ନୂଆଦିଲ୍ଲୀ: ଜାପାନର ୟୋକୋହାମାଠାରେ ଚାଲିଥିବା ୱାର୍ଲ୍ଡ ରିଲେରେ ଭାରତୀୟ ଆଥଲେଟ୍ସ ଫେଲ ମାରିଛନ୍ତି । ଉଭୟ ପୁରୁଷ ଓ ମହିଳା ବର୍ଗରେ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି । ମହିଳା 4x400 ରିଲେରେ 17ତମ ସ୍ଥାନରେ ରହିଛି ଭାରତୀୟ ଦଳ । ସେହିପରି ପୁରୁଷ ବର୍ଗର 4x400 ରିଲେରେ 15ତମ ସ୍ଥାନରେ ରହିଛି ଦଳ ।
ହିମା ଦାସ (୫୨.୬୦ ସେକେଣ୍ଡ), ଏମଆର ପୂଭାମ୍ମା (୫୩.୬୦ ସେକେଣ୍ଡ), ସରିତାବେନ୍ ଗାଏକ୍ୱାଡ୍ (୫୩.୪୦ ସେକେଣ୍ଡ) ଓ ଭିକେ ବିସ୍ମୟା (୫୨.୩୩ ସେକେଣ୍ଡ)ଙ୍କୁ ନେଇ ଗଠିତ ଭାରତୀୟ ମହିଳା ଟିମ୍ 4x400 ରିଲେରେ 17ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି ।
ସେହିପରି କୁନୁ ମହମ୍ମଦ, ଜିତୁ ବେବି, ଜୀବନ ସୁରେଶ ଓ ମହମ୍ମଦ ଅନାସଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଟିମ୍ 4x400 ରିଲେରେ ୩:୨୩.୫୯ ସେକେଣ୍ଡରେ ଦୂରତା ଅତିକ୍ରମ କରିଥିଲା ।