ହାଇଦ୍ରାବାଦ: ଅଖିଳ ଭାରତୀୟ ଫୁଟବଲ ମହାସଂଘର ବହୁ ପ୍ରତୀକ୍ଷିତ ନିର୍ବାଚନ ଫଳ ସ୍ପଷ୍ଟ ହେବାରେ ଲାଗିଛି । ବିପୁଳ ଭୋଟ୍ରେ କଲ୍ୟାଣ ଚୌବେ ଭାରତୀୟ ଫୁଟବଲ ମହାସଂଘର ନୂଆ ଅଧ୍ୟକ୍ଷ ନିର୍ବାଚିତ(Kalyan Chaubey Elected AIFF President) ହୋଇଛନ୍ତି । ୩୩-୧ ବ୍ୟବଧାନରେ କଲ୍ୟାଣ ବିଜୟୀ ହୋଇଥିବା ସୂଚନା ମିଳିଛି । ଫଳରେ ପ୍ରଥମ ଫୁଟବଲ ଖେଳାଳି ଭାବେ କଲ୍ୟାଣ AIFF ସଭାପତି ଭାବେ ଦାୟିତ୍ବ ସମ୍ଭାଳିବେ ।
-
We congratulate Mr. @kalyanchaubey on being elected as the President, Mr. @mlanaharis as the Vice President, and Mr. Kipa Ajay as the Treasurer of the All India Football Federation 🙌🏼#AIFFGeneralBodyElections2022 🗳️ #IndianFootball ⚽ pic.twitter.com/YRwexiUntx
— Indian Football Team (@IndianFootball) September 2, 2022 " class="align-text-top noRightClick twitterSection" data="
">We congratulate Mr. @kalyanchaubey on being elected as the President, Mr. @mlanaharis as the Vice President, and Mr. Kipa Ajay as the Treasurer of the All India Football Federation 🙌🏼#AIFFGeneralBodyElections2022 🗳️ #IndianFootball ⚽ pic.twitter.com/YRwexiUntx
— Indian Football Team (@IndianFootball) September 2, 2022We congratulate Mr. @kalyanchaubey on being elected as the President, Mr. @mlanaharis as the Vice President, and Mr. Kipa Ajay as the Treasurer of the All India Football Federation 🙌🏼#AIFFGeneralBodyElections2022 🗳️ #IndianFootball ⚽ pic.twitter.com/YRwexiUntx
— Indian Football Team (@IndianFootball) September 2, 2022
