ETV Bharat / sports

ଏସିଆନ କ୍ରୀଡାରେ ଭାରତର ଐତିହାସିକ ପ୍ରଦର୍ଶନ, ଅଲମ୍ପିକରେ କେବେ ?

ସାଉଥ ଏସିଆନ ଦେଶର ଅଲମ୍ପିକ କୁହାଯାଉଥିବା 13ତମ ସାଉଥ ଏସିଆନ ଗେମ୍ସ 2019ରେ କ୍ରମାଗତ 2ୟ ଥର ପାଇଁ 300ରୁ ଅଧିକ ପଦକ ଜିତି ଇତିହାସ ରଚିଛି ଭାରତ । ତେବେ ଅଲମ୍ପିକ ଇଭେଣ୍ଟରେ ଭାରତର ପ୍ରଦର୍ଶନ ଏବେବି ଚିନ୍ତାଜନକ ରହିଛି । ଅଧିକ ପଢନ୍ତୁ...

ଭାରତର ଐତିହାସିକ ପ୍ରଦର୍ଶନ
ଭାରତର ଐତିହାସିକ ପ୍ରଦର୍ଶନ
author img

By

Published : Dec 12, 2019, 8:29 PM IST

ନୂଆଦିଲ୍ଲୀ: ନେପାଳରେ ଖେଳାଯାଇଥିବା 13ତମ ସାଉଥ ଏସିଆନ ଗେମ୍ସ 2019 ଶେଷ ହୋଇଛି । ସାଉଥ ଏସିଆନ ଦେଶର ଅଲମ୍ପିକ କୁହାଯାଉଥିବା ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଐତିହାସିକ ପ୍ରଦର୍ଶନ କରିଛି ଭାରତ । ଗତ 12ଟି ସଂସ୍କରଣରେ ଭାରତ ହାସଲ କରିଥିବା ମେଡାଲ ସଂଖ୍ୟାକୁ ଏଥର ଟପିଯାଇଛି ।

India won record highest medal
ସାଉଥ ଏସିଆନ ଗେମ 2019ରେ ଭାରତର ପଦକ ସଂଖ୍ୟ

ଏହି ଟୁର୍ଣ୍ଣାମେଣ୍ଟରେ 7ଟି ଦେଶର ମୋଟ 2700 ଆଥଲେଟ ଭାଗନେଇଥିଲେ । ମୋଟ 1063ଟି ପଦକ ବିଜୟ ମଧ୍ୟରୁ 316ଟି ରହିଛି ସ୍ବର୍ଣ୍ଣ ପଦକ । ଭାରତ ସର୍ବାଧିକ ପଦକ ଜିତିବା ସହ ସବୁ ପଦକ ତାଲିକାରେ ମଧ୍ୟ ଶୀର୍ଷରେ ରହିଛି ।

India won record highest medal
ସାଉଥ ଏସିଆନ ଗେମରେ ଭାରତର ପ୍ରଦର୍ଶନ

174ଟି ସ୍ବର୍ଣ୍ଣ, 93 ଟି ରୌପ୍ୟ ଓ 45 ଟି ବ୍ରୋଞ୍ଜ ପଦକ ସହ ମୋଟ 312 ପଦକ ହାସଲ କରି ରେକର୍ଡ କରିଛି ଭାରତ । ମୋଟ ପଦକ ସଂଖ୍ୟାରେ 251 ପଦକ(40 ସ୍ବର୍ଣ୍ଣ, 83 ରୌପ୍ୟ,128 ବ୍ରୋଞ୍ଜ) ସହ ଶୀଲଙ୍କା ଭାରତ ପଛକୁ 2ୟ ସ୍ଥାନରେ ରହିଛି । ତେବେ ସ୍ବର୍ଣ୍ଣ ପଦକ ସଂଖ୍ୟାରେ 51 ପଦକ ସହ ନେପାଳ 2ୟ ସ୍ଥାନରେ ରହିଛି । ପାକିସ୍ତାନ ମୋଟ 131ପଦକ (31 ସ୍ବର୍ଣ୍ଣ, 41 ରୌପ୍ୟ, 59 ବ୍ରୋଞ୍ଜ) ସହ ତାଲିକାର 4ର୍ଥରେ ରହିଛି । ବାଂଲାଦେଶ 138 ପଦକ ସହ 5ମ ସ୍ଥାନରେ ରହିଛି । ଶେଷ 2ଟି ସ୍ଥାନରେ ମାଳଦୀପ 5ଟି ପଦକ(1ସ୍ବର୍ଣ୍ଣ, 4ବ୍ରୋଞ୍ଜ) ଓ ଭୁଟାନ 20 ପଦକ (7 ରୌପ୍ୟ,13 ବ୍ରୋଞ୍ଜ) ରହିଛନ୍ତି ।

