ETV Bharat / sports

ଭାରତୀୟ କୋଚଙ୍କ ଦରମା ବଢାଇଲା କ୍ରୀଡା ମନ୍ତ୍ରଣାଳୟ, IOAର ସ୍ବାଗତ - salary cap for coaches

ଭାରତୀୟ କୋଚଙ୍କ ଦରମା ବୃଦ୍ଧି ନେଇ କ୍ରୀଡା ମନ୍ତ୍ରଣାଳୟର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ସ୍ବାଗତ କରିଛି ଭାରତୀୟ ଅଲମ୍ପିକ ଆସୋସିଏସନ ।

IOA welcomes Sports Ministry's decision to remove salary cap for coaches
କୋଚଙ୍କ ସୀମିତ ଦରମା ପ୍ରତିବନ୍ଧକ ହଟାଇଲା କ୍ରୀଡା ମନ୍ତ୍ରଣାଳୟ, IOAର ସ୍ବାଗତ
author img

By

Published : Jul 4, 2020, 7:02 PM IST

ନୂଆଦିଲ୍ଲୀ: ଭାରତୀୟ କୋଚଙ୍କ ଦରମା ବୃଦ୍ଧି ନେଇ କ୍ରୀଡା ମନ୍ତ୍ରଣାଳୟର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ସ୍ବାଗତ କରିଛି ଭାରତୀୟ ଅଲମ୍ପିକ ଆସୋସିଏସନ । ଶନିବାର ଅଲମ୍ପିକ ଆସୋସିଏସନ ପକ୍ଷରୁ ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା ଏନେଇ ସ୍ପଷ୍ଟ କରିଛନ୍ତି ।

ଆଥଲେଟଙ୍କୁ ପ୍ରଶିକ୍ଷଣ ଦେଉଥିବା ଭାରତୀୟ କୋଚଙ୍କ ଦରମା 2 ଲକ୍ଷ ପର୍ଯ୍ୟନ୍ତ ପୂର୍ବରୁ ସୀମିତ ଥିଲା । ଏହା କୋଚ ସଂଖ୍ୟାକୁ ସୀମିତ କରୁଥିଲା । ସେଥିପାଇଁ ଅଲମ୍ପିକ ଆସୋସିଏସନ ପକ୍ଷରୁ ଏହି ନିଷ୍ପତ୍ତିକୁ ସ୍ବାଗତ କରାଯାଉଛି ବୋଲି ରାଜୀବ ମେହେଟ୍ଟା କହିଛନ୍ତି । କେବଳ ଆଇଓଏ ନୁହେଁ ବରଂ ଅଧୀନସ୍ଥ ସମସ୍ତ ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ ସମର୍ଥନ କରୁଛନ୍ତି ।

ଏହି ନିଷ୍ପତ୍ତି ପ୍ରଶିକ୍ଷକ ହେବାକୁ ଚାହୁଁଥିବା ଅନେକଙ୍କୁ ଉତ୍ସାହିତ କରିବ । ଦେଶରେ ଅନେକ ଘରୋଇ କୋଚ ରହିଛନ୍ତି, ଯେଉଁମାନେ ଅନ୍ତର୍ଜାତୀୟ କ୍ରୀଡାବିତଙ୍କୁ ସୃଷ୍ଟି କରୁଛନ୍ତି । ସେଥିପାଇଁ ଦରମା ଓ ଅଧିକ ପ୍ରଶିକ୍ଷଣ ସମୟରେ ବୃଦ୍ଧି ନିଶ୍ଚିନ୍ତ ସହାୟକ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.