ପୋଟଚେଫଷ୍ଟ୍ରୋମ (ଦକ୍ଷିଣ ଆଫ୍ରିକା): ଭାରତୀୟ ଜୁନିୟର ମହିଳା ହକି ଟିମ ଦମଦାର ବିଜୟରୁ FIH ଜୁନିୟର ମହିଳା ହକି ବିଶ୍ବକପ ଅଭିଯାନ ଆରମ୍ଭ କରିଛି । ଟିମ ଇଣ୍ଡିଆ ଶନିବାର ପୁଲ୍ D'ର ପ୍ରଥମ ମ୍ୟାଚ୍ରେ ୱେଲ୍ସକୁ ୫-୧ରେ ହରାଇଛି । ଭାରତ ପକ୍ଷରୁ ଲାଲ୍ରେସିଆମି(4'), ଲାଲ୍ରିନ୍ଦିକି (୩୨', ୫୭'), ମୁମତାଜ ଖାନ(୪୧') ଓ ଦୀପିକା (୫୮') ଗୋଲ୍ ସ୍କୋର କରିଥିଲେ । ୱେଲ୍ସ ପକ୍ଷରୁ ଏକମାତ୍ର ଗୋଲ୍ ୨୬ତମ ମିନିଟ୍ରେ ମିଲିଏ ହୋଲମେ କରିଥିଲେ । ଭାରତର ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଟିମକୁ ଶୁଭେଚ୍ଛା ଜଣାଇବା ସହ ଟୁର୍ଣ୍ଣାମେଣ୍ଟର ଆଗାମୀ ମ୍ୟାଚ୍ ପାଇଁ ଶୁଭକାମନା ଜଣାଇଛନ୍ତି ।
-
Congratulate Junior Indian Women's Hockey Team on registering victory in its first match against #Wales in the FIH Hockey Women's Junior World Cup. May they continue to shine in the upcoming matches. #FIHWorldCup #OdishaForSports https://t.co/wjg8zsVDXd
— Naveen Patnaik (@Naveen_Odisha) April 2, 2022 " class="align-text-top noRightClick twitterSection" data="
">Congratulate Junior Indian Women's Hockey Team on registering victory in its first match against #Wales in the FIH Hockey Women's Junior World Cup. May they continue to shine in the upcoming matches. #FIHWorldCup #OdishaForSports https://t.co/wjg8zsVDXd
— Naveen Patnaik (@Naveen_Odisha) April 2, 2022Congratulate Junior Indian Women's Hockey Team on registering victory in its first match against #Wales in the FIH Hockey Women's Junior World Cup. May they continue to shine in the upcoming matches. #FIHWorldCup #OdishaForSports https://t.co/wjg8zsVDXd
— Naveen Patnaik (@Naveen_Odisha) April 2, 2022
ସାଲିମା ଟେଟେଙ୍କ ନେତୃତାଧୀନ ଭାରତୀୟ ଟିମ ମ୍ୟାଚ୍ର ପ୍ରଥମ କ୍ବାର୍ଟରରୁ ହିଁ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲା । ମ୍ୟାଚ୍ ଆରମ୍ଭର କିଛି ସେକେଣ୍ଡ ମଧ୍ୟରେ ପେନାଲିଟି କର୍ଣ୍ଣର ହାତେଇଥିଲା ଭାରତ ମାତ୍ର ୱେଲ୍ସ ଗୋଲକିପର ଫିଅନ ହୋରେଲ ଏହାକୁ ରୋକିବାରେ ସଫଳ ହୋଇଥିଲେ ।
-
📹 reaction from @TheHockeyIndia's Ishika Chaudhary after her team's 5-1 win over Wales in their tournament opener at the FIH Hockey Women's Junior World Cup 2021. #RisingStars #JWC2021 #HockeyEquals #HockeyInvites pic.twitter.com/tk5DrltwI1
— International Hockey Federation (@FIH_Hockey) April 2, 2022 " class="align-text-top noRightClick twitterSection" data="
">📹 reaction from @TheHockeyIndia's Ishika Chaudhary after her team's 5-1 win over Wales in their tournament opener at the FIH Hockey Women's Junior World Cup 2021. #RisingStars #JWC2021 #HockeyEquals #HockeyInvites pic.twitter.com/tk5DrltwI1
— International Hockey Federation (@FIH_Hockey) April 2, 2022📹 reaction from @TheHockeyIndia's Ishika Chaudhary after her team's 5-1 win over Wales in their tournament opener at the FIH Hockey Women's Junior World Cup 2021. #RisingStars #JWC2021 #HockeyEquals #HockeyInvites pic.twitter.com/tk5DrltwI1
— International Hockey Federation (@FIH_Hockey) April 2, 2022
ମାତ୍ର ଭାରତୀୟ ଖେଳାଳି ଭଲ ଆରମ୍ଭ ପାଇଁ ପ୍ରତିବଦ୍ଧ ଥିଲେ । ଚତୁର୍ଥ ମିନିଟ୍ରେ ଲାଲ୍ରେସିଆମି ଭାରତ ପକ୍ଷରୁ ପ୍ରଥମ ଗୋଲ୍ କରିଥିଲେ । ତେବେ ୱେଲ୍ସ ମଧ୍ୟ ପ୍ରଥମ କ୍ବାର୍ଟରରେ ଏକ ପେନାଲିଟି କର୍ଣ୍ଣର ସୁଯୋଗ ହାତେଇଥିଲା । ମାତ୍ର ଭାରତୀୟ ଗୋଲକିପର ବିଚୁଦେବୀ ଚମତ୍କାର ଭାବେ ୱେଲ୍ସ ଖେଳାଳିଙ୍କ ଗୋଲ୍ ପ୍ରୟାସକୁ ବିଫଳ କରିଥିଲେ । ଦ୍ବିତୀୟ କ୍ବାର୍ଟରରେ ୱେଲ୍ସ ଏକ ଗୋଲ୍ କରିବା ପରେ ସ୍କୋର ୧-୧ରେ ବରାବର ହୋଇଥିଲା । ତେବେ ନିୟମିତ ବ୍ୟବଧାନରେ ଭାରତ ଗୋଲ୍ କରିଥିଲା ଶେଷରେ ୫-୧ରେ ବିଜୟୀ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