ETV Bharat / sports

କିଟ୍‍ ଓ କିସ୍‍କୁ ସଫଳତା, ଚୀନରେ ଆୟୋଜିତ ଏସୀୟ କ୍ରୀଡ଼ାରେ ସାମିଲ ହେବେ ୧୪ ଖେଳାଳି

author img

By ETV Bharat Odisha Team

Published : Sep 16, 2023, 7:49 AM IST

ଚୀନ ଏସୀୟ କ୍ରୀଡ଼ା ୨୦୨୩ ରେ ସାମିଲ ହେବେ କିଟ୍‍ ଓ କିସ୍‍ର ୧୪ ଖେଳାଳି । ଅଧିକ ପଢନ୍ତୁ

kiit and kiss athletes participate Asian Games

ଭୁବନେଶ୍ବର: ସେପ୍ଟେମ୍ବର ୨୩ରୁ ଚୀନ୍‍ର ହାଙ୍ଗଝୁ ଠାରେ ଅନୁଷ୍ଠିତ ହେବ ଏସୀୟ କ୍ରୀଡ଼ା ୨୦୨୩ । ବିଭିନ୍ନ ବିଭାଗରେ ଓଡ଼ିଶାର କ୍ରୀଡ଼ାବିତ ମାନେ ଭାରତର ପ୍ରତିନିଧିତ୍ୱ କରିବେ । କିଟ୍‍ ଓ କିସ୍‍ର ୧୪ ଖେଳାଳି ଏସୀୟ କ୍ରୀଡାରେ ଭାଗ ନେବେ । ସମସ୍ତ ଖେଳାଳିଙ୍କୁ ଅନୁଷ୍ଠାନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଯାଇଛି । ସମସ୍ତଙ୍କୁ ସହାୟତା ଯୋଗାଇବା ସହ ଆଗକୁ ବଢିବାର ପ୍ରୋତ୍ସାହନ ଦିଆଯାଇଛି । ଏନେଇ କିଟ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ କହିଛନ୍ତି ଯେ, କିଟ୍‍ର ସିଏ ଛାତ୍ରୀ ଭବାନୀ ଦେବୀ ଅଶୀ ଚାଳନା ମହିଳା ବର୍ଗରେ ଉଭୟ ବ୍ୟକ୍ତିଗତ ଓ ଦଳଗତ ଇଭେଣ୍ଟରେ ଭାଗ ନେବାକୁ ଯାଉଛନ୍ତି । ସେହିପରି ଭାରତୀୟ ହକି ଦଳରେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । ସନ୍ତରଣରେ କିଟ୍‍ ଓ କିସ୍‍ର ଛାତ୍ର ସଜ୍ଜନ ପ୍ରକାଶ, ନୌଚାଳନା ମହିଳା ବର୍ଗରେ ଅଶିଂକା ଭାରତୀ ଭାରତର ପ୍ରତିନିଧିତ୍ୱ କରିବେ।

ଏହା ମଧ୍ୟ ପଢନ୍ତୁ-କାଜଲଙ୍କ କିର୍ତ୍ତୀମାନ: 1 ମିନିଟରେ 321 ଥର ଏଲବୋ ଷ୍ଟ୍ରାଇକ, ଭାଙ୍ଗିଲେ ପାକିସ୍ତାନ ରେକର୍ଡ

''ଆଥଲେଟିକ୍ସର ୨୦ କିମି ରେସ୍‍ ୱାକ୍‍ ମହିଳା ଇଭେଣ୍ଟରେ ପ୍ରିୟଙ୍କା ଓ ୨୦କିମି ରେସ୍‍ ୱାକ୍‍ ପୁରୁଷ ବର୍ଗରେ ସନ୍ଦୀପ କୁମାର, ଜାଭେଲିନ୍‍ ଥ୍ରୋରେ କିଶୋର କୁମାର ଜେନା ଓ ସଟଫୁଟରେ ତେଜିନ୍ଦର ପାଲ୍‍ ସିଂହ ତୁର ଭାରତର ପ୍ରତିନିଧିତ୍ୱ କରିବାର ଗୌରବ ଅର୍ଜନ କରିଛନ୍ତି। ଗୌରବର କଥା ଭାରତୀୟ ମହିଳା ରଗ୍‍ବୀ ଦଳରେ କିସ୍‍ର ୪ ଛାତ୍ରୀ ଡୁମୁଣୀ ମାରାଣ୍ଡି, ତରୁଲତା ନାଏକ, ମାମା ନାଏକ ଏବଂ ହୁପି ମାଝୀ ସ୍ଥାନ ପାଇଛନ୍ତି । ଡେକାଥଲନ୍‍ରେ ତେଜସ୍ୱୀ ଶଙ୍କର ଏବଂ ୨୦୦ମିଟର ଦୌଡ଼ରେ ଅମ୍ଳାନ ବୋରଗାହାଁ ମନୋନିତ ହୋଇଛନ୍ତି । କ୍ରୀଡ଼ାର ବିକାଶ ପାଇଁ କିଟ୍‍ ଓ କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଖେଳାଳିଙ୍କୁ ବର୍ଷ ବର୍ଷ ଧରି ଆବଶ୍ୟକ ସୁବିଧା ସହ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଥିବା ବେଳେ ଏହା ଆମ ପାଇଁ ଏକ ଖୁସିର ମୁହୁର୍ତ୍ତ ବୋଲି କହିଥିଲେ କିଟ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ।

