ETV Bharat / sports

2022 ରାଜ୍ୟଗୋଷ୍ଠୀ କ୍ରୀଡା ବର୍ଜନ କରିବ ଭାରତ ! - 2022 ରାଜ୍ୟଗୋଷ୍ଠୀ କ୍ରୀଡା

ରାଜ୍ୟଗୋଷ୍ଠୀ କ୍ରୀଡାରେ ସୁଟିଂ ଇଭେଣ୍ଟକୁ ବାଦ ଦିଆଯିବ ପରେ 2022 ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରି ଯାଇପାରେ ଭାରତ । ଏନେଇ ଭାରତୀୟ ଅଲମ୍ପିକ୍ସ ଆସୋସିଏସନର ମୁଖ୍ୟ ନରିନ୍ଦର ବାତ୍ରା ଇମେଲ ଯୋଗେ, କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁଙ୍କୁ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 28, 2019, 10:20 AM IST

ନୂଆଦିଲ୍ଲୀ: କ୍ରୀଡାକ୍ଷେତ୍ରରେ ଭାରତୀୟ କ୍ରୀଡାବିତଙ୍କର ପ୍ରଭାବି ପ୍ରଦର୍ଶନ ଜାରି ରହିଛି । ବିଶ୍ବର ଯେକୌଣସି ସ୍ଥାନରେ ଅନୁଷ୍ଠିତ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ, ଭାରତୀୟ ଖେଳାଳି ବାଜିମାତ କରୁଛନ୍ତି । ଏମିତିକି ଭାରତ ମଧ୍ୟ ଅନେକ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟକୁ ସଫଳ ଆୟାେଜନ କରି ଦମ ଦେଖାଇଛି ।

ତେବେ 2022 ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରି ଯାଇପାରେ ଭାରତ । ଏନେଇ ଭାରତୀୟ ଅଲମ୍ପିକ୍ସ ଆସୋସିଏସନର ମୁଖ୍ୟ ନରିନ୍ଦର ବାତ୍ରା, କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁଙ୍କୁ ଜଣାଇଛନ୍ତି । ଶ୍ରୀ ବାତ୍ରା ଇମେଲ ଯୋଗେ ଭାରତ 2022ରେ ବର୍ମିଂହାମରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରୁ ଓହରିଯିବା ନେଇ ଜଣାଇଛନ୍ତି । ଭାରତୀୟ ଅଲମ୍ପିକ୍ସ ଆସୋସିଏସନର ସମସ୍ତ ସଦସ୍ୟ ମଧ୍ୟ ଏହି ନିଷ୍ପତ୍ତିରେ ସମ୍ମତି ଜଣାଇଛନ୍ତି । ଏହି ନିଷ୍ପତ୍ତି ସଂପର୍କରେ ଭାରତ ସରକାରଙ୍କର କ୍ରୀଡୀ ମନ୍ତ୍ରଣାଳୟ ଶେଷ ନିଷ୍ପତ୍ତି ଶୁଣାଇବ ।

IOA chief Narinder Batra
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

2022 ରାଜ୍ୟଗୋଷ୍ଠୀ କ୍ରୀଡା ଇଂଲଣ୍ଡରେ ଖେଳାଯିବ । ତେବେ ସୁଟିଂ ଇଭେଣ୍ଟକୁ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ଦିଆଯାଇଛି । 1970ରୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ସୁଟିଂ ଇଭେଣ୍ଟ ସାମିଲ ହୋଇ ଆସୁଛି । କେବଳ 1966ରେ ଥରେ ମାତ୍ର ସୁଟିଂ ଇଭେଣ୍ଟ ପଡିଥିଲା । ମାତ୍ର ଚଳିତ ବର୍ଷ ଜୁନରେ ରାଜ୍ୟଗୋଷ୍ଠୀ କ୍ରୀଡାର କାର୍ଯ୍ୟକାରୀ ବୋର୍ଡ ସୁଟିଂ ଇଭେଣ୍ଟକୁ ବାଦ ଦେବା ପାଇଁ ନିଷ୍ପତ୍ତି କରିଥିଲେ । ଏହି ନିଷ୍ପତ୍ତି କରି ସୁଟିଂ ଇଭେଣ୍ଟରେ ଶକ୍ତିଶାଳୀ ଦେଶ ଭାରତର ସୁଯୋଗକୁ ସଙ୍କୁଚିତ କରିବାକୁ ପ୍ରୟାସ କରାଯାଇଛି । କାରଣ 2018 ରାଜ୍ୟଗୋଷ୍ଠୀ କ୍ରୀଡାରେ ସୁଟିଂ ଇଭେଣ୍ଟରେ ଭାରତର ପ୍ରଦର୍ଶନ ସମସ୍ତଙ୍କ ନିଦ ହଜାଇଥିଲା । ସମସ୍ତଙ୍କୁ ପଛରେ ପକାଇ ଭାରତୀୟ ସୁଟର ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଦମଦାର 7ଟି ସ୍ବର୍ଣ୍ଣ ପଦକ ସହ ମୋଟ 16ଟି ପଦକ ଭାରତ ନାମରେ ହୋଇଥିଲା ।

Intro:Body:

TESTING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.