ETV Bharat / sports

Asian Para Games: ପୁରୁଷ ସଟଫୁଟରେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ଜିତିଲେ ଭାରତୀୟ କ୍ରୀଡାବିତ

ପାରା ଏସୀୟ କ୍ରୀଡାର ପୁରୁଷ ସଟଫୁଟ F 46 ଇଭେଣ୍ଟରେ ଭାରତକୁ 2ଟି ପଦକ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 26, 2023, 10:09 AM IST

Asian Para Games
Asian Para Games

ହାଙ୍ଗଝୌ: ପାରା ଏସୀୟ କ୍ରୀଡାର ଚତୁର୍ଥ ସଂସ୍କରଣରେ ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି । ଚତୁର୍ଥ ଦିନରେ ଭାରତର ପଦକ ବର୍ଷା । ପୁରୁଷ ସଟଫୁଟରେ ଭାରତକୁ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ମିଳିଛି । ପୁରୁଷ ସଟଫୁଟ F 46 ଇଭେଣ୍ଟରେ ଭାରତୀୟ ଖେଳାଳି ସଚିନ ଖିଲାରି ସ୍ବର୍ଣ୍ଣ ଜିତିଥିବା ବେଳେ ରୋହିତ କୁମାର ବ୍ରୋଞ୍ଚ ମେଡାଲ ହାସଲ କରିଛନ୍ତି । ଏହି ଇଭେଣ୍ଟରେ ଭାରତ ଦୁଇଟି ପଦକ ନିଜ ନାମରେ କରିଛି । ସଚିନ ଖିଲାରି ସଟଫୁଟକୁ 16.03 ମିଟର ଥ୍ରୋ କରି ପ୍ରଥମ ସ୍ଥାନରେ ରହିଛନ୍ତି ଓ ରୋହିତ ସଟଫୁଟକୁ 14.56 ମିଟର ଥ୍ରୋ କରି ତୃତୀୟ ସ୍ଥାନରେ ରହିଛନ୍ତି । ଏହି ସଫଳତା ପରେ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଏହା ମଧ୍ୟ ପଢନ୍ତୁ-Asian Para Games: ତୃତୀୟ ଦିନରେ 6 ସ୍ବର୍ଣ୍ଣ ସହ 30 ମେଡାଲ ଜିତିଲା ଭାରତ, 64 ଛୁଇଁଲା ପଦକ ସଂଖ୍ୟା

ସେହିପରି ପୁରୁଷ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି । ପୁରୁଷ ବ୍ୟାଡମିଣ୍ଟନ ସିଙ୍ଗଲ୍ସ SL-4 ଇଭେଣ୍ଟରେ ସୁକାନ୍ତ କଡାମଙ୍କୁ ବ୍ରୋଞ୍ଜ ମିଳିଛି । ପୁରୁଷ 100 ମିଟର ଟି -37ରେ ଭାରତକୁ ବ୍ରୋଞ୍ଜ ମିଳିଛି । ଶ୍ରେୟାଂଶ ତ୍ରୀବେଦୀ 100 ମିଟର ଦୌଡକୁ ସେ 12.24 ସେକେଣ୍ଡରେ ଶେଷ କରିଥିଲେ । ସେହିପରି ପୁରୁଷ 100 ମିଟର ଟି -35 ଇଭେଣ୍ଟରେ ନାରାୟଣ ଠାକୁର ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି । 100 ମିଟର ଦୌଡକୁ ସେ 14.37 ସେକେଣ୍ଡରେ ଶେଷ କରିଥିଲେ । ପାରା ଏସୀୟ କ୍ରୀଡାରେ ଏହା ତାଙ୍କର ଦ୍ବିତୀୟ ପଦକ । ତିରନ୍ଦାଜାରେ ମଧ୍ୟ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି । ତୀରନ୍ଦାଜୀ ଆଦିଲ ମହମ୍ମଦ ନାଜିର ଅନସାରୀ ଏବଂ ନବୀନ ଡାଲାଲ କ୍ଲିଞ୍ଚ ତୀରନ୍ଦାଜ ପୁରୁଷ ଡବଲ୍ସ - W1 ଓପନ୍ ଇଭେଣ୍ଟରେ ଏହି ସଫଳତା ପାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Asian Para Games: ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଲେ ପ୍ରମୋଦ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ତୃତୀୟ ଦିବସ ସୁଦ୍ଧା ଭାରତର ପଦକ ସଂଖ୍ୟା 64ରେ ପହଞ୍ଚିଥିଲା । କିନ୍ତୁ ଆଜି ଏହି ସଂଖ୍ୟା ବୃଦ୍ଧି ହୋଇଛି । ଭାରତର ପଦକ ସଂଖ୍ୟା ବର୍ତ୍ତମାନ 70ରେ ପହଞ୍ଚିଛି । ସେଥି ମଧ୍ୟରୁ 16ଟି ସ୍ବର୍ଣ୍ଣ, 20ଟି ରୌପ୍ୟ ଓ 34ଟି ବ୍ରୋଞ୍ଜ ପଦକ ରହିଛି । ଭାରତୀୟ କ୍ରୀଡାବିତଙ୍କ ପ୍ରଦର୍ଶନକୁ ଦେଖିଲେ ଆଗକୁ ଆହୁରି ପଦକ ସଂଖ୍ୟା ବଢିବା ଆଶା କରାଯାଉଛି । ପାଖା ପାଖି ପଦକ ସଂଖ୍ୟା 100 ପାର କରିବ ବୋଲି ସମସ୍ତଙ୍କ ଆଶା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.