ଅନ୍ୟପଟେ ଏସୀୟ କ୍ରୀଡ଼ା ପାଇଁ ମନୋନୀତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, '' ଏହି କ୍ରୀଡ଼ାବିତ୍‍ମାନେ କେବଳ କିଟ୍‍ ଓ କିସ୍‍ ପାଇଁ ଗୌରବ ନୁହନ୍ତି ବରଂ ସମଗ୍ର ଓଡ଼ିଶାର ଗର୍ବ ଓ ଗୌରବ । ସେ ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । ଏସୀୟ କ୍ରୀଡ଼ାରେ ଅଂଶ ଗ୍ରହଣ କରିବାକୁ ଯାଉଥିବା ଓଡ଼ିଶାର ଖେଳାଳିଙ୍କ ପାଇଁ ରାଜ୍ୟ ସରକାର ନିକଟରେ ଅର୍ଥରାଶି ପୁରସ୍କାର ଘୋଷଣା କରିଛନ୍ତି । ଏଥିରେ କିଟ୍‍ ଓ କିସ୍‍ର ୭ଜଣ କ୍ରୀଡ଼ାବିତ୍‍ ରହିଛନ୍ତି । କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବା ଓ ପ୍ରତିବଦ୍ଧତା ଯୋଗୁଁ ଆଜି ବିଶ୍ୱ କ୍ରୀଡ଼ା ମାନଚ୍ଚିତ୍ରରେ ଓଡ଼ିଶା ତାର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଓଡ଼ିଶାକୁ ଏକ କ୍ରୀଡ଼ା ହବ୍‍ଭାବେ ପରିଣତ ହୋଇପାରିଛି । ତେଣୁ ଆମେ ଏହାକୁ ପାଥେୟ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠା ହେବା ଦିନଠାରୁ ଗୁଣାତ୍ମକ ଶିକ୍ଷା ସହ କ୍ରୀଡ଼ାକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଆସୁଛି । ଏଠାରେ ଥିବା ଅନ୍ତର୍ଜାତୀୟ ମାନର ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ଏବଂ ଅଭିଜ୍ଞ ଓ ଦକ୍ଷ କୋଚ୍‍ ବିଶେଷକରି କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହନ ଯୋଗୁଁ ୫ହଜାରରୁ ଊର୍ଦ୍ଧ୍ୱ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ସୃଷ୍ଟି ହୋଇପାରିଛନ୍ତି । ''

'' ସବୁଠାରୁ ଗର୍ବ ଓ ଗୌରବର ବିଷୟ ହେଉଛି ଅନୁଷ୍ଠାନରୁ ୧୩ଜଣ ଅଲିମ୍ପିଆନ୍‍ ବାହାରି ପାରିଛନ୍ତି । ସେମାନେ ହେଉଛନ୍ତି ଆଥଲେଟିକ୍ସ ଦୂତୀ ଚାନ୍ଦ, ପ୍ରିୟଙ୍କା, ଶ୍ରାବଣୀ ନନ୍ଦ, ଶିବପାଲ୍‍ ସିଂହ, ତେଜିନ୍ଦର ପାଲ୍‍ ସିଂହ ତୁର ଓ ସନ୍ଦୀପ୍‍ କୁମାର । ସେହିପରି ହକିରେ ଅମିତ୍‍ ରୋହିଦାସ୍‍, ଲିଲିମା ମିଞ୍ଜ ଓ ସୁନୀତା ଲାକ୍ରା ଓ ଅସି ଚାଳନାରେ ସିଏ ଭବାନୀ ଦେବୀ, ସନ୍ତରଣରେ ସଜ୍ଜନ ପ୍ରକାଶ, ପାରାଅଲିମ୍ପିଆନ୍‍ ପ୍ରବୀଣ କୁମାର ଏବଂ କାସିସ୍‍ ଲାକ୍ରା । ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.