ଲାଉସେନ: ମହାମାରୀ କୋରୋନା ଭାଇରସର ପ୍ରଭାବ ଏଯାବତ ବିଶ୍ବବ୍ୟାପୀ କମ ହୋଇନାହିଁ । ଫଳରେ ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେସନ(ITTF), ସମସ୍ତ ପ୍ରକାର ITTF ଇଭେଣ୍ଟକୁ ଜୁଲାଇ ଶେଷ ପର୍ଯ୍ୟନ୍ତ ବାତିଲ ଘୋଷଣା କରିଛି ।
ଏଥିସହିତ ଅଗଷ୍ଟରେ ସ୍ଥିତି ସ୍ବାଭାବିକ ହେବା ସହ, ଟେବୁଲ ଟେନିସ ସିଜିନ ଆରମ୍ଭ ନେଇ ଆଶାବାଦୀ ରହିଛି । ଏନେଇ ଏକ ଘୋଷଣାନାମାରେ ସୂଚନା ଦେଇଛି ଟେବୁଲ ଟେନିସର ସର୍ବୋଚ୍ଚ ପରିଚାଳନା କମିଟି ।
ପୂର୍ବରୁ ITTF ପକ୍ଷରୁ ଚଳିତ ମାସ ୱାର୍ଲ୍ଡ ଟୁର ସମେତ 9ଟି ଟୁର୍ଣ୍ଣାମେଣ୍ଟ ବାତିଲ ଘୋଷଣା କରିଥିଲା । ଗତ ଶୁକ୍ରବାର ଟେବୁଲ ଟେନିସର ସର୍ବୋଚ୍ଚ ପରିଚାଳନା କମିଟି ବୈଠକ ବସିଥିଲା । ବୈଠକ ପରେ ଏହି ନିଷ୍ପତି ନିଆଯାଇଥିଲା । ବିଶ୍ବରେ କୋରୋନା ଭାଇରସର ସ୍ଥିତି ନେଇ କମଟି ପକ୍ଷରୁ ନଜର ରଖାଯାଇଛି । ଜୁନ 2ରେ ପରବର୍ତ୍ତୀ ବୈଠକ ବସିବା ନେଇ ସ୍ଥିର ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