ଅନ୍ୟପଟେ ଅଧ୍ୟକ୍ଷ ପଦ ପାଇଁ ପ୍ରତିନ୍ଦ୍ବନ୍ଦ୍ବୀତା କରିଥିବା ପୂର୍ବତନ ଫୁଟବଲ ଟିମ ଇଣ୍ଡିଆ କ୍ୟାପଟେନ ବାଇଚୁଙ୍ଗ ଭୁତିଆ ପରାସ୍ତ ହୋଇଛନ୍ତି । ଅନ୍ୟପଟେ ରାଜସ୍ଥାନ ଫୁଟବଲ ସଂଘର ସଭାପତି ମନଭେନ୍ଦ୍ର ସିଂହଙ୍କୁ ହରାଇ ନୂଆ ଉପାଧ୍ୟକ୍ଷ ହୋଇଛନ୍ତି, କର୍ଣ୍ଣାଟକ ଫୁଟବଲ ମହସଂଘର ସଭାପତି ନାଲାପଦ ଅହମଦ ହାରିସ । ସେହିପରି ଅରୁଣାଚଳ ପ୍ରଦେଶର କିପା ଅଜୟ ଆନ୍ଧ୍ରପ୍ରଦେଶର ଗୋପାଳକ୍ରୀଷ୍ଣାଙ୍କୁ ହରାଇ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ।
ଏହାମଧ୍ୟ ପଢନ୍ତୁ: AIFF Election, ଅଧ୍ୟକ୍ଷ ପଦ ପାଇଁ ଦୁଇ ପୂର୍ବତନ ଖେଳାଳିଙ୍କ ମଧ୍ୟରେ ଲଢେଇ
ଡିସେମ୍ବର ୨୦୨୦ରେ ପୂର୍ବରୁ ଭାରତୀୟ ଫୁଟବଲ ମହାସଂଘର ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଥିଲା । ମାତ୍ର ବିଭିନ୍ନ କାରଣରୁ ଏହା ସମ୍ଭବ ହୋଇପାରିନଥିଲା । ଫଳରେ ମହାସଂଘରେ ତୃତୀୟ ପକ୍ଷର ହସ୍ତକ୍ଷେପ ଯୋଗୁଁ ଅଗଷ୍ଟ ୧୬ରେ ଫୁଟବଲର ସର୍ବୋଚ୍ଚ ପରିଚାଳନା ପରିଷଦ(FIFA) ଭାରତୀୟ ଫୁଟବଲ ମହାସଂଘକୁ(AIFF) ବାସନ୍ଦ କରିଥିଲା । ପରେ ନିର୍ବାଚନ ତାରିଖ ସ୍ପଷ୍ଟ ହେବାପରେ ବାସନ୍ଦାଦେଶ ହଟିଥିଲା ।
ଆରମ୍ଭରୁ ଅଧ୍ୟକ୍ଷ ଦୌଡରେ ଆଗରେ ରହିଥିଲେ ଚୌବେ । ବେଙ୍ଗଲ ବିଜେପି ନେତା ଚୌବେ ଗୁଜରାଟରୁ ନାମାଙ୍କନ ଦାଖଲ କରିଥିଲେ ଓ ଅରୁଣାଚଳ ପ୍ରଦେଶ ପ୍ରସ୍ତାବକ ରହିଥିଲା । ଉଭୟ ରାଜ୍ୟ ବିଜେପି ଶାସିତ ରାଜ୍ୟ ହୋଇଥିବାରୁ ରାଜ୍ୟସଂଘର ସଦସ୍ୟଙ୍କ ଭୋଟ୍ ତାଙ୍କ ସପକ୍ଷରେ ଯିବା ସୁନିଶ୍ଚିତ ଥିଲା । ଅନ୍ୟପଟେ ବାଇଚୁଙ୍ଗଙ୍କ ନାମାଙ୍କନକୁ ଆନ୍ଧ୍ରପ୍ରଦେଶ ପ୍ରସ୍ତାବକ ଓ ରାଜସ୍ଥାନ ରାଜ୍ୟ ସଂଘ ସମର୍ଥନ କରିଥିଲା ।
ବାଇଚୁଙ୍ଗ ପୂର୍ବରୁ ଅଭିଯୋଗ କରିଥିଲେ ଯେ, "ତାଙ୍କର ନିଜ ରାଜ୍ୟ ଫୁଟବଲ ସଂଘ ସିକିମ ଏଫଏ (Sikkim FA) ନିର୍ବାଚନରେ ତାଙ୍କୁ ରାଜନୈତିକ ଚାପ ଯୋଗୁଁ ସମର୍ଥନ କରୁନାହିଁ ।"
ଦେଶର ଉତ୍ତରପୂର୍ବ ରାଜ୍ୟ ଫୁଟବଲର ହବ୍ ଭାବେ ପରିଚିତ ବୋଲି କହିଥିଲେ ଫୁଟବଲ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ବାଇଚୁଙ୍ଗ ଭୁତିଆ (Bhaichung Bhutia) । ସେଥିପାଇଁ ଜଣେ ଉତ୍ତରପୂର୍ବ ବ୍ୟକ୍ତିଙ୍କୁ ମହାସଂଘର ନେତୃତ୍ବ ନେବାର ସୁଯୋଗ ଦେବାର ସମୟ କହିବା ସହ ଏକ ଆବେଗପୂର୍ଣ୍ଣ ଖୋଲା ଚିଠି ଲେଖି ସମସ୍ତ ଉତ୍ତରପୂର୍ବ ରାଜ୍ୟ ସଂଘ ଗୁଡିକୁ ତାଙ୍କର ପ୍ରାର୍ଥୀତ୍ବକୁ ସମର୍ଥନ କରିବାକୁ ଅପିଲ କରିଥିଲେ । ମାତ୍ର ଅଧ୍ୟକ୍ଷ ନିର୍ବାଚନରେ ରାଜ୍ୟ ସଂଘ ଗୁଡିକର ବିଶ୍ବାସ ଜିତିବାକୁ ବାଇଚୁଙ୍ଗ ବିଫଳ ହୋଇଛନ୍ତି ।