ETV Bharat / sports

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ: ସ୍ବର୍ଣ୍ଣ ତାଲିକାରେ ମହାରାଷ୍ଟ୍ର ଆଗରେ - Khelo India Youth Games

ଖେଲୋ ଇଣ୍ଡିଆ ୟୁଥ୍‌ ଗେମର 2ୟ ଦିନରେ ମଧ୍ୟ ସ୍ବର୍ଣ୍ଣ ବିଜୟୀ ଯାତ୍ରାରେ ଆଗରେ ରହିଛି ମହାରାଷ୍ଟ୍ର । ଦୁଇ ଦିନରେ 7ଟି ସ୍ବର୍ଣ୍ଣ, 8ଟି ରୌପ୍ୟ ଓ 12ଟି ବ୍ରୋଞ୍ଜ ପଦକ ସହ ମୋଟ 27ଟି ପଦକ ହାତେଇ ସାରିଲାଣି ମହାରାଷ୍ଟ୍ର ।

khelo-india-youth-games-priyanka-jatin-asmi-continue-gold
ଖେଲୋ ଇଣ୍ଡିଆ ୟୁଥ୍‌ ଗେମ
author img

By

Published : Jan 11, 2020, 9:17 PM IST

ଗୌହାଟୀ: ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ ପଦକ ତାଲିକାରେ ସବୁଠାରୁ ଆଗରେ ରହିଛି ମହାରାଷ୍ଟ୍ର । ଆଜି (ଶନିବାର) 2ୟ ଦିନରେ ମଧ୍ୟ ସ୍ବର୍ଣ୍ଣ ବିଜୟୀ ଯାତ୍ରାରେ ଆଗରେ ରହିଛି ମହାରାଷ୍ଟ୍ର । ଦୁଇ ଦିନରେ 7ଟି ସ୍ବର୍ଣ୍ଣ, 8ଟି ରୌପ୍ୟ ଓ 12ଟି ବ୍ରୋଞ୍ଜ ପଦକ ସହ ମୋଟ 27ଟି ପଦକ ହାତେଇ ସାରିଲାଣି ମହାରାଷ୍ଟ୍ର ।

ତେବେ ଆଜି 2ୟ ଦିନର ଖେଳରେ ମହାରାଷ୍ଟ୍ରର ଅସୀମ ଅଙ୍କୁଶ ବାଦାଦେ ଓ ଉତ୍ତର ପ୍ରଦେଶର ଯତୀନ କୁମାର କାନୋଜିଆ ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ଏହି ଦୁଇ ଖେଳାଳି ଜିମ୍ନାଷ୍ଟିକ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତେବେ ଏହି ଦୁଇ ଖେଳାଳିଙ୍କ ବ୍ୟକ୍ତିଗତ ପଦକ ସଂଖ୍ୟା 3ରେ ପହଁଚିଛି ।

ସେହିପରି ପ୍ରାରମ୍ଭିକ ଦିନର ଷ୍ଟାର ଆଥଲେଟ ପ୍ରିୟଙ୍କା ଦାସଗୁପ୍ତା ଆଜି ମଧ୍ୟ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ତେବେ ସେ ଏହି ଦୁଇ ଖେଳାଳିଙ୍କ ଠାରୁ ଅଧିକ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତି ନିଜର ବ୍ୟକ୍ତିଗତ ପଦକ ସଂଖ୍ୟା 4ରେ ପହଞ୍ଚାଇ ଦେଇଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.