ETV Bharat / sports

ଟୋକିଓ ଟିକେଟର ନୂଆ ଡେଡଲାଇନ ଘୋଷଣା

author img

By

Published : Apr 4, 2020, 8:25 AM IST

ଅନ୍ତର୍ଜାତୀୟ ଅଲମ୍ପିକ କମିଟି(IOC) ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ ପାଇଁ ନୂଆ ଡେଡଲାଇନ ଘୋଷଣା କରିଛି ।

olympic qualification
ଟୋକିଓ ଟିକେଟର ନୂଆ ଡେଡଲାଇନ ଘୋଷଣା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଅଲମ୍ପିକ କମିଟି(IOC) ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ ପାଇଁ ନୂଆ ଡେଡଲାଇନ ଘୋଷଣା କରିଛି । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ 2020ଟୋକିଓ ଅଲମ୍ପିକକୁ 2021କୁ ଘୁଞ୍ଚାଇ ଦେଇଛି ଆଇଓସି । 2021 ଜୁନ 29 ପର୍ଯ୍ୟନ୍ତ ଯୋଗ୍ୟତା ଅର୍ଜନ ପାଇଁ ଡେଡଲାଇନ ରହିଛି । ଏନେଇ ନ୍ୟାସନାଲ ଅଲମ୍ପିକ କମିଟି(NOC) ଗୁଡିକ ଉଦ୍ଦେଶ୍ୟରେ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ପକ୍ଷରୁ କୁହାଯାଇଛି ।

ପୂର୍ବରୁ ଟୋକିଓ ଅଲମ୍ପିକ 2020 ଜୁଲାଇ 24ରୁ ଅଗଷ୍ଟ 9 ମଧ୍ୟରେ ହେବାନେଇ ସ୍ଥିର ହୋଇଥିଲା । ତେବେ ବିଶ୍ବ କ୍ରୀଡାର ଏହି ମେଗା ଇଭେଣ୍ଟକୁ 2021 ଜୁଲାଇରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଆୟୋଜିତ ହେବନେଇ ନୂଆ ସୂଚୀ ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.