ETV Bharat / sports

Hockey World Cup 2023: ଭାରତୀୟ ହକି ଟିମକୁ ଝଟକା, ବିଶ୍ବକପରୁ ବାଦ ପଡିଲେ ହାର୍ଦ୍ଦିକ - କ୍ରସ ଓଭର ମ୍ୟାଚ

ଆହତ କାରଣରୁ ବିଶ୍ବକପରୁ ବାଦ ପଡିଲେ ଭାରତୀୟ ଦଳର ମିଡ ଫିଲ୍ଡର ହାର୍ଦ୍ଦିକ ସିଂହ । ତାଙ୍କ ସ୍ଥାନରେ ଖେଳିବେ ରାଜ କୁମାର ପାଲ । ଅଧିକ ପଢନ୍ତୁ

Hardik Singh ruled out of Hockey World Cup

author img

By

Published : Jan 21, 2023, 11:33 AM IST

ଭୁବନେଶ୍ବର: କ୍ରସ ଓଭର ମ୍ୟାଚ ପୂର୍ବରୁ ଭାରତୀୟ ହକି ଟିମକୁ ଝଟକା । ବିଶ୍ବକପରେ ଭାରତୀୟ ଟିମରୁ ବାଦ ପଡିଲେ ମିଡ ଫିଲ୍ଡର ହାର୍ଦ୍ଦିକ ସିଂହ । ଆହତ କାରଣ ପାଇଁ ସେ ଖେଳରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଭାରତୀୟ ଦଳରେ ରାଜ କୁମାର ପାଲଙ୍କୁ ସ୍ଥାନ ଦିଆଯାଇଛି । ମାଂସପେଶୀରେ ଆଘାତ ଲାଗିଥିବା କାରଣରୁ ସେ ମ୍ୟାଚ ଖେଳିବେ ନାହିଁ । ଆଘାତ ଯୋଗୁଁ ଶେଷ ପୁଲ ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଥିଲେ ହାର୍ଦ୍ଦିକ ।

୧୫ ତାରିଖରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ହାର୍ଦ୍ଦିକ । ଯାହା ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ହୋଇଥିଲା । ହାର୍ଦ୍ଦିକଙ୍କ ସତ୍ତ୍ବେ ମଧ୍ୟ ଗତ ୧୯ ତାରିଖରେ ତୃତୀୟ ମ୍ୟାଚରେ ବିଜୟୀ ହୋଇଥିଲା ଭାରତ । କିନ୍ତୁ କ୍ବାଟର ଫାଇନାଲ ଯାଇପାରିନଥିଲା । ଫଳରେ ଆସନ୍ତାକାଲି ନ୍ୟୁଜଲାଣ୍ଡ ସହ କ୍ରସ ଓଭର ଖେଳିବ ଭାରତ । କିନ୍ତୁ ଦଳରେ ହାର୍ଦ୍ଦିକଙ୍କ ଅନୁପସ୍ଥିତ ପ୍ରଭାବ ପକାଇପାରେ । କାହିଁକି ନା ଦଳରେ ସେ ଜଣେ ନିର୍ଭଯୋଗ୍ୟ ମିଡ୍‌ ଫିଲ୍ଡର । ମିଡ୍‌ ଫିଲ୍ଡରେ ତାଙ୍କର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ରହିଥାଏ ।

ଇଂଲଣ୍ଡ ବିପକ୍ଷ ମ୍ୟାଚର ଚତୁର୍ଥ କ୍ବାର୍ଟରରେ ତାଙ୍କ ଗୋଡର ମାଂସପେଶୀ ଟାଣି ହୋଇଯାଇଥିଲା । ଏହାପରେ ପଡିଆରୁ ସେ ବିଦା ହୋଇଥିଲେ । ଏପର୍ଯ୍ୟନ୍ତ ଏହି ସମସ୍ୟାରୁ ସେ ସୁସ୍ଥ ହୋଇନଥିବା ଜଣାପଡିଛି । ତେବେ ଗଭୀର ଆଘାତ ଯୋଗୁଁ ସେ ବିଶ୍ବକପରେ ବଳକା ମ୍ୟାଚ ଖେଳିପାରିବେ ନାହିଁ । ସ୍ପେନ ଓ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ହାର୍ଦ୍ଦିକ ସିଂହଙ୍କ ପ୍ରଦର୍ଶନ ଭଲ ଥିଲା । ଏବେ ପୁରା ଟୁର୍ଣ୍ଣାମେଣ୍ଟକୁ ବାଦ ପଡିବା ପରେ ଭାରତ ପାଇଁ ଏହା ବଡ କ୍ଷତି ହୋଇପାରେ ବୋଲି କୁହାଯାଉଛି । ତେବେ ହାର୍ଦ୍ଦିକଙ୍କ ସ୍ଥାନରେ ରାଜ କୁମାର ପାଲ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଭାରତ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ ଡ୍ର ହୋଇଥିଲା । ତୃତୀୟ ମ୍ୟାଚରେ ୱେଲ୍ସକୁ ୪-୨ ଗୋଲରେ ପରାସ୍ତ କରି ବିଜୟୀ ହୋଇଥିଲା । କିନ୍ତୁ କ୍ବାଟର ଫାଇନାଲକୁ ପ୍ରବେଶ କରିପାରିନଥିଲା ଦଳ । ତେଣୁ ଭାରତକୁ କ୍ବାର୍ଟରରେ ପ୍ରବେଶ କରିବାକୁ ଆସନ୍ତାକାଲି ନ୍ୟୁଜିଲାଣ୍ଡ ସହି କ୍ରସଓଭର ମ୍ୟାଚ ଖେଳିବାକୁ ଯାଉଛି ଭାରତ । ଏହି ମ୍ୟାଚ ହିଁ ନିଷ୍ପତ୍ତି ନେବ ଭାରତ କ୍ବାଟରରେ ପ୍ରବେଶ କରିବ ନା ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.