ETV Bharat / sports

ରିଜିଜୁଙ୍କୁ ବିଦାୟ ଦେଲା SAI, କହିଲେ ଜାରି ରହିବ ଭାରତର 'କ୍ରୀଡା ମହାଶକ୍ତି ଦେଶ'ର ଯାତ୍ରା

author img

By

Published : Jul 8, 2021, 4:59 PM IST

ସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ କିରଣ ରିଜିଜୁଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଦାୟିତ୍ବ ମିଳିଛି । ମାତ୍ର କ୍ରୀଡାକ୍ଷେତ୍ରରେ ଭାରତ ଏକ ଶକ୍ତିଶାଳୀ ଦେଶ ବନିବାର ଯାତ୍ରା ଜାରି ରହିବ କହିଛନ୍ତି ବିଦାୟୀ କ୍ରୀଡ଼ା ମନ୍ତ୍ରୀ ରିଜିଜୁ । ଅଧିକ ପଢନ୍ତୁ...

India's journey to become great sporting nation will continue: outgoing sports minister Rijiju
ରିଜିଜୁଙ୍କୁ ବିଦାୟ ଦେଲା SAI, କହିଲେ ଜାରି ରହିବ ଭାରତର 'କ୍ରୀଡା ମହାଶକ୍ତି ଦେଶ'ର ଯାତ୍ରା

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସକୁ ଆଉ ମାତ୍ର କିଛି ଦିନ ବାକିଥିବାବେଳେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ବଦଳିଯାଇଛି କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ନାମ । କିରଣ ରିଜିଜୁଙ୍କ ସ୍ଥାନରେ ପୂର୍ବତନ BCCI ସଭାପତି ଅନୁରାଗ ଠାକୁରଙ୍କୁ କ୍ରୀଡା ମନ୍ତ୍ରଣାଳୟ ଦାୟିତ୍ବ ମିଳିଛି । ତେବେ କ୍ରୀଡାକ୍ଷେତ୍ରରେ ଭାରତକୁ ଏକ ଶକ୍ତିଶାଳୀ ଦେଶ ବନାଇବାର ଯାତ୍ରା ଜାରି ରହିବ କହିଛନ୍ତି ବିଦାୟୀ କ୍ରୀଡ଼ା ମନ୍ତ୍ରୀ ରିଜିଜୁ ।

  • Thanks for the warm farewell. The entire team in the Ministry of Youth Affairs and Sports, and SAI were amazing. We had worked as a team to create sports culture and excellence in sports. I hope the same spirit will continue to make India a great sporting nation. pic.twitter.com/g1qZd62KCD

    — Kiren Rijiju (@KirenRijiju) July 8, 2021 " class="align-text-top noRightClick twitterSection" data=" ">

ମେ 2019ରେ କ୍ରୀଡାମନ୍ତ୍ରଣାଳୟର ଦାୟିତ୍ବ ଗ୍ରହଣ କରିଥିଲେ ରିଜିଜୁ । ଏବେ ଠାକୁରଙ୍କୁ କ୍ରୀଡା ମନ୍ତ୍ରଣାଳୟ ଦାୟିତ୍ବ ହସ୍ତାନ୍ତର କରିବେ ରିଜିଜୁ। ନୂତନ ସଂପ୍ରସାରିତ ମନ୍ତ୍ରୀମଣ୍ଡଳରେ ଠାକୁରଙ୍କୁ କ୍ରୀଡାମନ୍ତ୍ରଣାଳୟ ସହ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଦାୟିତ୍ବ ମଧ୍ୟ ମିଳିଛି ।

(2006-2008)ରେ ମଣି ଶଙ୍କର ଆୟରଙ୍କ ପରେ ଠାକୁର ପ୍ରଥମ କ୍ୟାବିନେଟ ମନ୍ତ୍ରୀ ଭାବେ କ୍ରୀଡା ମନ୍ତ୍ରଣାଳୟ ଦାୟିତ୍ବ ସମ୍ଭାଳିବେ ।

ରିଜିଜୁଙ୍କୁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ପାହ୍ୟାକୁ ପଦନ୍ନୋତି ମିଳିଛି । ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଦାୟିତ୍ବ ଗ୍ରହଣ କରିଛନ୍ତି ରିଜିଜୁ ।

ଗୁରୁବାର ରିଜିଜୁଙ୍କ ପାଇଁ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI) ବିଦାୟ କାଳୀନ ସମୋରୋହର ଆୟୋଜନ କରିଥିବା ଗଣମାଧ୍ୟକୁ ପ୍ରତିକ୍ରିୟା ଦେବା ସମୟରେ କହିଛନ୍ତି ରିଜିଜୁ । ଏଥିସହ ଭାରତକୁ ଏକ କ୍ରୀଡାରେ ନିପୁଣ ଶକ୍ତିଶାଳୀ ଦେଶ କରିବାକୁ ସମସ୍ତ ପ୍ରୟାସ ଜାରି ରହିବ କହିବା ସହ ନୂଆ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନରେ ଦେଶବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାକୁ କ୍ରୀଡା ମନ୍ତ୍ରଣାଳୟ ଯଥାସାଧ୍ୟ ଚେଷ୍ଟା କରିଛି । ଯୁବ ବ୍ୟାପାର ସଚିବ, କ୍ରୀଡା ସଚିବ ଓ SAI ନିର୍ଦ୍ଦେଶକଙ୍କ ସହ ମନ୍ତ୍ରଣାଳୟର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ରିଜିଜୁ ।

ମେ 2019ରେ ଅଲମ୍ପିକ ରୌପ୍ୟ ପଦକ ବିଜେତା ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କୁ ସ୍ଥାନରେ ରିଜିଜୁ କ୍ରୀଡାରାଜ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ସ୍ବାଧୀନ ଦାୟିତ୍ବ ସହ ରିଜିଜୁ ପୂର୍ବରୁ ସଂଖ୍ୟାଲଘୁ ବ୍ୟାପାର ରାଜ୍ୟ ମନ୍ତ୍ରୀ ଓ ଆୟୁଷ ମନ୍ତ୍ରଣାଳୟର ଦାୟିତ୍ବ ମଧ୍ୟ ଅଳ୍ପ ସମୟ ପାଇଁ ତୁଲାଇଛନ୍ତି ।

ରିଜିଜୁଙ୍କ କ୍ରୀଡାମନ୍ତ୍ରୀ ଭାବେ କାର୍ଯ୍ୟକାଳ ସମୟରେ ଜାତୀୟ କ୍ରୀଡା ପୁରସ୍କାର ବିଜେତାଙ୍କ ପୁରସ୍କାର ରାଶି ବୃଦ୍ଧି ହୋଇଛି, ଅର୍ଥାଭାବ ଯୋଗୁଁ ଅସୁବିଧାରେ ଥିବା ପୂର୍ବତନ ତଥା ବର୍ତ୍ତମାନର ଖେଳାଳିଙ୍କୁ ମନ୍ତ୍ରଣାଳୟ ସହାୟତାର ହାତ ବଢାଇଛି ଓ ଦେଶରେ ବିଭିନ୍ନ SAI ସେଣ୍ଟରରେ କ୍ରୀଡା ଭିତ୍ତିଭୂମିର ବିକାଶ ହୋଇଛି ।

120ରୁ ଅଧିକ ଭାରତୀୟ ଆଥଲେଟ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଜୁଲାଇ 23ରୁ ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ କଠୋର କୋଭିଡ-19 ମହାମାରୀ କଟକଣା ମଧ୍ୟରେ ହେବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.