ETV Bharat / sports

ଆଥଲେଟ ଭାବନାଙ୍କ ରେକର୍ଡ; ହାତେଇଲେ ଅଲମ୍ପିକ ଟିକେଟ

ନ୍ୟାସନାଲ ଚମ୍ପିଆନସିପରେ 20 କିଲୋମିଟର ପାଦଚଲା ରେସ ବର୍ଗରେ, ନୂଆ ଜାତୀୟ ରେକର୍ଡ ସହ 2020 ଟୋକିଓ ଅଲମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି ଭାରତୀୟ ଆଥଲେଟ ଦୌଡରାଣୀ ଭାବନା ଜାଟ । ଅଧିକ ଖବର ପଢନ୍ତୁ...

India's Bhawna Jat secures Olympic qualification
ଭାବନା ଜାଟ
author img

By

Published : Feb 15, 2020, 1:13 PM IST

ରାଞ୍ଚି: ଦୌଡରାଣୀ ଭାବନା ଜାଟଙ୍କ ନୂଆ ଜାତୀୟ ରେକର୍ଡ । 20 କିଲୋମିଟର ପାଦଚଲା ରେସବର୍ଗରେ ନୂଆ ରେକର୍ଡ କରିଛନ୍ତି ରାଜସ୍ଥାନର ଧାବିକା ଭାବନା । ରେକର୍ଡ ସହ 2020 ଟୋକିଓ ଅଲମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି ଏହି ଭାରତୀୟ ଆଥଲେଟ। ଜୁଲାଇ 24ରୁ ଅଗଷ୍ଟ 9 ପର୍ଯ୍ୟନ୍ତ ବିଶ୍ବ କ୍ରୀଡାର ସମ୍ମାନଜନକ ମେଗା ଇଭେଣ୍ଟ ଅଲମ୍ପିକ୍ସ ଖେଳାଯିବ ।

ନ୍ୟାସନାଲ ଚମ୍ପିଆନସିପରେ ଭାବନା 1ଘଣ୍ଟା 29 ମିନିଟ 54 ସେକେଣ୍ଡରେ ନିର୍ଦ୍ଧାରିତ 20 କିଲୋମିଟରକୁ ଅତିକ୍ରମ କରିଛନ୍ତି । ଏହି ବର୍ଗରେ ଅଲମ୍ପିକ ଯୋଗ୍ୟତା ପାଇଁ 1 ଘଣ୍ଟା 31 ମିନିଟ ରହିଥିଲା। ପୂର୍ବରୁ ଭାବନା ଗତବର୍ଷ ଅକ୍ଟୋବରରେ 1 ଘଣ୍ଟା 38 ମିନିଟ 3ଟି ସେକେଣ୍ଡରେ ପହଞ୍ଚି ଏହି ବର୍ଗରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.