ETV Bharat / sports

୧୪ ବର୍ଷରେ ସ୍ବର୍ଣ୍ଣ ବିଜୟିନୀ ଭାରତୀୟ ସୁଟର ନାମ୍ୟା କପୁର - ସୁଟର ନାମ୍ୟା କପୁର

ISSF ଜୁନିଅର ବିଶ୍ବ ଚମ୍ପିଆନସିପ୍‌ରେ ୨୫ ମିଟର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଲେ ୧୪ ନାମ୍ୟା କପୁର । ଅଧିକ ପଢନ୍ତୁ...

India's 14-year-old shooter Naamya Kapoor wins gold in junior world championships
୧୪ ବର୍ଷରେ ସ୍ବର୍ଣ୍ଣ ବିଜୟିନୀ ଭାରତୀୟ ସୁଟର ନାମ୍ୟା କପୁର
author img

By

Published : Oct 5, 2021, 7:59 PM IST

ଲିମା: ଚଳିତ ISSF ଜୁନିଅର ବିଶ୍ବ ଚମ୍ପିଆନସିପ୍‌ରେ ସୋମବାର କମାଲ କରିଛନ୍ତି ଭାରତର ୧୪ ବର୍ଷୀୟା ସୁଟର ନାମ୍ୟା କପୁର । ୨୫ ମିଟର ପିସ୍ତଲ ଇଭେଣ୍ଟରେ ଐତିହାସିକ ପ୍ରଦର୍ଶନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନାମ୍ୟା ।

ଫ୍ରାନ୍ସର ଜେଡର୍ଜେସକି(୩୩) ଓ ୧୯ ବର୍ଷୀୟା ଭାରତୀୟ ଅଲମ୍ପିଆନ ସୁଟର ମନୁ ଭାକର(୩୧)କୁ ପଛରେ ପକାଇ ଶେଷ ପ୍ରୟାସରେ ୩୬ ପଏଣ୍ଟ ହାସଲ କରିବା ସହ ସ୍ବର୍ଣ୍ଣ ପଦକ ହାତେଇଥିଲେ ନାମ୍ୟା । ଟୁର୍ଣ୍ଣାମେଣ୍ଟରେ ମନୁ ଭାକର ୩ଟି ସ୍ବର୍ଣ୍ଣ ପଦକ ପୂର୍ବରୁ ଜିତିସାରିଛନ୍ତି ।

ତେବେ ୨୫ ମିଟର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛନ୍ତି । ଅନ୍ୟତମ ଭାରତୀୟ ସୁଟର ରିଦିମ ସଙ୍ଗୱାନ ଫାଇନାଲରେ ଚତୁର୍ଥ ସ୍ଥାନରେ ରହିଥିଲେ ।

ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ମୋଟ ୫୮୦ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଥିଲେ ନାମ୍ୟା । ସେହିପରି ୫୮୭ ପଏଣ୍ଟ ସହ ମନୁ ଓ ୫୮୬ ପଏଣ୍ଟ ସହ ସାଙ୍ଗୱାନ ଶୀର୍ଷ ଦୁଇଟି ସ୍ଥାନରେ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.