ETV Bharat / sports

ଅଲମ୍ପିକ୍‌ ବାତିଲ ପ୍ରସଙ୍ଗ; ଆଇଓସିକୁ ସମର୍ଥନ କରିବ ଇଣ୍ଡୋନେସିଆ

author img

By

Published : Mar 24, 2020, 3:53 AM IST

ବିଭିନ୍ନ ଦେଶର କ୍ରୀଡା ସଂଗଠନ ପକ୍ଷରୁ ଅଲମ୍ପିକକୁ ସ୍ଥଗିତ ରଖିବାକୁ ଦାବି ପ୍ରକାଶ କରୁଛନ୍ତି । ମାତ୍ର ଏହି ପ୍ରସଙ୍ଗରେ ମୁହଁଖୋଲି ଆଇଓସିକୁ ସମର୍ଥନ କରିବ ବୋଲି କହିଛି ଇଣ୍ଡୋନେସିଆ ।

indonesia-to-support-decision-made-by-ioc-on-olympics
ଅଲମ୍ପିକ୍‌ ବାତିଲ ପ୍ରସଙ୍ଗ; ଆଇଓସିକୁ ସମର୍ଥନ କରିବ ଇଣ୍ଡୋନେସିଆ

ଜାକର୍ତ୍ତା: କୋରୋନା ମହାମାରୀ ପ୍ରଭାବରେ ସମସ୍ତ ଘରୋଇ ତଥା ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିବାବେଳେ ଏବେ ଅଲମ୍ପିକ ପାଳି । ବିଭିନ୍ନ ଦେଶର କ୍ରୀଡା ସଙ୍ଗଠନ ପକ୍ଷରୁ ଅଲମ୍ପିକକୁ ସ୍ଥଗିତ ରଖିବାକୁ ଦାବି ପ୍ରକାଶ କରୁଛନ୍ତି । ମାତ୍ର ଏହି ପ୍ରସଙ୍ଗରେ ମୁହଁଖୋଲି ଆଇଓସିକୁ ସମର୍ଥନ କରିବ ବୋଲି କହିଛି ଇଣ୍ଡୋନେସିଆ ।

ଇଣ୍ଡୋନେସିଆର ଜଣେ ଅଧିକାରୀ ସୋମବାର କହିଛନ୍ତି ଯେ, ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଏବଂ ଆୟୋଜକ ଦେଶ ଜାପାନ 2020 ଅଲିମ୍ପିକ୍ ଗେମ୍ସରେ ଯାହା ନିଷ୍ପତ୍ତି ନେବେ ତାହା ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି । ଇଣ୍ଡୋନେସିଆ ଅଲିମ୍ପିକ୍ କମିଟିର ମୁଖ୍ୟ ରାଜ ସାପଟା ଅକ୍ଟୋହରୀ କହିଛନ୍ତି ଯେ, ‘‘ ଆମର ଆଭିମୁଖ୍ୟ ହେଉଛି ଯେ ଆଇଓସି ଦ୍ବାରା ନିଆଯିବାକୁ ଥିବା ନିଷ୍ପତ୍ତିକୁ ଆମେ ସମର୍ଥନ କରିବା । କାରଣ ଆମେ ବିଶ୍ବାସ କରୁ ଯେ ଆଇଓସି ଆଥଲେଟ୍‌ମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବ ।’’

ସୂଚନାଥାଉକି, 2020 ଅଲିମ୍ପିକ୍ସ ଗେମ୍ସ ଜୁଲାଇ 24 ରୁ ଅଗଷ୍ଟ 9 ମଧ୍ୟରେ ଜାପାନର ଟୋକିଓରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ କୋରୋନା ଭାଇରସ୍ ହେତୁ ଭାରତ ସମେସ ଅନ୍ୟ ଦେଶ ଅଲମ୍ପିକକୁ ସ୍ଥଗିତ ରଖିବାକୁ ଦାବି କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.