ETV Bharat / sports

କୋରୋନା ଭୟ: ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଜାପାନର କଡ଼ା ଗାଇଡଲାଇନ - japan corona guidelines

ଟୋକିଓ ଅଲମ୍ପିକ୍ସ ପୂର୍ବରୁ କୋରୋନା ସଂକ୍ରମଣ ରୋକିବାକୁ କଡ଼ା ଆଭିମୁଖ୍ୟ ଆପଣାଇବ ଜାପାନ। ଦେଶରେ କୋରୋନା ଟୀକାକରଣ ଧିମା ପଡ଼ିଛି। ଅଧିକ ପଢ଼ନ୍ତୁ...

କୋରୋନା ଭୟ: ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଜାପାନର କଡ଼ା ଗାଇଡଲାଇନ

author img

By

Published : Apr 10, 2021, 11:27 AM IST

ଟୋକିଓ: ଟୋକିଓ ଅଲମ୍ପିକ୍ସ ପୂର୍ବରୁ କୋରୋନା ସଂକ୍ରମଣ ରୋକିବାକୁ କଡ଼ା ଆଭିମୁଖ୍ୟ ଆପଣାଇବ ଜାପାନ। ଦେଶରେ କୋରୋନା ଟୀକାକରଣ ଧିମା ପଡ଼ିଛି। ରାଜଧାନୀ ଟୋକିଓରେ ଅଧିକାଂଶ ଲୋକ ଏଯାଏଁ ଟିକା ନେଇ ପାରିନାହାନ୍ତି । ତେବେ ଟୋକିଓ ଅଲମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ ସମସ୍ତ ବ୍ୟବସ୍ଥା ସୁଧାରିବାକୁ ଚେଷ୍ଟା କରୁଛି ଜାପାନ।

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ବାର ଓ ରେଷ୍ଟୁରାଣ୍ଟ ଖୋଲିବା ସମୟ କମ କରାଯିବ। ଏହାସହ ଯେଉଁମାନେ କୋରୋନା ଗାଇଡଲାଇନ ମାନୁନାହାନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା କହିଛନ୍ତି। ସୋମବାରଠୁ ଏହି ଗାଇଡଲାଇନ ଲାଗୁ ହେବ।

ଜାପାନରେ ଅଧିକାଂଶ କୋରୋନା ସଂକ୍ରମଣ ରାତ୍ରିକାଳୀନ ଜୀବନଶୈଳୀ, ରେଷ୍ଟୁରାଣ୍ଟ ଓ ସିନେମା ହଲରୁ ବ୍ୟାପୁଥିବା ତଥ୍ୟ ପଦାକୁ ଆସିଛି। ତେବେ ଗତ କଛିଦିନ ମଧ୍ୟରେ କିଛି ସ୍କୁଲ ଓ ବୃଦ୍ଧାଶ୍ରମରେ ମଧ୍ୟ କୋରୋନା ସଂକ୍ରମଣ ଦେଖା ଦେଇଛି। ଏହା ଆରମ୍ଭ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ଉପରେ ପ୍ରଭାବ ପକାଇ ପାରେ। ଏହି ମହାମାରୀଠୁ ବଞ୍ଚିବା ପାଇଁ କଡ଼ା ପଦକ୍ଷେପ ନେବ ଜାପାନ।

ଆସନ୍ତା ଜୁଲାଇ 23 ତାରିଖରୁ ଟୋକିଓ ଅଲମ୍ପିକ୍ସ ଆରମ୍ଭ ହେବ। ଅଗଷ୍ଟ 8 ତାରିଖ ଯାଏଁ ଏହା ଚାଲିବ। ଏହାପରେ ପୁଣି ଅଗଷ୍ଟ 24 ତାରିଖରେ ଆରମ୍ଭ ହେବ ପାରା ଅଲମ୍ପିକ୍ସ। ଏହା ସେପ୍ଟେମ୍ବର 5 ତାରିଖ ଯାଏଁ ଚାଲିବ। ଏହାପୂର୍ବରୁ କୋରୋନାକୁ ରୋକିବାକୁ ସମସ୍ତ ପନ୍ଥା ଆପଣାଉଛି ଜାପାନ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.