ଟୁର୍ଣ୍ଣାମେଣ୍ଟରେ ପ୍ରାୟ ସମସ୍ତ ଇଭେଣ୍ଟରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ସୁଇମିଂ, କୁସ୍ତି, ଭାର-ଉତ୍ତୋଳନ, ଉସୁ, ମୁଷ୍ଟିଯୁଦ୍ଧ ଇଭେଣ୍ଟରେ ଭାରତ ସର୍ବାଧିକ ପଦକ ହାତେଇଛି । ତୀରନ୍ଦାଜରେ ବାଂଲାଦେଶ, ଜାଭେଲିନ-ଥ୍ରୋ ରେ ପାକିସ୍ତାନ ଓ ଦୌଡ ଇଭେଣ୍ଟରେ ଶ୍ରୀଲଙ୍କା ଆଥଲେଟ ଭଲ ପ୍ରଦର୍ଶନ କରିଛନ୍ତି । 1984ରୁ ଆରମ୍ଭ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଲଗାତାର 35 ବର୍ଷ ଧରି ପଦକ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛି । ପ୍ରଥମ ଥର ପାଇଁ ଭାରତ, ସାଉଥ ଏସିଆନ ଗେମ୍ସ 1987ରେ କୋଲକାତାରେ ଆୟୋଜନ କରିଥିଲା । 2ୟ ଥର ପାଇଁ ଭାରତର ଚେନ୍ନାଇ ସହରରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଇଥିଲା । ଭାରତର ପଦକ ସଂଖ୍ୟା 185 (106 ସ୍ବର୍ଣ୍ଣ,60 ରୌପ୍ୟ,19 ବ୍ରୋଞ୍ଜ) ରହିଥିଲା । ତେବେ ଶେଷ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟର 12ତମ ସଂସ୍କରଣ 2016ରେ ଗୌହାଟୀରେ ହୋଇଥିଲା । ଏଥିରେ ଭାରତର ପଦକ ସଂଖ୍ୟା 300 ପାର କରିଥିଲା ।

ତେବେ ଏସିଆନ ଗେମ୍ସରେ ଭାରତର ପ୍ରଦର୍ଶନ ଆଶାନୁରୂପ ହୋଇନାହିଁ । 40ରୁ ଅଧିକ ଦେଶ ଅଂଶଗ୍ରହଣ କରୁଥିବା ଏସିଆନ ଗେମ ଓ ପ୍ରାୟ 70ଦେଶ ଅଂଶଗ୍ରହଣ କରୁଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦର୍ଶନ ଭଲ ରହିନାହିଁ । ଗତବର୍ଷ ଖେଳାଯାଥିବା ଜାକର୍ତ୍ତା ଏସିଆନ ଗେମରେ ଭାରତ 8ମ ସ୍ଥାନରେ ସନ୍ତୁଷ୍ଟ ରହିଥିଲା । ରାଜ୍ୟ ଗୋଷ୍ଠୀ ଦେଶମାନଙ୍କ ମଧ୍ୟରେ ଏକ ବଡ ଦେଶ ଭାରତ । ମାତ୍ର ଅଷ୍ଟ୍ରେଲିଆ, ଇଂଲଣ୍ଡ, ସ୍କଟଲାଣ୍ଡ ଓ କାନାଡା ଭଳି ଜନସଂଖ୍ୟାରେ ଛୋଟଦେଶ ମାନଙ୍କ ତୁଳନାରେ ଭାରତର ପ୍ରଦର୍ଶନ ଅନ୍ତଜାର୍ତୀୟ ଟୁର୍ଣ୍ଣାମେଣ୍ଟରେ ଏବେବି ଚିନ୍ତାଜନକ ।

