ETV Bharat / sports

ଦୀପାଙ୍କୁ ଖେଳରତ୍ନ, 19ଜଣଙ୍କୁ ଅର୍ଜୁନ ପୁରସ୍କାର - ଦୀପାଙ୍କୁ ଖେଳରତ୍ନ

ଦେଶର ସର୍ବୋଚ୍ଚ କ୍ରୀଡା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ପାରା-ଅଲମ୍ପିକ୍‌ ରୌପ୍ୟ ପଦକ ବିଜେତା ଦୀପା ମଲ୍ଲିକଙ୍କ ନାମ ଘୋଷଣା କରାଯାଇଛି । ଅନ୍ୟପଟେ ଅର୍ଜୁନ ପୁରସ୍କାର ପାଇଁ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସହ ଅନ୍ୟ 19ଜଣଙ୍କ ନାମ ଘୋଷଣା କରାଯାଇଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 17, 2019, 10:59 PM IST

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ଭାରତର ଏକମାତ୍ର ପାରା-ଅଲମ୍ପିକ୍‌ ରୌପ୍ୟ ପଦକ ବିଜେତା ଦୀପା ମଲ୍ଲିକଙ୍କ ନାମ ଘୋଷଣା କରାଯାଇଛି । ତାଙ୍କ ସହିତ ଭାରତୀୟ ଷ୍ଟାର କୁସ୍ତ ଯୋଦ୍ଧା ବଜରଙ୍ଗ ପୁନିଆଙ୍କ ନାମ ମଧ୍ୟ ସାମିଲ ରହିଛି ।

Khel Ratna for Deepa Malik
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଅନ୍ୟପଟେ ଅର୍ଜୁନ ପୁରସ୍କାର ପାଇଁ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସହ ଅନ୍ୟ 19ଜଣଙ୍କ ନାମ ଘୋଷଣା କରାଯାଇଛି । ଚଳିତ ମାସ 29 ତାରିଖରେ ଜାତୀୟ କ୍ରୀଡ଼ା ଦିବସ । ଏହି ଅବସରରେ ଶ୍ରେଷ୍ଠ କ୍ରୀଡ଼ାବୀତଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିବେ । 16 ଓ 17 ତାରିଖ ଦୁଇ ଦିନ ଧରି ବସିଥିବା ପୁରସ୍କାର ଚୟନ କମିଟି ଏମାନଙ୍କ ନାମକୁ ପୁରସ୍କାର ପାଇଁ ସ୍ଥିର କରିଛି । ସେହିପରି ଓଡିଶାର ସୁନାମଧନ୍ୟ ପାର-ଆଥଲେଟ୍ ପ୍ରମୋଦ ଭଗତ୍‌ଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ଘୋଷଣା ହୋଇଛି ।

ଅନ୍ୟପଟେ ପୁରସ୍କାର କମିଟି ପକ୍ଷରୁ ପ୍ରକାଶ ପାଇଥିବା ତାଲିକା ଅନୁଯାୟୀ, ଚଳିତ ବର୍ଷ 3 ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ଦିଆଯିବା । ସେମାନେ ହେଲେ ବିମଳ କୁମାର (ବ୍ୟାଡମିଣ୍ଟନ), ସନ୍ଦୀପ ଗୁପ୍ତା(ଟେବୁଲ ଟେନିସ) ଓ ମହିନ୍ଦ୍ର ସିଂହ ଢୀଲୋନ (ଆଥଲେଟିକ୍ସ) ।

ସମସ୍ତ ପୁରସ୍କାର ପାଇଁ ପ୍ରକାଶ ପାଇଥିବା ଚୂଡାନ୍ତ ତାଲିକା-

ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର-

  1. ଦୀପା ମଲ୍ଲିକ (ପାରା ଆଥଲେଟିକ୍ସ)
  2. ବଜରଙ୍ଗ ପୁନିଆ (କୁସ୍ତୀ)

ଦ୍ରୋଣାଚାର୍ଯ୍ୟ ସମ୍ମାନ-

  1. ବିମଳ କୁମାର (ବ୍ୟାଡମିଣ୍ଟନ)
  2. ସନ୍ଦୀପ ଗୁପ୍ତା(ଟେବୁଲ ଟେନିସ)
  3. ମହିନ୍ଦ୍ର ସିଂହ ଢୀଲୋନ (ଆଥଲେଟିକ୍ସ)

ଅର୍ଜୁନ ପୁରସ୍କାର-

  1. ତଜିନ୍ଦର ସିଂହ ତୋର(ଆଥଲେଟିକ୍ସ)
  2. ମହମ୍ମଦ ଆନ୍ସ (ଆଥଲେଟିକ୍ସ)
  3. ଏସ୍‌ ଭାସ୍କରନ(ବଡି ବିଲଡିଂ)
  4. ସୋନିଆ ଲାଥେର (ବକ୍ସିଂ)
  5. ରବୀନ୍ଦ୍ର ଜାଡେଜା (କ୍ରିକେଟ)
  6. ଚିଙ୍ଗଲେନସାନା ସିଂହ କାଙ୍ଗୁଜାମ (ହକି)
  7. ଅଜୟ ଠାକୁର (କବାଡ଼ି)
  8. ଗୌରବ ସିଂହ ଗିଲ (ମୋଟର ସ୍ପୋର୍ଟ)
  9. ପ୍ରମୋଦ ଭଗତ (ପାରା ବ୍ୟାଡମିଣ୍ଟନ)
  10. ଅଞ୍ଜୁମ ମୋଦଗିଲ (ଶୁଟିଂ)
  11. ହରମୀତ ରାଜୁଲ ଦେଶାଇ (ଟେବୁଲ ଟେନିସ)
  12. ପୂଜା ଧଣ୍ଡା(ରେସଲିଂ)
  13. ଫୌଦ ମିର୍ଜା(ଏକ୍ୟୁଷ୍ଟ୍ରିଆନ)
  14. ଗୁରପ୍ରୀତ ସିଂହ ସାନ୍ଧୁ (ଫୁଟବଲ)
  15. ପୁନମ ଯାଦବ (କ୍ରିକେଟ)
  16. ସ୍ବପ୍ନା ବର୍ମା (ଆଥଲେଟିକ୍ସ)
  17. ସୁନ୍ଦର ସିଂହ ଗୁରଜାର (ପାରା ଆଥଲେଟିକ୍ସ)
  18. ସାଇ ପ୍ରଣୀତ(ବ୍ୟାଡମିଣ୍ଟନ)
  19. ଶ୍ରୀରାମ ସିଂହ ଶେରଗିଲ(ପୋଲୋ)

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.