ETV Bharat / sports

ସରକାରଙ୍କ ବଡ ଘୋଷଣା: ଭାରତ ଆସି ପାରିବେ ପାକିସ୍ତାନୀ ଆଥଲେଟ

ଭାରତ ଆସି ପାରିବେ ପାକିସ୍ତାନ ଆଥଲେଟ୍‌ । ମଙ୍ଗଳାବାର ଏନେଇ ଭାରତୀୟ ଅଲମ୍ପିକ୍‌ ସଂଘ (ଆଇଓଏ) ଇଣ୍ଟରନାଶନାଲ ଅଲମ୍ପିକ କମିଟି (ଆଇଓସି)କୁ ଲିଖିତ ପ୍ରତିଶୃତି ଦୋଇଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jun 19, 2019, 4:07 PM IST

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବଡ ଘୋଷଣା । ଏଥର ଭାରତକୁ ଆସି ପାରିବେ ପାକିସ୍ତାନ ଆଥଲେଟ୍‌ । ମଙ୍ଗଳାବାର ଏନେଇ ଭାରତୀୟ ଅଲମ୍ପିକ୍‌ ସଂଘ (ଆଇଓଏ) ଇଣ୍ଟରନାଶନାଲ ଅଲମ୍ପିକ କମିଟି(ଆଇଓସି)କୁ ପତ୍ର ଲେଖିବା ସହିତ ଲିଖିତ ପ୍ରତିଶୃତି ଦେଇଛି ।

ଭାରତରେ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଯେଉଁ ଆଥଲେଟ୍‌ମାନେ ଯୋଗ୍ୟତା ହାସଲ କରନ୍ତି, ସେମାନେ ନିର୍ଦ୍ବନ୍ଦ୍ବରେ ଭାରତ ଆସିପାରିବେ । ଏଥିସହିତ ପାକିସ୍ତାନୀ ଆଥଲେଟ୍‌ମାନେ ମଧ୍ୟ ଭାରତ ଆସି ପ୍ରତିଯୋଗିତାରେ ଭାଗ ନେଇପାରିବେ ବୋଲି ଚିଠିରେ ଲେଖା ହୋଇଛି । ତେବେ ଗତ ଫେବୃଆରିରେ ଭାରତରେ ଆୟୋଜିତ ହୋଇଥିବା ବିଶ୍ୱ ତୀରନ୍ଦାଜ୍‌ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପାକିସ୍ତାନ ଖେଳାଳିଙ୍କୁ ଭିସା ଦିଆଯାଇ ନଥିଲା ।

ଫଳରେ ଏନେଇ ଭାରତକୁ ଚେତାବନୀ ଦେଇଥିଲା ଆଇଓସି । ଯଦି ଏମିତି ହୁଏ ତେବେ ଭାରତରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନକୁ ରଦ୍ଦ କରାଯିବ ବୋଲି ଆଇଓସି କହିଥିଲା । ଯେଉଁ ପର୍ଯ୍ୟନ୍ତ ଭାରତ ସରକାର ଲିଖିତ ଭାବେ ଆମକୁ ଜଣାଇନାହାନ୍ତି । ସେ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତା ଭାରତରେ ଆୟୋଜନ ହେବ ନାହିଁ ବୋଲି ଆଇଓସି ପକ୍ଷରୁ କୁହାଯାଇଥିଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.