ଖୋର୍ଦ୍ଧା: ସର୍ବଭାରତୀୟ କରାଟେରେ ଖୋର୍ଦ୍ଧା ଝିଅ ମୋନାଲିଙ୍କୁ ରୌପ୍ୟ ପଦକ ମିଳିଛି। ଉତ୍କଳ କରାଟେ ସ୍କୁଲ ଆନୁକୂଲ୍ୟରେ 10ତମ ସର୍ବଭାରତୀୟ କରାଟେ ଚମ୍ପିଆନ ମଞ୍ଚେଶ୍ୱର ସ୍ଥିତ ରେଲୱେ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି ।
ଏହି ପ୍ରତିଯୋଗିତାରେ ହ୍ଵାଇଟ ବେଲ୍ଟ ମହିଳା ଓ ପୁରୁଷ କରାଟେ ମ୍ୟାଚ ଖେଳାଯାଇଥିଲା । ତେବେ ବିଲୋ ବ୍ଲାକ ବେଲ୍ଟ ମହିଳା କରାଟେରେ ଖୋର୍ଦ୍ଧା ଝିଅ ମୋନାଲି ମହାପାତ୍ର ରୌପ୍ୟ ଏବଂ 21 ବର୍ଷରୁ କମ ୱାଆରଏସ ମହିଳା କରାଟେରେ ଅନ୍ୟ ଏକ ରୌପ୍ୟ ପଦକ ପାଇବା ସହ ଏକ ବ୍ରୋଞ୍ଜ ପଦକ ପାଇ ଖୋର୍ଦ୍ଧା ପାଇଁ ଗର୍ବ ଆଣିଛନ୍ତି । ମୋନାଲି ଏହି ସଫଳତାର ଶ୍ରେୟ ନିଜ ଟିମ ମେମ୍ବର, ଗୁରୁ ଓ ନିଜ ମାତାପିତାଙ୍କୁ ଦେବା ସହ ଆଗକୁ ସ୍ବର୍ଣ୍ଣ ପଦକ ପାଇଁ ପ୍ରସ୍ତୁତି ଚଳାଇଥିବା କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