ETV Bharat / sports

ଅଲମ୍ପିକ ଆସୋସିଏସନର ଅଭିଯୋଗ, 'କ୍ରୀଡା-ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ସମନ୍ବୟର ଅଭାବ'

author img

By

Published : Mar 19, 2021, 7:30 PM IST

ଟୋକିଓ ଅଲମ୍ପିକ ଅଂଶଗ୍ରହଣକାରୀ ଆଥଲେଟଙ୍କୁ କୋରୋନା ଟିକା ନମିଳିବାକୁ ନେଇ ଅସନ୍ତୁଷ୍ଟ ଭାରତୀୟ ଅଲମ୍ପିକ ଆସୋସିଏସନ ସଙ୍ଗୀନ ଅଭିଯୋଗ । କ୍ରୀଡା ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ସମନ୍ବୟର ଅଭାବ । ଅଧିକ ପଢନ୍ତୁ...

IOA complains of no information on vaccination from Govt
ଅଲମ୍ପିକ ଆସୋସିଏସନର ସଙ୍ଗୀନ ଅଭିଯୋଗ, 'କ୍ରୀଡା-ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ସମନ୍ବୟର ଅଭାବ'

ହାଇଦ୍ରାବାଦ: ଟୋକିଓ ଅଲମ୍ପିକ ଗେମ୍ସକୁ ଆଉ ମାତ୍ର 4 ମାସ ବାକି । ମାତ୍ର ବର୍ତ୍ତମାନ ସୁଦ୍ଧା ଅଲମ୍ପିକରେ ଅଂଶଗ୍ରହଣ କରିବାକୁ ଯାଉଥିବା ଖେଳାଳିଙ୍କୁ ମିଳିପାରିନି କୋରୋନା ଟିକା । ଏହାକୁ ନେଇ ଅସନ୍ତୁଷ୍ଟ ଭାରତୀୟ ଅଲମ୍ପିକ ଆସୋସିଏସନ ସଙ୍ଗୀନ ଅଭିଯୋଗ ଆଣିଛି । କୋଭିଡ-19 ଭାକସିନ୍‌ ନେଇ କ୍ରୀଡା ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ସମନ୍ବୟର ଅଭାବ ଥିବା କହିଛି ଆସୋସିଏସନ ।

ଅଲମ୍ପିକରେ ଦେଶକୁ ପ୍ରତିନିଧିତ୍ବ କରିବାକୁ ଯାଉଥିବା ଖେଳାଳିଙ୍କୁ ଟିକାକରଣରେ ସାମିଲ ନେଇ ଏଯାବତ କୌଣସି ଅପଡେଟ୍‌ ମିଳିନଥିବା କହିଛନ୍ତି ଆଇଓଏ ସାଧାରଣ-ସମ୍ପାଦକ ରାଜୀବ ମେହେଟ୍ଟା ।

ଅଲମ୍ପିକ ଆଶାବାଦୀ 27 ବର୍ଷୀୟ ଭାରତୀୟ ପୁରୁଷ 65 କିଲୋଗ୍ରାମ ବର୍ଗର ଫ୍ରିଷ୍ଟାଇଲ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଗୁରୁବାର କୋରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିବା ସୂଚନା ଦେଇଥିଲେ । ଏନେଇ ମେହେଟ୍ଟା କହିଛନ୍ତି, ପୁନିଆଙ୍କୁ ଭ୍ୟାକସିନ ମିଳିପାରିଥିବାରୁ ଖୁସିର କଥା । ମାତ୍ର ଟିକା ପାଇଁ ଅପେକ୍ଷା କରିଥିବା ଅନ୍ୟ ଆଥଲେଟଙ୍କ ପାଇଁ ଏହି ପ୍ରକ୍ରିୟା ସରଳୀକରଣ ହେବା ଉଚିତ ।

ଖେଳାଳି ସୁରକ୍ଷା ପ୍ରାଥମିକତା । ଅଲମ୍ପିକ ପାଇଁ ଆଥଲେଟଙ୍କୁ ପ୍ରସ୍ତୁତ କରିବାରେ ବିପୁଳ ପରିମାଣର ଅର୍ଥ ବ୍ୟୟ କରୁଛନ୍ତି ସରକାର । ମାତ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଖେଳାଳିଙ୍କୁ ଟିକାକରଣରେ ସାମିଲ ଘୋଷଣାକୁ ଏବେବି ଅପେକ୍ଷା ରହିଛି ।

ପ୍ରାଥମିକତା ଆଧାରରେ ଅଲମ୍ପିକ ଅଂଶଗ୍ରହଣକାରୀ ଆଥଲେଟଙ୍କୁ ଟିକା ଦିଆଯିବାନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ କଥାବାର୍ତ୍ତା ଚାଲିଥିବା ମାର୍ଚ୍ଚ ପ୍ରଥମ ସପ୍ତାହରେ(ମାର୍ଚ୍ଚ 7) କହିଥିଲେ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ମାତ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏଯାବତ ଚୁଡାନ୍ତ ନିଷ୍ପତ୍ତି ନୋଇପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.