ଭାରତ ଏକ ବିଶାଳ ଦେଶ । ବିଶ୍ବ ସ୍ତରରେ କ୍ରୀଡାରେ ଉଲ୍ଲେଖନୀୟ ସଫଳ ପ୍ରଦର୍ଶନ ଏହାର ସମ୍ମାନକୁ ରକ୍ଷାକରିପାରିବ । ବିଶ୍ବ ମାନଚିତ୍ରରେ ଛୁଞ୍ଚିମୁନର ସ୍ଥାନ ଭଳି ଆକାରରେ ସାମାନ୍ୟତମ ଦେଶ ସୁରିନାମ, ବରୁନ୍ଦି ଭଳି ଦେଶ ନିଜର ପ୍ରଦର୍ଶନରେ ସୁଧାର ଆଣିଛନ୍ତି । ମାତ୍ର ଆମ ଦେଶର ପ୍ରଦର୍ଶନ ଲଗାତାର ଖରାପ ହେଉଛି । 1996 ଆଟଲଣ୍ଟା ଅଲମ୍ପିକରେ ଭାରତର ପ୍ରାୟ 50 ଜଣ ଆଥଲେଟ ଅଂଶଗ୍ରହଣ କରିଥିଲେ । ମାତ୍ର ଲିଆଣ୍ଡର ପେସ ଏକମାତ୍ର ଖେଳାଳି ଭାବେ ବ୍ରୋଞ୍ଜ ପଦକ ଜିତି ସମ୍ନାନ ରକ୍ଷା କରିଥିଲେ । ଏହାର 2 ଦଶନ୍ଧି ପରେ ଭାରତ ଲଣ୍ଡନ ଅଲମ୍ପିକ ପାଇଁ ପ୍ରାୟ 117 ଜଣ ଆଥଲେଟ ଯାତ୍ରା କରିଥିଲେ । ମାତ୍ର ଗୋଟିଏ ବ୍ରୋଞ୍ଜ ଓ ଗୋଟିଏ ରୌପ୍ୟ ପଦକରେ ଭାରତକୁ ସନ୍ତୁଷ୍ଟ ହେବାକୁ ପଡିଥିଲା ।

31ଟି ଅଲମ୍ପିକରେ ଭାରତ ଏଯାବତ 26ଟି ପଦକ ଜିତିପାରିଛି । ଅନ୍ୟପଟେ ଭାରତର ଜନସଂଖ୍ୟାର ଚାରିଭାଗରୁ ଏକଭାଗ ଜନସଂଖ୍ୟାର ଦେଶ ଆମେରିକା 2,400ରୁ ଅଧିକ ପଦକ ହାସଲ କରିସାରିଛି ।
ତେବେ ବର୍ତ୍ତମାନର ସ୍ଥିତିରେ ଭାରତୀୟ ଅଲମ୍ପିକ ଆସୋସିଏସନ(IOA) ଓ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI) ଆଗାମୀ 2020 ଟୋକିଓ ଅଲମ୍ପିକସରେ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଅଛନ୍ତି । ଅତିକମରେ 15ରୁ 20 ପଦକ ଭାରତ ଭାଗରେ ଆସିବା ନେଇ ଦୃଢୋକ୍ତି କରିଛନ୍ତି । ରୁଷିଆକୁ (ୱାର୍ଲଡ ଆଣ୍ଟି ଡୋପିଂ ଏଜେନ୍ସି-WADA) ପକ୍ଷରୁ ବାସନ୍ଦାଦେଶ ମିଳିଥିବାରୁ ପ୍ରତିଯୋଗୀତା ସାମାନ୍ୟ କମ ହେବାର ଆଶା କରାଯାଉଛି ।

