ETV Bharat / sports

ଡୋପ ଟେଷ୍ଟରେ ଠକିଲେ ଆଥଲେଟ୍‌ ଅମିତ ଦହିୟା, 4ବର୍ଷ ବାସନ୍ଦ - ଅମିତ ଦହିୟା 4ବର୍ଷ ବାସନ୍ଦ

ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋ ଖେଳାଳି ଅମିତ ଦହିୟାଙ୍କୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି(NADA) 4ବର୍ଷ ବାସନ୍ଦାଦେଶ ଶୁଣାଇଛି। ଅଧିକ ପଢନ୍ତୁ...

Javelin thrower Amit Dahiya banned
ଅମିତ ଦହିୟା ବାସନ୍ଦ
author img

By

Published : Feb 18, 2020, 8:58 AM IST

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋ ଖେଳାଳି ଅମିତ ଦହିୟାଙ୍କୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଡେନ୍ସି(NADA) 4ବର୍ଷ ବାସନ୍ଦାଦେଶ ଶୁଣାଇଛି। ଡୋପ ଟେଷ୍ଟରେ ନମୁନା ପ୍ରଦାନ ବେଳେ ଅମିତ ଠକିଥିବା ଅଭିଯୋଗ ହୋଇଛି।

  • In a landmark decision by the National Anti Doping Agency, javelin thrower Amit Dahiya has been penalised with intentionally evading sample collection & trying to cheat anti-doping officials during the 2nd National Javelin Throw Open Championship 2019 held at SAI Center, Sonipat. pic.twitter.com/FNZebkJJ3T

    — NADA India (@NADAIndiaOffice) February 17, 2020 " class="align-text-top noRightClick twitterSection" data=" ">

ନାଡା ପକ୍ଷରୁ ନମୁନା ସଂଗ୍ରହ ସମୟରେ ନିଜେ ଅମିତ ନୁହଁନ୍ତି ବୋଲି ନାଡା ଅଧିକାରୀ ସନ୍ଦେହ କରିଥିଲେ। ଏହାପରେ ଅମିତ ନିଜ ସ୍ଥାନରେ ଅନ୍ୟଜଣଙ୍କୁ ପଠାଇଥିବା ନାଡା ପକ୍ଷରୁ କୁହାଯାଇଥିଲା। ଏହାପରେ 21 ବର୍ଷିୟ ଅମିତଙ୍କୁ 4ବର୍ଷର ବାସନ୍ଦାଦେଶ ଶୁଣାଇଛି ନାଡା। ଏନେଇ ନାଡା ପକ୍ଷରୁ ସ୍ପଷ୍ଟ କରାଯାଇଛି।

16 ଏପ୍ରିଲ 2019ରେ ହରିୟାଣାର ସୋନିପତରେ ହୋଇଥିବା ଓକ ପ୍ରତିଯୋଗିତାରେ 68.21ମିଟର ଜାଭେଲିନ ଥ୍ରୋ କରିଥିଲେ ଅମିତ। ତେବେ ଶ୍ରେଷ୍ଠ ଥ୍ରୋ ସହ ଟୁର୍ଣ୍ଣାମେଣ୍ଟ 3ୟ ସ୍ଥାନରେ ଶେଷ କରିଥିଲେ ଅମତି ଦହିୟା। ଏହି ଟୁର୍ଣ୍ଣାମେଣ୍ଟ ପରେ ନାଡା ପକ୍ଷରୁ ଅମିତଙ୍କୁ ଡୋପ ଟେଷ୍ଟ ପାଇଁ କୁହାଯାଇଥିଲା । ତେବେ ନମୁନା ସଂଗ୍ରହ ରୁମ୍‌କୁ ନିଜେ ନଯାଇ ଅନ୍ୟଜଣଙ୍କୁ ପଠାଇଥିବା ଜଣାପଡିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.