ETV Bharat / sports

କୋରୋନାକୁ ହରାଇଥିବା 5 ଅଲମ୍ପିକ ଅଂଶଗ୍ରହଣକାରୀ ଆଥଲେଟ ନେବେ ଟିକା - ସୌରଭ ଚୌଧୁରୀ

କୋରୋନାରୁ ସୁସ୍ଥ ହୋଇଥିବା 5 ଜଣ ଅଲମ୍ପିକ ଅଂଶଗ୍ରହଣକାରୀ ଭାରତୀୟ ଆଥଲେଟଙ୍କୁ ପ୍ରଥମ ଡୋଜ ଟିକା ଦେବାକୁ ଭାରତୀୟ ଅଲମ୍ପିକ ଆସୋସିଏସନ ରବିବାର ଅପିଲ କରିଛି । ଅଧିକ ପଢନ୍ତୁ...

IOA asks 5 Tokyo-bound COVID-19 recovered athletes to get first dose of vaccine
କୋରୋନାକୁ ହରାଇଥିବା 5 ଅଲମ୍ପିକ ଅଂଶଗ୍ରହଣକାରୀ ଆଥଲେଟ ନେବେ ଟିକା
author img

By

Published : Jun 6, 2021, 8:44 PM IST

ନୂଆଦିଲ୍ଲୀ: କୋରୋନାରୁ ସୁସ୍ଥ ହୋଇଥିବା 5 ଜଣ ଅଲମ୍ପିକ ଅଂଶଗ୍ରହଣକାରୀ ଭାରତୀୟ ଆଥଲେଟଙ୍କୁ ପ୍ରଥମ ଡୋଜ ଟିକା ଦେବାକୁ ଭାରତୀୟ ଅଲମ୍ପିକ ଆସୋସିଏସନ ରବିବାର ଅପିଲ କରିଛି । ନିକଟରେ ଏହି ଖେଳାଳିମାନେ କୋଭିଡ-19କୁ ହରାଇଛନ୍ତି । ଫଳରେ ଯେତେଶ୍ରୀଘ୍ର ସମ୍ଭବ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ କହିଛି ଆଇଓଏ ।

2018 ବିଶ୍ବ ଚମ୍ପିଆନସିପ ବ୍ରୋଞ୍ଜ ପଦକ ବିଜେତା ସିମ୍ରନଜିତ କୌର(60 କିଲୋଗ୍ରାମ) ଏହି ତାଲିକାରେ ଏକମାତ୍ର ବକ୍ସର ଓ ଅନ୍ୟ 4ଜଣ ସୁଟର ରହିଛନ୍ତି । 4 ସୁଟରଙ୍କ ମଧ୍ୟରେ ISSF ବିଶ୍ବକପ ପୁରୁଷ 10ମିଟର ଏୟାର ପିସ୍ତଲ ଇଭେଣ୍ଟରେ ରୌପ୍ୟ ପଦକ ବିଜେତା ସୌରଭ ଚୌଧୁରୀ ମଧ୍ୟ ରହିଛନ୍ତି ।

ଅନ୍ୟ ତିନିଜଣ ହେଉଛନ୍ତି, 2018 ଜାକର୍ତ୍ତା ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ରାହୀ ସର୍ଣ୍ଣବାତ(ମହିଳା 25ମିଟର ପିସ୍ତଲ), ସମାନ ସଂସ୍କରଣରେ ରୌପ୍ୟ ବିଜେତା ଦୀପକ କୁମାର(10ମିଟର ଏୟାର ରାଇଫଲ) ଓ ଭେଟେରାନ ସଟଗନ ସୁଟର ମଇରାଜ ଅହମ୍ମଦ ଖାନ ।

ବକ୍ସିଂ ଓ ସୁଟିଂ ସଂଘକୁ ତୁରନ୍ତ ଏହି ଖେଳାଳିଙ୍କୁ ଟିକା ଦେବାକୁ ଅନୁରୋଧ କରିଛନ୍ତି ଆଇଓଏ ସଭାପତି ନରିନ୍ଦର ବାତ୍ରା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.