ହାଇଦ୍ରାବାଦ: ଦୂତିଙ୍କ ସପକ୍ଷରେ ବାହାରିଲେ ଜଣାଶୁଣା ହଲିଉଡ ଟିଭି ହୋଷ୍ଟ୍ ଏଲେନ ଡିଜେନେରେସ । ଦୂତିଙ୍କୁ ନେଇ ସେ ଗର୍ବିତ ବୋଲି ଟ୍ବିଟ କରି କହିଛନ୍ତି । ଭାରତର ପ୍ରଥମ ଆଥ୍ଲେଟ ଭାବେ ସେ ନିଜକୁ ସମଲିଙ୍ଗୀ ବୋଲି ସ୍ବୀକାର କରିବା ପରେ ମୋର ଟ୍ରାକ୍ ଚମ୍ପିଆନଙ୍କ ପ୍ରତି ସମ୍ମାନ ବଢ଼ିଛି ବୋଲି ଡିଜେନେରେସ କହିଛନ୍ତି ।
ଡିଜେନେରେସ ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି, " ଦୂତି 100 ମିଟର ଦୌଡରେ ରେକର୍ଡ କରିଛନ୍ତି ଏବଂ ସେ ପ୍ରଥମ କ୍ରୀଡାବିତ ଭାବେ ନିଜକୁ ସମଲିଙ୍ଗୀ ବୋଲି ଘୋଷଣା କରିଛନ୍ତି । ତେବେ ତାଙ୍କର ଏହି ସାହାସିକତା ପୂର୍ଣ୍ଣ କାମରେ ମୁଁ ତାଙ୍କ ପାଇଁ ଗର୍ବ ଅନୁଭବ କରୁଛି ।"
ଉଲ୍ଲେଖଥାଉ କି, କିଛି ଦିନ ତଳେ ଜେନେରେସ୍ ନିଜକୁ ଜଣେ ସମଲିଙ୍ଗୀ ବୋଲି ଘୋଷଣା କରି ସମସ୍ତଙ୍କ ନଜରକୁ ଆସିଥିଲେ । ଡିଜେନେରେସ ଏବେ ତାଙ୍କ ସେଲିବ୍ରିଟି କମେଡି ସୋ 'ଦି ଏଲେନ ସୋ'ର 16ତମ ସଂସ୍କରଣର ଉପସ୍ଥାପନା କରୁଛନ୍ତି ।