ETV Bharat / sports

ଯାଜପୁରରେ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

author img

By

Published : Oct 18, 2022, 10:17 AM IST

ଯାଜପୁରରେ ୧୧ ତାରିଖରୁ ଆରମ୍ଭ ହୋଇଥିବା ଆନ୍ତବିଦ୍ୟାଳୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ । ଅଧିକ ପଢନ୍ତୁ

ଯାଜପୁରରେ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ
ଯାଜପୁରରେ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଯାଜପୁର: ବ୍ୟାସନଗର ପୌରପରିଷଦ ସ୍ଥିତ ରାଜୀବଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହେଇଯାଇଛି । ଆଜି ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀ ରଞ୍ଜନ କୁମାର ଗିରି ଟୁର୍ନାମେଣ୍ଟରେ ଯାଜପୁର ଏସପି ରାହୁଲ ପିଆର ମୁଖ୍ୟଅତିଥି ଓ ପୌରପରିଷଦର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ଯୋଗଦେଇଥିଲେ । ବିଜୟୀ ଓ ରନର୍ସଅଫ ଦଳ ଦଳକୁ ଟ୍ରଫି ସହିତ ନଗଦ ରଶି ପ୍ରଦାନ କରିଥିଲେ ଅତିଥି । ସପ୍ତାହେ ଧରି ଚାଲିଥିବା ଏହି ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବ୍ୟାସନଗର ପୌରପରିଷଦ ସ୍ଥିତ ରାଜୀବଗାନ୍ଧୀ ଷ୍ଟାଡିୟମରେ ଖେଳାଯାଉଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ବାଳକ ଓ ବାଳିକା ବିଭାଗର ଫୁଟବଲ ପ୍ରତିଯୋଗିତା ହୋଇଥିଲା ।

ଯାଜପୁରରେ ଆନ୍ତବିଦ୍ୟାଳୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଅକ୍ଟୋବର ୧୧ ତାରିଖରୁ ଏହି ଆନ୍ତବିଦ୍ୟାଳୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା । ଯାଜପୁର ଜିଲ୍ଲାର ବଡ଼ଚଣା, ଧର୍ମଶାଳା, ବରୀ, ବିଞ୍ଝାରପୁର, ଦଶରଥପୁର, ସୁକିନ୍ଦା, ଦାନଗଦି, ରସୁଲପୁର ଓ କୋରେଇ ବ୍ଲକର ଛାତ୍ର ଛାତ୍ରୀଙ୍କୁ ନେଇ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟର ଉଭୟ ବାଳିକା ଏବଂ ବାଳକ ବିଭାଗର ଫାଇନାଲ ମ୍ୟାଚ ଆଜି ଖେଳାଯାଇଥିଲା । ଆଜି ବାଳକ ବିଭାଗର ଫାଇନାଲ ମ୍ୟାଚରେ ସୁକିନ୍ଦା ବିଦ୍ୟାଳୟକୁ ବଡ଼ଚଣା ବିଦ୍ୟାଳୟ 4-3 ଗୋଲରେ ହରାଇ ବିଜୟୀ ହେଇଥିଲା । ସେହିପରି ବାଳିକା ବିଭାଗରେ ଯାଜପୁର ବିଦ୍ୟାଳୟକୁ ଦାନଗଦି ବିଦ୍ୟାଳୟ 1-0ଗୋଲରେ ହରାଇ ବିଜୟୀ ହୋଇଥିଲା ।

ଏହି ଆନ୍ତବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ଦିବସରେ ଯାଜପୁର ଏସପି ରାହୁଲ ପିଆର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଯାଜପୁର ଏସପି ରାହୁଲ ପିଆର ବିଜୟୀ ଓ ରନର୍ସଅଫ ଦଳ ଦଳକୁ ଟ୍ରଫି ସହିତ ନଗଦ ରଶି ପ୍ରଦାନ କରିବା ସହିତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଯାଜପୁର ପୌରପରିଷଦର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ଏଥିରେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

ଇଟିଭି ଭାରତ, ଯାଜପୁର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.