ହାଇଦ୍ରାବାଦ: ଚଳିତ ISSF ଜୁନିଅର ବିଶ୍ବ ଚମ୍ପିଆନସିପ୍ରେ ଭାରତୀୟ ଷ୍ଟାର ସୁଟର ମନୁ ଭାକରଙ୍କ ଦମଦାର ପ୍ରଦର୍ଶନ । ପ୍ରତିଯୋଗିତାରେ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ମନୁ । ମିକ୍ସଡ ଟିମ ଇଭେଣ୍ଟରେ ସରବଜୋତ ସିଂହଙ୍କ ସହ ମିଶି ସ୍ବର୍ଣ୍ଣ ହାତେଇଛନ୍ତି ମନୁ ।
-
10m Air Pistol Mixed Team event
— SAI Media (@Media_SAI) October 3, 2021 " class="align-text-top noRightClick twitterSection" data="
Team 🇮🇳 1️⃣ wins GOLD MEDAL 🥇#ManuBhaker #SarabjotSingh
Team 🇮🇳2️⃣ wins SILVER MEDAL 🥈#ShikhaNarwal #Naveen
Many congratulations to our Young shooters on winning 🥇🥈at the @ISSF_Shooting Junior World Championships 2021👏👏@realmanubhaker pic.twitter.com/Y8yzl1WUeQ
">10m Air Pistol Mixed Team event
— SAI Media (@Media_SAI) October 3, 2021
Team 🇮🇳 1️⃣ wins GOLD MEDAL 🥇#ManuBhaker #SarabjotSingh
Team 🇮🇳2️⃣ wins SILVER MEDAL 🥈#ShikhaNarwal #Naveen
Many congratulations to our Young shooters on winning 🥇🥈at the @ISSF_Shooting Junior World Championships 2021👏👏@realmanubhaker pic.twitter.com/Y8yzl1WUeQ10m Air Pistol Mixed Team event
— SAI Media (@Media_SAI) October 3, 2021
Team 🇮🇳 1️⃣ wins GOLD MEDAL 🥇#ManuBhaker #SarabjotSingh
Team 🇮🇳2️⃣ wins SILVER MEDAL 🥈#ShikhaNarwal #Naveen
Many congratulations to our Young shooters on winning 🥇🥈at the @ISSF_Shooting Junior World Championships 2021👏👏@realmanubhaker pic.twitter.com/Y8yzl1WUeQ
ଅଲ୍ ଇଣ୍ଡିଆ ଗୋଲ୍ଡ ମେଡାଲ ମ୍ୟାଚ୍ରେ ମନୁ ଓ ସରବଜୋତଙ୍କ ଯୋଡି ନବୀନ ଓ ଶିଖା ନରୱାଲଙ୍କୁ ୧୬-୧୨ରେ ହରାଇଛନ୍ତି । ମନୁ ଭାକର ଭାଗ ନେଇଥିବା ଦ୍ବିତୀୟ ମ୍ୟାଚ୍ରୁ ଏହା ଦ୍ବିତୀୟ ସ୍ବର୍ଣ୍ଣ ପଦକ । ପ୍ରତିଯୋଗିତାରେ ଆହୁରି ୩ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ ମନୁ ।
ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ୩୮୬ ପଏଣ୍ଟ ସହ ଯୋଗ୍ୟତା ଅର୍ଜନ କରିଥିଲେ ମନୁ-ସରବଜୋତ ଯୋଡି । ସେହିପରି ଶିଖା-ନବୀନ ମୋଟ ୩୮୫ ପଏଣ୍ଟ ହାସଲ କରିଥିଲେ ।
ଅନ୍ୟପଟେ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଇଭେଣ୍ଟରେ ଅତମିକା ଗୁପ୍ତା ଓ ରାଜପ୍ରୀତ ସିଂହ, ଗୋଲ୍ଡ ମେଡାଲ ରାଉଣ୍ଡରେ ଅଲମ୍ପିକ ପଦକ ବିଜେତା ଯୋଡି ମେରୀ ଟକର ଓ ୱିଲିୟମ ସନରଙ୍କୁ ଭେଟିଥିଲେ । ନିଜର ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ ଯୋଡି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଆମେରିକୀୟ ଖେଳାଳିଙ୍କ ଠାରୁ ୧୫-୧୭ରେ ପରାସ୍ତ ହୋଇଛନ୍ତି ।
ପୂର୍ବରୁ ଶୁକ୍ରବାର ମହିଳା ସ୍କିଟ୍ ଟିମର ଗନେମତ ସେକନ, ରାଇଜା ଧିଲନ ଓ ଅରିବା ଖାନ ଇଟାଲିକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲେ । ପୁରୁଷ ସ୍କିଟ ଟିମ ତୁର୍କୀ ଠାରୁ ପରାସ୍ତ ହୋଇ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