2024 ପ୍ୟାରିସ ଅଲମ୍ପିକରେ ଭାରତର ପଦକ ସଂଖ୍ୟା 2 ଅଙ୍କରୁ ଅଧିକ ହେବ । 2028 ଲସ ଆଞ୍ଜଲେସ ଅଲମ୍ପିକରେ ଭାରତ, ପଦକ ତାଲିକାର ଶ୍ରେଷ୍ଠ 10 ଦେଶ ମଧ୍ୟରେ ରହିବ । ଏଭଳି ଆଶ୍ବାସନା ଦେଶବାସୀଙ୍କୁ ଭାରତ ସରକାରଙ୍କର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି । ତେବେ କାଗଜରେ ଲେଖା ସମସ୍ତ ଯୋଜନା ବାସ୍ତବରେ ରୂପାନ୍ତରିତ ସେବେ ସମ୍ଭବ, ଯେବେ ଲକ୍ଷ୍ୟ ହାସଲ ନେଇ ଉପଯୁକ୍ତ ପଦକ୍ଷେପ ଅନୁଯାୟୀ କାର୍ଯ୍ୟରେ ପରିଣତ ହେବ । ଭାରତରେ ଦକ୍ଷ ପ୍ରତିଭାଙ୍କ ଅଭାବ ନାହିଁ । ପ୍ରତିଭାଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ସହ ଅନ୍ତଜାର୍ତୀୟ ସ୍ତରୀୟ ପ୍ରତିଯୋଗୀତାରେ ବିଜେତା ହେବାର ଉପଯୋଗୀ ଯୋଗାଇପାରିଲେ ଏହା ସମ୍ଭବ ହେଇପାରିବ । ହୀରାକୁ ଚିହ୍ନିବା, ପରକ୍ଷିବା ଓ ତାକୁ ଉପଯୁକ୍ତ ବ୍ୟବହାର ପାଇଁ ସକ୍ଷମ କରିବା କାର୍ଯ୍ୟ ତ୍ବରାନିତ ହେବାର ଆବଶ୍ୟକତା ରହିଛି । ଏହା ଏକ ନିରନ୍ତର ପ୍ରକିୟା । ମାତ୍ର ଏଥିରେ ସାମାନ୍ୟତମ କମ ପରିଲକ୍ଷିତ ହେଲେ ପ୍ରଦର୍ଶନ ପ୍ରଭାବିତ ହେବା ସ୍ବଭାବିକ ।

ଭାରତ ଭଳି ଦେଶରେ, ସମସ୍ତ ବିଦ୍ୟାଳୟରେ ଶାରୀରିକ ପ୍ରଶିକ୍ଷଣ ଶିକ୍ଷକ ନିଯୁକ୍ତ ସମ୍ଭବ ହୋଇପାରିନାହିଁ । ଦେଶର ଅଧିକାଂଶ ବିଦ୍ୟାଳୟରେ ଖେଳପଡିଆ ମଧ୍ୟ ଉପଲବ୍ଧ ନାହିଁ । ଖେଳକୁଦ ଯେ ଭବିଷ୍ୟତରେ କ୍ୟାରିୟର ହୋଇପାରିବ ଏ ବିଶ୍ବାସ ମଧ୍ୟ ସମସ୍ତଙ୍କ ଭିତରେ ଆସିପାରିନାହିଁ । ସମୟ ପୂର୍ବରୁ ବିଦ୍ୟାଳୟରୁ ଲୁକାୟିତ ଅନନ୍ୟ ପ୍ରତିଭାର ଅନ୍ବେଷଣ କରାଯାଇ ଉପଯୁକ୍ତ ତାଲିମ ଦ୍ବାରା ଦକ୍ଷ କ୍ରୀଡାବିତ ପ୍ରସ୍ତୁତ କରିବାକୁ ହେବ । ଏହା ସମ୍ଭବ ହେଲେ ଅଲମ୍ପିକ ଭଳି ଅନ୍ତଜାର୍ତୀୟ ଟୁର୍ଣ୍ଣାମେଣ୍ଟରେ ଭାରତର ତ୍ରୀରଙ୍ଗା ସବୁଠୁ ଉପରେ ରହିବ । ବିଶ୍ବ ଦରବାରରେ ଭାରତ କ୍ରୀଡାକ୍ଷେତ୍ରରେ ଗର୍ବିତ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.