ETV Bharat / sports

FIH Pro League: ଜର୍ମାନୀ ବିପକ୍ଷରେ ଭାରତୀୟ ଟିମ ଘୋଷଣା, ଅମିତ ରୋହିଦାସ କ୍ୟାପଟେନ

ଜର୍ମାନୀ ବିପକ୍ଷ FIH ପ୍ରୋ ଲିଗ ମ୍ୟାଚ୍‌ ପାଇଁ ଭାରତୀୟ ପୁରୁଷ ଟିମ ଘୋଷଣା । ହକି ଇଣ୍ଡିଆ ୨୨ ସଦସ୍ୟ ବିଶିଷ୍ଟ ଟିମ ଘୋଷଣା କରିଥିବାବେଳେ ଓଡିଆ ପୁଅ ଅମିତ ରୋହିଦାସଙ୍କୁ ମିଳିଛି ନେତୃତ୍ବ ଭାର । ଅଧିକ ପଢନ୍ତୁ

author img

By

Published : Apr 11, 2022, 5:14 PM IST

Updated : Apr 11, 2022, 6:59 PM IST

India's 22-member squad for FIH Pro League against Germany announced
FIH Pro League: ଜର୍ମାନୀ ବିପକ୍ଷରେ ଭାରତୀୟ ଟିମ ଘୋଷଣା, ଅମିତ ରୋହିଦାସ କ୍ୟାପଟେନ

ଭୁବନେଶ୍ବର: ଜର୍ମାନୀ ବିପକ୍ଷ FIH ପ୍ରୋ ଲିଗ ମ୍ୟାଚ୍‌ ପାଇଁ ଭାରତୀୟ ପୁରୁଷ ଟିମ ଘୋଷଣା । ହକି ଇଣ୍ଡିଆ ୨୨ ସଦସ୍ୟ ବିଶିଷ୍ଟ ଟିମ ଘୋଷଣା କରିଥିବାବେଳେ ଓଡିଆ ପୁଅ ଅମିତ ରୋହିଦାସଙ୍କୁ ମିଳିଛି ନେତୃତ୍ବ ଭାର । ସେହିପରି ହରମନପ୍ରୀତ ସିଂ ଉପ-ଅଧିନାୟକ ରହିଛନ୍ତି । ଏପ୍ରିଲ ୧୪ରୁ ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଜର୍ମାନୀ ବିପକ୍ଷରେ ଡବଲ ହେଡର ମ୍ୟାଚ୍‌ ଖେଳିବ ଭାରତ । ଘୋଷିତ ୨୨ ସଦସ୍ୟ ବିଶିଷ୍ଟ ଟିମରେ ଗୋଲ୍‌କିପର ପିଆର ଶ୍ରୀଜେଶ, କ୍ରୀଷନ ବାହାଦୂର ପାଠକ ଓ ଡିଫେଣ୍ଡର ବରୁଣ କୁମାର, ଅମିତ ରୋହିଦାସ, ସୁରେନ୍ଦ୍ର କୁମାର, ଯୁଗରାଜ ସିଂ, ହରମନପ୍ରିତ ସିଂ, ଜରମନପ୍ରୀତ ସିଂ ଓ ଗୁରିନ୍ଦର ସିଂ ରହିଛନ୍ତି ।

ମିଡଫିଲ୍ଡର ଭାବେ ନୀଳକଣ୍ଠ ଶର୍ମା, ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ସମଶେର ସିଂ, ହାର୍ଦ୍ଦିକ ସିଂ ଓ ମୌରାଙ୍ଗଥେମ ରବିଚନ୍ଦ୍ର ସିଂ ରହିଛନ୍ତି । ସେହିପରି ଫରୱାର୍ଡରେ ସୁଖଜୀତ ସିଂ, ଅଭିଶେକ, ମନଦୀପ ସିଂ, ଶିଳାନନ୍ଦ ଲାକ୍ରା, ଦିଲପ୍ରୀତ ସିଂ, ଲଳିତ କୁମାର ଉପାଧ୍ୟାୟ ଓ ଆକାଶଦୀପ ସିଂ । ଭାରତୀୟ ଟିମ FIH ହକି ପ୍ରୋ ଲିଗରେ ଏହି ସିଜିନରେ ଏଯାବତ ୧୦ଟି ମ୍ୟାଚ୍‌ ଖେଳିସାରିଛି । ୨୧ ପଏଣ୍ଟ ସହ ଟିମ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଅନ୍ୟପଟେ ଜର୍ମାନୀ ୮ଟି ମ୍ୟାଚ୍‌ରୁ ୧୭ ପଏଣ୍ଟ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି ।

ANI

Last Updated : Apr 11, 2022, 6:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.