ETV Bharat / sports

ସୁଟିଂ ବିଶ୍ବକପ: ଆଉ ଦୁଇ ଭାରତୀୟ ସୁଟର କୋରୋନା ପଜିଟିଭ

author img

By

Published : Mar 21, 2021, 4:41 PM IST

ଉଭୟ ଖେଳାଳି ରାପିଡ-ଫାୟର ସୁଟର ବୋଲି ଜଣାପଡିଛି । ପଜିଟିଭ ଚିହ୍ନଟ ପରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ISSF WC: Two Indian shooters test positive for COVID-19
ଆଉ ଦୁଇ ଭାରତୀୟ ସୁସୁଟିଂ ବିଶ୍ବକପ: ଆଉ ଦୁଇ ଭାରତୀୟ ସୁଟର କୋରୋନା ପଜିଟିଭଟର କୋରୋନା ପଜିଟିଭ

ନୂଆଦିଲ୍ଲୀ: ଆଉ ଦୁଇ ଭାରତୀୟ ସୁଟର କୋରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଖେଳାଳି ମଧ୍ୟ ସୁଟିଂ ବିଶ୍ବକପ ଅଂଶଗ୍ରହଣକାରୀ ବୋଲି ଜଣାପଡିଛି । ଫଳରେ ଚଳିତ ସୁଟିଂ ବିଶ୍ବକପରେ ଚିନ୍ତା ବଢାଇଛି କୋରୋନା । ନୂଆଦିଲ୍ଲୀର ଡକ୍ଟର କରଣୀ ସିଂହ ସୁଟିଂ ରେଞ୍ଜ୍‌ରେ ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ୍ସ ଫେଡେରେସନ(ISSF) ରାଇଫଲ/ପିସ୍ତଲ/ସଟଗନ୍‌ ବିଶ୍ବକପ ଜାରି ରହିଛି ।

ଉଭୟ ଖେଳାଳି ରାପିଡ-ଫାୟର ସୁଟର ବୋଲି ଜଣାପଡିଛି । ପଜିଟିଭ ଚିହ୍ନଟ ପରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଜାତୀୟ ରାଇଫଲ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ଶନିବାର ଦୁଇ ଭାରତୀୟ ସୁଟର ଓ ଜଣେ ଅନ୍ତର୍ଜାତୀୟ ସୁଟର ପଜିଟିଭ ଚିହ୍ନଟ ହୋଇଥିଲେ । ସଂକ୍ରମିତ ଖେଳାଳିଙ୍କ ରୁମ୍‌ମେଣ୍ଟଙ୍କୁ ଆଇସୋଲେସନରେ ରଖାଯାଇଛି ଓ କୋଭିଡ-19 ପଜିଟିଭ ଥିବା ଖେଳାଳିଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.