ETV Bharat / sports

କୋଭିଡ ଆକ୍ରାନ୍ତ ହେବା ପରେ କ'ଣ ଥିଲା ମିଲଖାଙ୍କ ପ୍ରଥମ ପ୍ରତିକ୍ରିୟା ? ଜାଣନ୍ତୁ..

author img

By

Published : Jun 19, 2021, 8:20 PM IST

କୋଭିଡ ଆକ୍ରାନ୍ତ ହେବାପରେ 3-4 ଦିନରେ ଠିକ୍‌ ହେଇଯିବେ କହିଥିଲେ ମିଲଖା ସିଂହ । ଅଧିକ ପଢନ୍ତୁ...

I'll be alright in 3-4 days: Milkha's first response after contracting COVID
କୋଭିଡ ଆକ୍ରାନ୍ତ ହେବାପରେ କ'ଣ ଥିଲା ମିଲଖାଙ୍କ ପ୍ରଥମ ପ୍ରତିକ୍ରିୟା ? ଜାଣନ୍ତୁ..

ନୂଆଦିଲ୍ଲୀ: କିମ୍ବଦନ୍ତୀ ଧାବକ ମିଲଖା ସିଂହ ନିଜ ଜୀବନରେ ସାମ୍ନା କରିଥିବା ଅନେକ ଉତ୍ଥାନ, ପତ୍ତନ, ବିଜୟ ପରାଜୟ ସମୟରେ ଦୃଢ ଆତ୍ମବିଶ୍ବାସର ନିଦର୍ଶନ କୋଭିଡ-19 ପଜିଟିଭ ଚିହ୍ନଟ ହେବାପରେ ମଧ୍ୟ ଦେଖାଇଥିଲେ । ମେ 19 ତାରିଖରେ ମିଲଖା କହିଥିଲେ, "ୟେସ୍‌ ବଚା, ମୁଁ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛି । ମାତ୍ର ମୁଁ ଠିକ୍‌ ଅଛି, ମାର କିଛି ଅସୁବିଧା ନାହିଁ, ଜ୍ବର ନାହିଁ, କାଶ ନାହିଁ । ଏହା ଚାଲିଯିବ । ମୋର ଡାକ୍ତର ମୋତେ କହିଛନ୍ତି ଦୁଇ ଦିନ ମଧ୍ୟରେ ମୁଁ ସଂପୂର୍ଣ୍ଣ ଠିକ୍‌ ହୋଇଯିବି ।"

ଶୁକ୍ରବାର ବିଳମ୍ବିତ ରାତିରେ ଚଣ୍ଡିଗଡର PGIMER ହସ୍ପିଟାଲରେ 91 ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ମେ 23ରେ ପ୍ରଥମେ ତାଙ୍କୁ ମୋହାଲିର ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତାଙ୍କର ପତ୍ନୀ ତଥା ପୂର୍ବତନ ଭାରତୀୟ ଭଲିବଲ କ୍ୟାପଟେନ ନିର୍ମଳ କୌର ମଧ୍ୟ 6ଦିନ ପୂର୍ବେ ଗତ ରବିବାର କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ ।

ମିଲଖା ହସ୍ପିଟାଲରୁ ଡିସଚାର୍ଜ ହେବା ପୂର୍ବରୁ ପରିବାରର ଅନୁରୋଧ କ୍ରମେ ଉଭୟ ପତିପତ୍ନୀ ଗୋଟିଏ ରୁମ ସେୟାର କରିଥିଲେ ।

କିମ୍ବଦନ୍ତୀ ଆଥଲେଟ ମିଲଖା 4ଥର ଏସୀୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ବିଜେତା ଓ 1958 ରାଜ୍ୟଗୋଷ୍ଠୀ କ୍ରୀଡାର ଚମ୍ପିଆନ ରହିଛନ୍ତି । ମାତ୍ର ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ 1960 ରୋମ ଅଲମ୍ପିକ୍ସ 400 ମିଟର ଦୌଡ ଇଭେଣ୍ଟର ଫାଇନାଲରେ ଚତୁର୍ଥ ସ୍ଥାନରେ ରହିଥିଲେ । ତେବେ ଇଟାଲିର ରାଜଧାନୀରେ ତାଙ୍କର ଜାତୀୟ ରେକର୍ଡ 38 ବର୍ଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଥିଲା । ପରେ ଭାରତ ସରକାର ତାଙ୍କୁ ବର୍ଷ 1959ରେ ପ୍ରଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.