ETV Bharat / sports

ପୁଣି ହରମନପ୍ରିତ ସିଂହଙ୍କୁ FIH ପ୍ଲେୟର ଅଫ ଦି ଇୟର ପୁରସ୍କାର

author img

By

Published : Oct 7, 2022, 9:51 PM IST

ଭାରତୀୟ ହକି ଦଳର ଉପଅଧିନାୟକ ହରମନପ୍ରିତ ସିଂହଙ୍କୁ FIH ପ୍ଲେୟର ଅଫ ଦି ଇୟର ଚୟନ କରାଯାଇଛି । ଅଧିକ ପଢନ୍ତୁ

ପୁଣି ହରମନପ୍ରିତ ସିଂହଙ୍କୁ FIH ପ୍ଲେୟର ଅଫ ଦି ଇୟର ପୁରସ୍କାର
ପୁଣି ହରମନପ୍ରିତ ସିଂହଙ୍କୁ FIH ପ୍ଲେୟର ଅଫ ଦି ଇୟର ପୁରସ୍କାର

ହାଇଦ୍ରାବାଦ: ଭାରତୀୟ ହକି ଦଳର ଡିଫେଣ୍ଡର ତଥା ଉପଅଧିନାୟକ ହରମନପ୍ରିତ ସିଂହଙ୍କୁ (Harmanpreet Singh) ଲଗାତାର ଦ୍ବିତୀୟ ବର୍ଷ ପାଇଁ FIH ପ୍ଲେୟର ଅଫ ଦି ଇୟର ଭାବେ ଚୟନ କରାଯାଇଛି । ବିଗତ ବର୍ଷରେ ତାଙ୍କ ଚମତ୍କାର ଡିଫେଣ୍ଡିଂ କ୍ଷମତା ପାଇଁ FIH ଏହି ପୁରସ୍କାର ପ୍ରଦାନ କରିଛି । ଏହି ପୁରସ୍କାର ପାଇଁ ଚୟନ କରାଯାଇଥିବା ଲିସ୍ଟରେ ହରମନପ୍ରିତ ୨୯.୪ ପଏଣ୍ଟ ସହିତ ଶୀର୍ଷରେ ରହିଛନ୍ତି । ପୂର୍ବ ଅପେକ୍ଷା ସେ ଏବେ ଉତ୍ତମ ପ୍ରଦର୍ଶନ ଜାରି ରଖିଛନ୍ତି । ଏ ବାବଦରେ FIH କହିଛି ଯେ, ହରମନପ୍ରୀତ ଆଧୁନିକ ଯୁଗର ଜଣେ ହକି ସୁପରଷ୍ଟାର ଅଟନ୍ତି । ସେ ଜଣେ ଜବରଦସ୍ତ ଡେଫେଣ୍ଡର । ପ୍ରତିଦ୍ବନ୍ଦୀଙ୍କୁ ମାତ୍‌ ଦେବା ପାଇଁ ଠିକ ଜାଗାରେ ଠିକ ସମୟରେ ପହଞ୍ଚିବାରେ ତାଙ୍କ ପାଖରେ ଉପଯୁକ୍ତ କ୍ଷମତା ରହିଛି ।

ପ୍ରୋ ଲିଗ୍‌ ମ୍ୟାଚରେ ହରମନପ୍ରୀତଙ୍କ ରେକର୍ଡ

ବର୍ତ୍ତମାନ ଭାରତୀୟ ହକି ଦଳର ଉପଅଧିନାୟକ ଦାୟିତ୍ବରେ ରହିଛନ୍ତି ହରମନପ୍ରୀତ ସିଂହ । ସେ ଭାରତର ପ୍ରତିନିଧିତ୍ବ କରି 155ଟି ମ୍ୟାଚ୍‌ ଖେଳି ସାରିଛନ୍ତି । ପ୍ରୋ ଲିଗ ମ୍ୟାଚରେ ସେ ଜବରଦସ୍ତ ଡିଫେଣ୍ଡିଂ କୌଶଳ ପ୍ରଦର୍ଶନ କରି ରେକର୍ଡ କରିଥିଲେ ।

ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ହାସଲ କରିବାରେ ହରମନପ୍ରିତଙ୍କ ବିଶେଷ ଭୂମିକା

ହରମନପ୍ରିତ ସିଂହ ଏସିଆ ଚମ୍ପିଆନସିପ ଟ୍ରଫି ୨୦୨୧ରେ ଦମଦାର ପ୍ରଦର୍ଶନ କରିଥିଲେ । ଏହା ସହିତ ହରମନପ୍ରୀତଙ୍କ ଦମଦାର ପ୍ରଦର୍ଶନ ବଳରେ ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ରୌପ୍ୟ ପଦକ ହାସଲ କରିବାରେ ସଫଳ ରହିଥିଲା ।

ବିଶେଷ କ୍ଲବରେ ସାମିଲ ହେଲେ ହରମନପ୍ରିତ

ଉପଅଧିନାୟକ ହରମନପ୍ରିତ ସିଂହ ଲଗାତାର ଦୁଇ ବର୍ଷ ଧରି FIH ପ୍ଲେୟର ଅଫ ଦି ଇୟର ପୁରସ୍କାର ଜିତିବାରେ ଚତୁର୍ଥ ହକି ଖେଳାଳି ହୋଇପାରିଛନ୍ତି । ତାଙ୍କର ଏହି ସଫଳତା ପରେ ସେ ଏକ ବିଶେଷ କ୍ଲବରେ ସାମିଲ ହୋଇଛନ୍ତି । ଏହି କ୍ଲବରେ ଆଗରୁ ସାମିଲ ହୋଇଥିଲେ ନେଦରଲାଣ୍ଡସର ଟ୍ୟୁନ ଡି ନୁଜର, ଅଷ୍ଟ୍ରେଲିଆର ଜମି ଡ୍ୟାୟର ଏବଂ ବେଲଜିୟମର ଆର୍ଥର ବୈନ ଡାରେନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.