ETV Bharat / sports

IWL: ଏପ୍ରିଲ ୧୫ରୁ ଭୁବନେଶ୍ବରରେ ଇଣ୍ଡିଆନ ଓମେନ୍ସ ଲିଗ୍‌ - ଭୁବନେଶ୍ବରରେ ଆଇଡବ୍ଲୁଏଲ ୨୦୨୨

ଶୁକ୍ରବାର ଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ଓମେନ୍ସ ଲିଗ୍‌ (Indians Women's League)। ଡିଫେଣ୍ଡିଂ ଚାମ୍ପିୟନ ଗୋକୁଲାମ କେରଳ ଏଫସି ଏପ୍ରିଲ ୧୬ରେ କ୍ୟାପିଟାଲ ଗ୍ରାଉଣ୍ଡରେ ଓଡିଶା ପୋଲିସ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍‌ । ଅଧିକ ପଢନ୍ତୁ

Indian Women's League 2021-22 to start on April 15
IWL: ଏପ୍ରିଲ ୧୫ରୁ ଭୁବନେଶ୍ବରରେ ଇଣ୍ଡିଆନ ଓମେନ୍ସ ଲିଗ୍‌
author img

By

Published : Apr 9, 2022, 5:25 PM IST

Updated : Apr 9, 2022, 5:43 PM IST

ଭୁବନେଶ୍ବର: ଶୁକ୍ରବାର ଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ଓମେନ୍ସ ଲିଗ୍‌ (Indians Women's League)। କ୍ୟାପିଟାଲ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍‌ PIFA ସ୍ପୋର୍ଟ୍ସ ଏଫସି(sports FC) ଓ କିକଷ୍ଟାର୍ଟ ଏଫସି(Kickstart FC) ମଧ୍ୟରେ ଖେଳାଯିବ । ସେହିପରି ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ SSB ଓମେନ ଏଫସିକୁ ହାନ୍ସ ଓମେନ ଏଫସି ଭେଟିବ ।

ତେବେ ଭାରତୀୟ ଆରୋଜ୍‌ ମହିଳା ଟିମ(Arrows Women's Team) IWLର ପ୍ରଥମ ମ୍ୟାଚ୍‌ ସିରଭୋଦେମ ଏସସି ବିପକ୍ଷରେ ସମାନ ଦିନ କଳିଙ୍ଗ ଷ୍ଟାଡିୟମରେ ଖେଳିବ । ଇଣ୍ଡିଆନ ଓମେନ୍ସ ଲିଗ୍‌(IWL)ର ୨୦୨୧-୨୨ ସଂସ୍କରଣରେ ମୋଟ ୬୬ଟି ମ୍ୟାଚ୍‌ ଖେଳାଯିବ ଓ ଯୁବ-ପ୍ରତିଭାବାନ ଖେଳଳିଙ୍କୁ ନେଇ ଗଠିନ ୧୧ଟି ଟିମ ପରସ୍ପର ମଧ୍ୟରେ ଲଢେଇ କରିବେ । ରାଉଣ୍ଡ ରବିନ ଫର୍ମାଟରେ ଟିମଗୁଡିକ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ପ୍ରତ୍ୟେକ ଟିମ ପରସ୍ପର ସହିତ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ । ଟୁର୍ଣ୍ଣାମେଣ୍ଟର ଶେଷରେ ସର୍ବାଧିକ ପଏଣ୍ଟ ରହିଥିବା ଟିମ ଚାମ୍ପିଅନ ହେବ ।

ବେଙ୍ଗାଲୁରୁରେ ୨୦୨୧ରେ ଖେଳାଯାଇଥିବା IWLର ଗତ ସଂସ୍କରଣରେ ଚାମ୍ପିୟନ ରହିଥିବା ଡିଫେଣ୍ଡିଂ ଚାମ୍ପିୟନ ଗୋକୁଲାମ କେରଳ ଏଫସି ଏପ୍ରିଲ ୧୬ରେ କ୍ୟାପିଟାଲ ଗ୍ରାଉଣ୍ଡରେ ଓଡିଶା ପୋଲିସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ ଅଭିଯାନ ଆରମ୍ଭ କରିବ ।

ANI

Last Updated : Apr 9, 2022, 5:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.