ETV Bharat / sports

ଏସିଆନ୍‌ ଫୁଟବଲ୍‌ କପ୍‌ରୁ ଓହରିଲା ଭାରତ, ହୋଟେଲ କର୍ମଚାରୀଙ୍କୁ ଦୋଷ ଦେଲେ କୋଚ୍‌ - AFC ମହିଳା ଏସିଆନ୍‌ କପ୍‌ରୁ ଓହରିଲା ଭାରତ

ଅଧାରୁ ଅଧିକ ଖେଳାଳି ଓ ଷ୍ଟାଫ୍‌ କୋରୋନା ସଂକ୍ରମିତ ହେବାପରେ ଏସିଆନ୍‌ କପ୍‌ରୁ ବାଦ ପଡ଼ିଲା ଭାରତୀୟ ମହିଳା ଫୁଟବଲ ଦଳ । ତେବେ ଏଥିପାଇଁ ଏଏଫସି ହୋଟେଲ କର୍ମଚାରୀଙ୍କୁ ଦୋଷ ଦେଇଛନ୍ତି ମୁଖ୍ୟ କୋଚ୍‌ ଥୋମାସ ଡେନେରବି । ଅଧିକ ପଢ଼ନ୍ତୁ

indian women football coach blames afc hotel staff after india exit from asian football cup
ଏସିଆନ୍‌ ଫୁଟବଲ୍‌ କପ୍‌ରୁ ଓହରିଲା ଭାରତ, ହୋଟେଲ କର୍ମଚାରୀଙ୍କୁ ଦୋଷ ଦେଲେ କୋଚ୍‌
author img

By

Published : Jan 26, 2022, 9:32 PM IST

ମୁମ୍ବାଇ: ଅଧାରୁ ଅଧିକ ଖେଳାଳି ଓ ଷ୍ଟାଫ୍‌ କୋରୋନା ସଂକ୍ରମିତ ହେବାପରେ ଏସିଆନ୍‌ କପ୍‌ରୁ ବାଦ ପଡ଼ିଲା ଭାରତୀୟ ମହିଳା ଫୁଟବଲ ଦଳ । ତେବେ ଏଥିପାଇଁ ଏଏଫସି ହୋଟେଲ କର୍ମଚାରୀଙ୍କୁ ଦୋଷ ଦେଇଛନ୍ତି ମୁଖ୍ୟ କୋଚ୍‌ ଥୋମାସ ଡେନେରବି । କୋଭିଡ ଯାଞ୍ଚ ଢିଲା ଦେବାରୁ ଭାରତର ୨୩ରୁ ୧୯ ଜଣ ଖେଳାଳି କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଫଳରେ ଏସିଆନ୍‌ କପ୍‌ ୨୦୨୨ରୁ ବାଧ୍ୟ ହୋଇ ଭାରତୀୟ ଦଳ ଓହରିଥିଲା ।

ଭାରତୀୟ ଦଳର ୬୨ ବର୍ଷୀୟ କୋଚ୍‌ କହିଛନ୍ତି ଯେ, "ଟିମ୍‌ ହୋଟେଲ କର୍ମଚାରୀଙ୍କ ଠାରୁ ହିଁ ଭାରତୀୟ ଖେଳାଳି କୋଭିଡ ସଂକ୍ରମିତ ହୋଇଛନ୍ତି । ଏହାକୁ ଏଏଫସି ଚୟନ କରିଥିଲା । କୋଭିଡ ଟେଷ୍ଟକୁ ନେଇ ହୋଟେଲ କର୍ମଚାରୀ ଏତେଟା ଗମ୍ଭୀର ନଥିଲେ । କୋଭିଡ ଟେଷ୍ଟ କରିବାର ୪୮ ଘଣ୍ଟା ପର୍ଯ୍ୟନ୍ତ ସେହି କର୍ମଚାରୀମାନେ ହୋଟେଲରେ ରହିଥିଲେ । ରୋଷେୟା ଓ ଅନ୍ୟ ଷ୍ଟାଫ୍‌ଙ୍କୁ ମିଶାଇ ମୋଟ ୭ ଜଣ ଷ୍ଟାଫ୍‌ କୋରୋନା ସଂକ୍ରମିତ ହୋଇଥିଲେ ।"

ଏଏଫ୍‌ସି ଖେଳାଳିଙ୍କ ଭାବନାକୁ ସମ୍ମାନ ଦେଇନଥିବା ଅଭିଯୋଗ କରିଛନ୍ତି ମୁଖ୍ୟ କୋଚ୍‌ ଥୋମାସ ଡେନେରବି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ କ୍ବାର୍ଟର ଫାଇନାଲ୍‌ ପର୍ଯ୍ୟନ୍ତ ଯାଇଥିଲେ ବି ଆଗାମୀ ବର୍ଷ ହେବାକୁ ଥିବା ଫିଫା ବିଶ୍ବକପ ପାଇଁ ଭାରତ ଯୋଗ୍ୟତା ହାସଲ କରି ପାରିଥାଆନ୍ତି । କିନ୍ତୁ ଏହା ସମ୍ଭବ ହୋଇ ପାରିନଥିଲା । ଚୀନ, ତାଇପେ ବିରୋଧରେ ମ୍ୟାଚ୍‌ ଖେଳିବାକୁ ଭାରତ ୧୩ ଜଣ ଖେଳାଳି ଜୁଟାଇ ପାରିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.