ETV Bharat / sports

ଟୋକିଓ ଅଲମ୍ପିକ୍ସକୁ 190ଜଣିଆ ଶକ୍ତିଶାଳୀ ଟିମ ପଠାଇବ ଭାରତ

author img

By

Published : Jun 3, 2021, 10:10 PM IST

ଟୋକିଓ ଅଲମ୍ପିକ୍ସକୁ 190ଜଣିଆ ଶକ୍ତିଶାଳୀ ଟିମ ପଠାଇବ ଭାରତ । ଏହା କହିଛନ୍ତି, ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ନରିନ୍ଦର ବାତ୍ରା । ଅଧିକ ପଢନ୍ତୁ...

India likely to send 190-strong contingent to Olympics: Narinder Batra
ଟୋକିଓ ଅଲମ୍ପିକ୍ସକୁ 190ଜଣିଆ ଶକ୍ତିଶାଳୀ ଟିମ ପଠାଇବ ଭାରତ

ନୂଆଦିଲ୍ଲୀ: କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଓ ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ନରିନ୍ଦର ବାତ୍ରାଙ୍କ ଉପସ୍ଥିତିରେ ଗୁରୁବାର ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଦେଶର କ୍ରୀଡାବିତଙ୍କ ଅଫିସିଆଲ କିଟ୍‌ ଉନ୍ମୋଚନ କରିଛନ୍ତି ।

ତେବେ ଆଗାମୀ ଟୋକିଓ ଅଲମ୍ପିକ ପାଇଁ 100ରୁ ଅଧିକ ଆଥଲେଟଙ୍କ ସମେତ ପ୍ରାୟ 190ସଦସ୍ୟ ବିଶିଷ୍ଟ ଶକ୍ତିଶାଳୀ ସ୍କ୍ବାଡ ପ୍ରସ୍ତୁତ ହେଉଥିବା କହିଛନ୍ତି ଆଇଓଏ ସଭାପତି ନରିନ୍ଦର ବାତ୍ରା ।

ଏଯାବତ ଟୋକିଓ ଅଲମ୍ପିକ୍ସ ପାଇଁ 100 ଆଥଲେଟ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ସେଥିମଧ୍ୟରେ 56ପୁରୁଷ ଓ 44ଜଣ ମହିଳା ଆଥଲେଟ ରହିଛନ୍ତି । ଆସନ୍ତା ଦୁଇରୁ ତିନି ସପ୍ତାହ ମଧ୍ୟରେ ଭାରତୀୟ ଅଲମ୍ପିକ ଆସୋସିଏସନ ଅଧିକ 25ରୁ 35 ଆଥଲେଟ ଯୋଗ୍ୟତା ଅର୍ଜନ କରିବେ ବୋଲି ଆଶାବାଦୀ ରହିଛି । ଜୁଲାଇ 23ରେ ଟୋକିଓ ଅଲମ୍ପିକ ଆରମ୍ଭ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.