirakpur
ଜିରାକପୁରରେ SAI ଆଞ୍ଚଳିକ କେନ୍ଦ୍ରର ଉଦ୍ଘାଟନ କଲେ କିରଣ ରିଜିଜୁ

ମୋହାଲି: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୋମବାର ଜିରାକପୁରରେ ଏକ ନୂତନ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ଆଞ୍ଚଳିକ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି । ପଞ୍ଜାବର ଜିରାକପୁରର ଏହି କେନ୍ଦ୍ର ଉତ୍ତର ଭାରତର ପ୍ରମୁଖ ସାଇ ସେଣ୍ଟର ଭାବେ କାର୍ଯ୍ୟ କରିବ ।

ଉତ୍ତର ଭାରତୀୟ କ୍ଷେତ୍ରରେ ଜମ୍ମୁ-କାଶ୍ମୀର, ଲେହ ଠାରୁ ହିମାଚଳ ପ୍ରଦେଶ ପର୍ଯ୍ୟନ୍ତ ଆସୁଛି । ଫଳରେ ଭାରତରେ ବିଶ୍ବ ସ୍ତରୀୟ କ୍ରୀଡା ଭିତ୍ତିଭୂମିର ଉପଲବ୍ଧ କରିବାକୁ ଏହି କ୍ଷେତ୍ର ଗୁଡିକରେ ଅନେକ ଉନ୍ନତି କରିବାକୁ ହେବ । ଭାରତକୁ ଏକ କ୍ରୀଡା ସମୃଦ୍ଧ ଦେଶ ଭାବେ ପରିଗଣିତ କରିବାକୁ ଓ ଭବିଷ୍ୟତର ପ୍ରତିଭାଙ୍କୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ନିଆଯାଉଛି । ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ଏକ ଘୋଷଣାନାରେ ଏହା କହିଛନ୍ତି କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ ।

ଏହି କାର୍ଯ୍ୟକ୍ରମ ଅବସରରେ କୋଭିଡ-19 ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଆରମ୍ଭ କରିବାକୁ ଯାଉଥିବା ଆଥଲେଟ ଓ କୋଚଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରିଜିଜୁ । ଏଥିସହ ଖୁବଶୀଘ୍ର ବ୍ୟକ୍ତିଗତ ଭାବେ ଏହି କେନ୍ଦ୍ର ପରିଦର୍ଶନରେ ଆସିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ 300ଜଣ ଅଂଶଗ୍ରହଣ କରିଥିଲେ । ଏଥିରେ ପଞ୍ଜାବ କ୍ରୀଡା ନିର୍ଦ୍ଦେଶକ ଡିପିଏସ ଖାରବନ୍ଦା, SAIର ନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ, SAI ସମ୍ପାଦକ ରୋହିତ ଭରଦ୍ବାଜ, ବିଭିନ୍ନ SAI ଆଞ୍ଚଳିକ କେନ୍ଦ୍ରର ନିର୍ଦ୍ଦେଶକ, କୋଚ ଓ ଆଥଲେଟ ସାମିଲ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.