ETV Bharat / sports

‘ଏକ ଇଣ୍ଡିଆ ଟିମ ଇଣ୍ଡିଆ’ ଭାରତୀୟ ଅଲମ୍ପିକ୍ସ ଆସୋସିଏସନର ନବକଳେବର - ଅଲମ୍ପିକ ଗେମ୍ସରେ 100ତମ ବର୍ଷ

ସ୍ବାଧୀନତା ଦିବସ ଭାରତୀୟ ଅଲମ୍ପିକ ଆସୋସିଏସନର ନବକଳେବର । ଅଲମ୍ପିକ ଗେମ୍ସରେ ଭାରତୀୟ ଆଥଲେଟଙ୍କ 100ତମ ବର୍ଷ ପୂର୍ତ୍ତୀ ଅବସରରେ, ନୂଆ ଲୋଗୋ ଓ ଏକ ଇଣ୍ଡିଆ ଟିମ ଇଣ୍ଡିଆ ନାମ ଉନ୍ମୋଚନ ହୋଇଛି ।

IOA launches 'Ek India Team India' campaign on 74th Independence Day
"ଏକ ଇଣ୍ଡିଆ ଟିମ ଇଣ୍ଡିଆ" ଭାରତୀୟ ଅଲମ୍ପିକ୍ସ ଆସୋସିଏସନର ନବକଳେବର
author img

By

Published : Aug 15, 2020, 8:10 PM IST

ନୂଆଦିଲ୍ଲୀ: ସ୍ବାଧୀନତା ଦିବସରେ ଭାରତୀୟ ଅଲମ୍ପିକ ଆସୋସିଏସନ(IOA) ପକ୍ଷରୁ ଆରମ୍ଭ ହୋଇଛି ଡିଜିଟାଲ କ୍ୟାମ୍ପେନ ''ଏକ ଇଣ୍ଡିଆ ଟିମ ଇଣ୍ଡିଆ'' । ଅଲମ୍ପିକ ଗେମ୍ସରେ ଭାରତୀୟ ଆଥଲେଟଙ୍କ 100ତମ ବର୍ଷ ପୂର୍ତ୍ତୀ ଅବସରରେ, ଦେଶର ଜାତୀୟ ଅଲମ୍ପିକ ପରିଷଦ ପକ୍ଷରୁ ଏକ ନୂଆ ନାମ ଓ ଲୋଗୋ ଉନ୍ମୋଚନ ହୋଇଛି ।

"2021ରେ ବିଶ୍ବ ସ୍ତରରେ ଯେବେ ଭାରତ ପ୍ରଦର୍ଶନ କରିବ, ସେବେ ଏକ ନୂଆ ପରିଚୟ ପାଇବ ।" ଏକ ମିଳିତ ଘୋଷଣାନାମାରେ ଏହା କହିଛନ୍ତି, ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା ଓ ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା । ଅଲମ୍ପିକ୍ସ ଗେମ୍ସ ଅଂଶଗ୍ରହଣରେ ଭାରତର 100ତମ ବର୍ଷକୁ ସ୍ମରଣୀୟ କରିବାକୁ ଭାରତୀୟ ଅଲମ୍ପିକ ଆସୋସିଏସନର ନବକଳେବର ହୋଇଛି ।

IOA launches 'Ek India Team India' campaign on 74th Independence Day
"ଏକ ଇଣ୍ଡିଆ ଟିମ ଇଣ୍ଡିଆ" ଭାରତୀୟ ଅଲମ୍ପିକ୍ସ ଆସୋସିଏସନର ନବକଳେବର

ନୂତନ ଲୋଗୋରେ, ପ୍ରତି ଭାରତୀୟଙ୍କ ପରିଚୟ ତ୍ରୀରଙ୍ଗା ରହିଛି । ଭାରତୀୟ ଆଥଲେଟଙ୍କ ଦୀର୍ଘ ବର୍ଷର କଠିନ ପରିଶ୍ରମ, ଏକତା, ଦଳଗତ ନିଷ୍ଠା, ଦେଶପ୍ରେମ ଓ ଏକତାର ମୂଲବୋଧକୁ ସମ୍ମାନ ଜଣାଇଛି ଭାରତୀୟ ଅଲମ୍ପିକ ଆସୋସିଏସନ ।

ଅଲମ୍ପିକ ଆସୋସିଏସନ, ଆଥଲେଟ ତଥା ପ୍ରତି ଭାରତୀୟଙ୍କ ପାଇଁ ଏହା ଐତିହାସିକ ସମୟ ବୋଲି ଅଲମ୍ପିକ ଆସୋସିଏସନ ପକ୍ଷରୁ କୁହାଯାଇଛି । ଏକତା ଓ ଦଳଗତ ଭାବନାର ମହତ୍ବ, ବନ୍ଧୁତା, ଦକ୍ଷତା ଓ ଏକତାକୁ ସାଙ୍କେତିକ ନୂଆ ଲୋଗୋ ବହନ କରୁଛି । ବିଶ୍ବ ଦରବାରରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛି ।

ରିଓ ଅଲମ୍ପିକ୍ସରେ ଟିମ ଇଣ୍ଡିଆ

ଟୋକିଓ ଅଳମ୍ପିକ୍ସ ଆସନ୍ତ ବର୍ଷ ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଖେଳାଯିବ । ପୂର୍ବରୁ ଅଲମ୍ପିକ ଗେମ୍ସର ସୂଚୀ ଚଳିତ ବର୍ଷ ଜୁଲାଇ 24ରୁ ଆରମ୍ଭ ହେବାନେଇ ଧାର୍ଯ୍ୟ ହୋଇଥିଲା । ମାତ୍ର ମହମାରୀ କୋରୋନା ଭାଇରସ ଯୋଗୁଁ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଓ ଜାପାନ ସରକାର ଏହାକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.